News18 Odia Digital
ନୂଆ ଦିଲ୍ଲୀ: ଗ୍ରାହକଙ୍କ ସୁବିଧା ପାଇଁ ଟେଲିକମ୍ ବିଭାଗ (DoT) ନୂଆ ସିମ୍ ଇସ୍ୟୁ କରିବା ନିୟମରେ (New SIM Issuance Rules) ପରିବର୍ତ୍ତନ କରିଛି । ଏହି ନୂଆ ନିୟମ ଅନୁସାରେ ଏବେ ଗୋଟେ ନୂଆ ସିମ୍ ନେବା ସମୟରେ ହିଁ ପ୍ରିପେଡକୁ ପୋଷ୍ଟପେଡରେ ପରିବର୍ତ୍ତନ କରିବା ବା ପୋଷ୍ଟପେଡକୁ ପ୍ରିପେଡରେ ପରିବର୍ତ୍ତନ କରିବା ପାଇଁ କାଗଜ ଫର୍ମ ପୂରଣ କରିବାର ଆବଶ୍ୟକତା ହଟେଇ ଦିଆଯାଇଯାଇଛି । ଏବେ ଗ୍ରାହକମାନେ ଡିଜିଟାଲ୍ ଫର୍ମ ପୂରଣ କରି ଏହି କାର୍ଯ୍ୟକୁ ସହଜରେ କରିପାରିବେ । କେନ୍ଦ୍ର କ୍ୟାବିନେଟର ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ନିକଟରେ ଟେଲିକମ୍ ବିଭାଗ ମଧ୍ୟ KYC ନିୟମରେ ପରିବର୍ତ୍ତନ କରିଛି ।
ଟେଲିକମ୍ ବିଭାଗର ନୂଆ ନିୟମ ଅନୁଯାୟୀ ଯଦି ଆପଣ ଏକ ନୂଆ ମୋବାଇଲ୍ ନମ୍ବର୍ କିମ୍ବା ଟେଲିଫୋନ୍ ସଂଯୋଗ ପାଇବାକୁ ଚାହୁଁଛନ୍ତି, ତେବେ KYC ସମ୍ପୂର୍ଣ୍ଣ ଡିଜିଟାଲ୍ ହେବ । ଅନ୍ୟ ଅର୍ଥରେ, ଆପଣଙ୍କୁ ନୂଆ ସିମ୍ ପାଇଁ କୌଣସି ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡି଼ବ ନାହିଁ । ଏଥି ସହିତ, ପୋଷ୍ଟପେଡ୍ ନମ୍ବରକୁ ପ୍ରିପେଡ୍ କରିବା ପାଇଁ ଓ ପୋଷ୍ଟପେଡ୍ ନମ୍ବରକୁ ପ୍ରିପେଡ୍ କରିବା ପାଇଁ ଆଉ କୌଣସି ଫର୍ମ ପୂରଣ କରିବାକୁ ପଡିବ ନାହିଁ । ଏବେ ଡିଜିଟାଲ୍ KYCକୁ ବୈଧ ବୋଲି ବିବେଚନା କରାଯିବ । ଏଥି ପାଇଁ ଗ୍ରାହକମାନେ ଟେଲିକମ୍ କମ୍ପାନୀର ଆପ୍ ସାହାଯ୍ୟରେ ସ୍ୱୟଂ-KYC କରିବେ । ଏଥି ପାଇଁ ସେମାନଙ୍କୁ ମାତ୍ର ଗୋଟିଏ ଟଙ୍କା (₹1) ଦେବାକୁ ପଡି଼ବ । ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଗ୍ରାହକମାନେ ଏହି କାର୍ଯ୍ୟକୁ ଅଳ୍ପ କିଛି ପଦକ୍ଷେପରେ ସମ୍ପୂର୍ଣ୍ଣ କରିପାରିବେ ।
ଏହା ବି ପଢ଼ନ୍ତୁ | ମିଳିଲା ନିଖୋଜ ଓଡ୍ରାଫ ଯବାନଙ୍କ ମୃତ ଦେହ; ମହାନଦୀରେ ଫସିଥିବା ହାତୀର ଏ ଯାଏଁ ପତ୍ତା ମିଳୁନି୫ଟି ଷ୍ଟେପରେ ସେଲ୍ଫ୍-KYC ପ୍ରକ୍ରିୟା ପୂରା କରନ୍ତୁ:୧. ସିମ୍ ପ୍ରଦାନକାରୀ କମ୍ପାନୀର ଆପ୍ ଡାଉନଲୋଡ୍ କରନ୍ତୁ । ତା’ପରେ ନିଜ ଫୋନରେ ପଞ୍ଜିକରଣ କରନ୍ତୁ ।
୨. ଆପଣଙ୍କ ଦ୍ୱିତୀୟ କିମ୍ବା ଆପଣଙ୍କ ପରିବାରର ଯେକୌଣସି ବ୍ୟକ୍ତିଙ୍କ ନମ୍ବର ଦିଅନ୍ତୁ ।
୩. Sବେ ଆପଣଙ୍କ ପାଖକୁ ଆସିଥିବା ୱାନ୍-ଟାଇନ୍ ପାସୱାର୍ଡ (OTP) ସାହାଯ୍ୟରେ ଲଗ୍-ଇନ୍ କରନ୍ତୁ ।
୪. ଏଥିରେ ସେଲ୍ଫ -KYCର ବିକଳ୍ପ ଚୟନ କରନ୍ତୁ ।
୫. ନିଜ ବିଷୟରେ ସୂଚନା ପୁରଣ କରି ପ୍ରକ୍ରିୟା ସମାପ୍ତ କରନ୍ତୁ ।
ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ଓ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ: ବନ ବିଭାଗର ଉଚ୍ଚ ଅଧିକାରୀ କହିଲେ ‘ହାତୀକୁ ଘଉଡ଼ାଇବା ଦରକାର ନ ଥିଲା’ଯଦି ବୟସ ୧୮ ବର୍ଷରୁ କମ୍, ତେବେ ସିମ୍ ମିଳିବ ନାହିଁ
ଟେଲିକମ୍ ବିଭାଗର ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଟେଲିକମ୍ ଅପରେଟରମାନେ ୧୮ ବର୍ଷରୁ କମ୍ ବୟସର ଲୋକଙ୍କୁ ସିମ୍ କାର୍ଡ ଦେବେ ନାହିଁ । ଏଥି ସହିତ ଯଦି କୌଣସି ବ୍ୟକ୍ତିର ମାନସିକ ସ୍ଥିତି ଭଲ ନ ଥାଏ, ତେବେ ତାକୁ ସିମ୍ କାର୍ଡ ଦେବା ଉପରେ ପ୍ରତିବନ୍ଧକ ରହିବ । ଯଦି ଏମିତି ବ୍ୟକ୍ତିଙ୍କୁ ସିମ୍ କାର୍ଡ ଦିଆଯାଏ, ତେବେ ସେହି ଟେଲିକମ୍ କମ୍ପାନୀ ଦୋଷୀ ସାବ୍ୟସ୍ତ ହେବ । ପ୍ରକୃତରେ ଏକ ନୂଆ ସିମ୍ ପାଇବାକୁ ହେଲେ ଗ୍ରାହକ ଅଧିଗ୍ରହଣ ଫର୍ମ (CAF) ପୂରଣ କରିବାକୁ ପଡି଼ବ । ଏହା ଗ୍ରାହକ ଓ କମ୍ପାନୀ ମଧ୍ୟରେ ଏକ ଚୁକ୍ତି । ଏହି ଫର୍ମରେ ଅନେକ ସର୍ତ୍ତ ଅଛି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀମା ଆଜେଣ୍ଟ୍ ପରିଚୟ ଦେଇ ସୁନା ଓ ଟଙ୍କା ଲୁଟିଥିଲେ ଏହି ମହିଳା, ଧରା ପଡ଼ିଲେଏହି ଚୁକ୍ତିକୁ ଭାରତୀୟ ଚୁକ୍ତିନାମା ଆଇନ୍ ୧୮୭୨ ଅନୁଯାୟୀ ଲାଗୁ କରାଯାଇଛି । ଏହି ଆଇନ୍ ଅନୁଯାୟୀ କୌଣସି ଚୁକ୍ତି ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ହେବା ଉଚିତ୍ । ଭାରତର ଜଣେ ବ୍ୟକ୍ତି ନିଜ ନାମରେ ସର୍ବାଧିକ ୧୨ଟି ସିମ୍ ନେଇପାରିବେ । ଏଥି ମଧ୍ୟରୁ ନଅଟି ସିମ୍ ମୋବାଇଲ୍ କଲିଂ ପାଇଁ ବ୍ୟବହାର କରାଯାଇପାରିବ ଓ ତିନୋଟି ସିମ୍ ମେସିନ୍-ଟୁ-ମେସିନ୍ ଯୋଗାଯୋଗ ପାଇଁ ବ୍ୟବହାର କରାଯାଇପାରିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।