News18 Odia Digital
SAYED AHSANUL HODA
ଯାହା ପାଖରେ ଯେତେ ଉନ୍ନତ ଜ୍ଞାନକୌଶଳ (Tenchnology) ସେ ଦେଶ ସେତେ ଆଗରେ । ଏଭଳି ସମୟରେ ଗୁଇନ୍ଦାଗିରି ମଧ୍ୟ ନେଉଛି ନୂଆ ରୂପ । ସେଭିତରୁ ଅନ୍ୟତମ ହେଉଛି ପକ୍ଷୀ ମାଧ୍ୟମରେ ଗୁଇନ୍ଦାଗିରି । ନିକଟରେ ପାରାଦୀପ (Paradip)ରେ ସମୁଦ୍ର ଭିତରୁ ସନ୍ଦିଗ୍ଧ ଗୁଇନ୍ଦା ପାରା ଧରାପଡିବା ପରେ ଏହ ଚର୍ଚ୍ଚାର ପ୍ରସଙ୍ଗ ସାଜିଛି । ଏମିତି ଗୁଇନ୍ଦାଗିରି କିଛି ନୂଆ ନୁହେଁ । ହେଲେ ସମୟ ସହ ପକ୍ଷୀ ମାଧ୍ୟମରେ ଗୁଇନ୍ଦାଗିରି ଆହୁରି ସାଂଘାତିକ ହେବାରେ ଲାଗିଛି । ଯାହାର ଉଦାହରଣ ହେଉଛି, ରୋବୋଟିକ୍ ପକ୍ଷୀ ଏବଂ ମଲା ପକ୍ଷୀ । ପକ୍ଷୀ ମାଧ୍ୟମରେ କେମିତି ହୁଏ ଗୁଇନ୍ଦାଗିରି, କେମିତି ଏହାର ମୁକାବିଲା କରିହେବ ।
ରୋବୋଟ ପକ୍ଷୀ କଣ ?
ରୋବୋଟ ପକ୍ଷୀ (Robot Bird) ଏମାନେ ଆକଶରେ ଉଡ଼ୁଥିଲେ, କିଛି ବି ଜଣାପଡ଼ିବନି । ଲାଗିବ ଯେମିତି ଅନ୍ୟ ପକ୍ଷୀଙ୍କ ଭଳି ଉଡ଼ୁଛନ୍ତି । ହେଲେ ଏଗୁଡ଼ା ରୋବୋଟ ପକ୍ଷୀ । ଅର୍ଥାତ ପକ୍ଷୀଙ୍କ ଭଳି ଦିଶୁଥିଲେ ବି ଏମାନଙ୍କ ସମ୍ପୂର୍ଣ୍ଣ ଭାବେ ଲ୍ୟାବରେ ପ୍ରସ୍ତୁତ । ଏଭଳି ରୋବୋଟ ପକ୍ଷୀ ମୁଖ୍ୟତଃ ଗୁଇନ୍ଦାଗିରି ପାଇଁ ପ୍ରସ୍ତୁତ କରାଯାଏ । ରିମୋଟ୍ ଦ୍ବାରା ପରିଚାଳିତ ଏହି ରୋବୋଟ ପକ୍ଷୀ, ଦେହରେ ଲାଗିଥାଏ, କ୍ୟାମେରା, ସ୍ପିକର ସହ ଅନ୍ୟାନ୍ୟ ଜିନିଷ । ରିମୋଟରେ ପରିଚାଳିତ ଏହି ରୋବୋଟ୍ ପକ୍ଷୀ, ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ । ବିଶେଷକରି ଶତ୍ରୁ ଦେଶର ଗୁପ୍ତ ଆଡ୍ଡା, ସାମରିକ ସୂଚନା ହାସଲ କରିବା ସହ ନଜର ରଖିଥାଏ । କେବଳ ଗୁଇନ୍ଦା ନୁହେଁ ଏହାକୁ ଅନ୍ୟ କାମରେ ମଧ୍ୟ ଲଗାଯାଇଥାଏ । ଯେମିତି ଅପହଞ୍ଚ ଇଲାକାର ଦୃଶ୍ୟ ଉତ୍ତୋଳନ କରିବା, ଗୋଟିଏ ଜାଗାରେ ଥାଇ ମାଇଲ ମାଇଲ ଦୂର ଚିତ୍ର ଉତ୍ତୋଳନ କରିବା । ହେଲେ ଏହି ରୋବାଟ ପକ୍ଷୀ ବର୍ତ୍ତମାନ ସମୟ ପାଇଁ ଯେତିକି ଲାଭଦାୟକ ସେତିକି ବିପଜ୍ଜନକ ।
ମଲା ପକ୍ଷୀ କେମିତି ଉଡୁଛି ?
ଖାଲି ରୋବୋଟ ପକ୍ଷୀ କାହିଁକି, ଆଉ ଏକ ଗୁଇନ୍ଦା ପକ୍ଷୀ ମଧ୍ୟ ବଢ଼ାଇଛି ଚିନ୍ତା । ଦେଖିବାକୁ ଏହା ସାଧାରଣ ପକ୍ଷୀଙ୍କ ଭଳି । ଏପରିକି ଧରାପଡ଼ିଲେ ବି ଏହାକୁ ଦେଖି ଯେକେହିବି ଚକ୍ମା ଖାଇଯିବ । କାରଣ ଏମାନଙ୍କୁ ମଲା ପକ୍ଷୀରୁ ହିଁ ପ୍ରସ୍ତୁତ କରାଯାଇଥାଏ । ଅର୍ଥାତ ମୃତପକ୍ଷୀଙ୍କୁ ଡ୍ରୋନ୍ ପକ୍ଷୀ ଭାବେ ପ୍ରସ୍ତୁତ କରାଯାଏ । ମଲା ପକ୍ଷୀ ଶରୀରର ଏମିତି ଜିନିଷ ନିଆଯାଏ, ଯାହାକି ଦୀର୍ଘ ଦିନ ଧରି ନଷ୍ଟ ହେବନି । ଏହାଭିତରେ ପୁଣି ଖଞ୍ଜାଯାଇଥାଏ- ମାଇକ୍ରୋଫୋନ୍, କ୍ୟାମେରା, ସ୍ପିକର, CPU, ବ୍ୟାଟେରୀ, ଚାର୍ଜିଂ କଏଲ୍, ଓ୍ବାୟାରଲେସ୍ ଆଣ୍ଟେନା ।
ପଢ଼ନ୍ତୁ ଏ ଖବର -
http://ଟେନ୍ସନ୍ ବଢ଼ାଉଛି ଟେକ୍ନୋଲୋଜି, ଗୁଇନ୍ଦାଗିରିରେ ନୂଆ ଅଧ୍ୟାୟ, ଉଡ଼ୁଛି ମଲା ପକ୍ଷୀ !ଚିନ୍ତାଜନକ ହେଲା, ଏହାକୁ ଚିହ୍ନଟ କରିବା ସହଜ ହୋଇନଥାଏ । ଏପରିକି ଏହା ରାଡାରକୁ ମଧ୍ୟ ଚକ୍ମା ଦେବାରେ ସକ୍ଷମ । ଡ୍ରୋନ୍ ପକ୍ଷୀ ତୁଳନାରେ ଏହା ଅତି ନିକଟରୁ ଯାଇ ଚିତ୍ର ଉତ୍ତୋଳନ କରିପାରିବ । କାରଣ ହେଲା, ଡ୍ରୋନ୍ ପକ୍ଷୀ ପାଖକୁ ଆସିଲେ, ଏହା ଧରାପଡ଼ିବା ସମ୍ଭାବନା ଅଧିକ ରହିଛି । ହେଲେ ମଲା ପକ୍ଷୀରୁ ପ୍ରସ୍ତୁତ ଡ୍ରୋନ୍, ଅତି ନିକଟକୁ ଆସିଲେ ବି ଚିହ୍ନଟ କରିବା ଏକପ୍ରକାର ଅସମ୍ଭବ । ତେଣୁ ଗୁଇନ୍ଦାଗିରିକୁ ଏକ ଅଲଗା ସ୍ତରକୁ ନେଇଯାଇପାରେ । ବର୍ତ୍ତମାନ ପ୍ରୋଟୋ ଟାଇପ୍ ଷ୍ଟେଜ୍ରେ ରହିଛି ଏହି ମଲା ଡ୍ରୋନ୍ ପକ୍ଷୀ । ଅର୍ଥାତ ସେଦିନ ବଶୀ ଦୂର ନୁହେଁ, ଯେତେବେଳେ ଆକାଶରେ ଦେଖିବାକୁ ମିଳିପାରେ, ଉଡ଼ନ୍ତା ମଲା ପକ୍ଷୀ ।...
https://www.youtube.com/watch?v=-fqf6gem0aU
ପାରାଦୀପ ସମୁଦ୍ରରୁ ଉଦ୍ଧାର ସନ୍ଦିଗ୍ଧ ସ୍ପାଏ ପାରା (Spy pigeon)କୁ ନେଇ ଅନେକ ପ୍ରଶ୍ନ। କେଉଁଠୁ ଆସିଛି ଏ ପାରା ? କିଏ ପଠାଇଥିଲା, ଆଉ ଉଦ୍ଦେଶ୍ୟ କେତେ ସାଙ୍ଘାତିକ ଥିଲା ? । ଭାରତକୁ ନେଇ ପଡୋଶୀ ଦେଶ ଗୁଡ଼ିକର ଆଭିମୁଖ୍ୟ ଦୃଷ୍ଟିରୁ ଏ ପ୍ରଶ୍ନ ଅଧିକ ଗୁରୁତ୍ବପୂର୍ଣ୍ଣ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।