ଖରା ଦିନ ପାଇଁ ଆକର୍ଷଣୀୟ ଡିଲ ଆଣିଛି ଆମାଜନ; ଜିନିଷରେ ୭୦% ପାଇବେ ରିହାତି

Summer items on amazon: ଏଥିରେ ଗ୍ରୀଷ୍ମ ଋତୁର ସାମଗ୍ରୀ ଉପରେ ୭୦% ପର୍ଯ୍ୟ ରିହାତି ଦେଉଛି ଆମାଜନ। ୬ ତାରିଖରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ରହିବ ଏହି ଆକର୍ଷଣୀୟ ଡିଲ।

ଖରା ଦିନ ପାଇଁ ଆରର୍ଷଣୀୟ ଡିଲ ଆଣିଛି ଆମାଜନ

ଖରା ଦିନ ପାଇଁ ଆରର୍ଷଣୀୟ ଡିଲ ଆଣିଛି ଆମାଜନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Summer items on amazon: ଗ୍ରାହକଙ୍କୁ ଖୁସି କରିବା ପାଇଁ ଅନଲାଇନ୍ ସପିଂ ଆପ୍ (Online Shopping App) ପ୍ରାୟତଃ ଦମଦାର ଅଫର ଆଣନ୍ତି। ଯାହାକୁ କିଣିବାକୁ ଅନଲାଇନରେ ଗ୍ରାହକ ଅପେକ୍ଷା କରିବସିଥାଆନ୍ତି। ଇତିମଧ୍ୟରେ ଆମାଜନ (Amazon) ଖରାଦିନ ପାଇଁ ଆଣିଛି ଅନେକ ଆକର୍ଷଣୀୟ ଡିଲ ଆଣ୍ଡ ଅଫର।

ଆଜ୍ଞା ହଁ, ଏଥିରେ ଗ୍ରୀଷ୍ମ ଋତୁର ସାମଗ୍ରୀ ଉପରେ ୭୦% ପର୍ଯ୍ୟ ରିହାତି ଦେଉଛି ଆମାଜନ। ପ୍ରେଷ୍ଟିଜ ଦ୍ୱାରା ସମର୍ଥିତ ଆମାଜନର ହୋମ ସପିଂ ସ୍ପ୍ରିରେ ସାମିଲ ରହିଛି ହୋମ୍ ଏବଂ କିଚେନ ଉପକରଣ, ପାଣି ବୋତଲ, ଲଞ୍ଚ ବକ୍ସ, ଡିପ ଫ୍ରିଜର ଓ କୁଲର, ଫ୍ୟାନ, ଇନଭର୍ଟର, ବେଡସିଟ, କର୍ଟେନ ଲାଇନ୍ସ, ୱାଟର ଡିସପେନ୍ସର ଓ ଆହୁରି ଅନେକ କିଛି।

ଏହି ଅଫର ଆସନ୍ତା କାଲି ଅର୍ଥାତ୍ ୬ ରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ। Amazon.inରେ ହୋମ ସପିଂ ସ୍ପ୍ରି ସମୟରେ ଗ୍ରାହକମାନେ ଏଚଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡରେ ୧୦%ର ଇନଷ୍ଟାଣ୍ଟା ବ୍ୟାଙ୍କ ଡିସକାଉଂଟ ପାଇପାରିବେ।

ଯେଉଁ ଗ୍ରାହକମାନଙ୍କର ପ୍ରାଇମ୍ ସଦସ୍ୟତା ରହିଛି ସେମାନେ ୧ ହଜାର ଟଙ୍କାର ସର୍ବନିମ୍ନ ଟ୍ର।କ୍ସନ ଉପରେ ୨୫୦ଟଙ୍କା ରିହାତି ପାଇପାରିବେ। ଏହା ସହିତ କୁପନ, କମ୍ବୋ ଅଫର ପରି ଅତିରିକ୍ତ ସୁବିଧା ମଧ୍ୟ ମିଳୁଛି। ଏହା ସହିତ ରହିଛି ‘ବାଏ ମୋର ସେଭ ମୋର ଅଫର’, ଆକର୍ଷଣୀୟ ଡିଲ ଓ ଏକ୍ସଚେ ଅଫର।

ଆହୁରି ମଧ୍ୟ ଗ୍ରାହକମାନେ ଅନେକଗୁଡ଼ିଏ ଟପ୍ ବ୍ରାଣ୍ଡରେ ସଞ୍ଚୟ କରିବାର ସୁଯୋଗ ପାଇପାରିବେ। ଏହି ଟପ ବ୍ରାଣ୍ଡଗୁଡ଼ିକ ମଧ୍ୟରେ ରହିଛି ପ୍ରେଷ୍ଟିଜ, ହାଭେଲ୍ସ, ବଜାଜ୍, ଆକ୍ୱାକ୍ଲିନ, ଲୁମିନସ, ବ୍ଲୁ ଷ୍ଟାର, ରକ ୱେଲ, ଅର୍ବାନ ଟେରାନ ଓ ଆହୁରି ଅନେକ।

ପଢ଼ନ୍ତୁ ଏହି ଖବର: PhonePe ଗ୍ରାହକଙ୍କ ପାଇଁ ଆଣିଲା ଖୁସି ଖବର; ଟଙ୍କା କାରବାର ସହ ଏଣିକି କରିପାରିବେ ସପିଂ

ପ୍ରକାଶ ଥାଉକି ଏଥିରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଷ୍ଟୋର ରହିଛି ଯେଉଁଠାରେ ଗ୍ରାହକମାନଙ୍କୁ ହୋମ ଆଣ୍ଡ କିଚେନର ସାମଗ୍ରୀ ଉପରେ ଭଲ ଅଫର ଦିଆଯାଉଛି।
Published by:Lipina Das
First published: