କ୍ରେଡିଟ କାର୍ଡ଼ ବ୍ୟବହାର କରୁଛନ୍ତି କି? SBI ଆଣିଲା ନୂଆ ନିୟମ

ଆପଣ କ୍ରେଡିଟ କାର୍ଡ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ଆର୍ଲଟ । ନୂଆ ନିୟମ ଆଣିଲା SBI ।

SBI ଆଣିଲା ନୂଆ ନିୟମ

SBI ଆଣିଲା ନୂଆ ନିୟମ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

SBI Credit Card: ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI)ର ଗ୍ରାହକ କି? ଆପଣ SBI କ୍ରେଡିଟ୍ କାର୍ଡ (SBI Credit Card)ବ୍ୟବହାର କରୁଛନ୍ତି କି? ତେବେ ଏହି ନୂଆ ନିୟମ ବାବଦରେ ଜାଣିବା ଜରୁରୀ। ଏସବିଆଇ କାର୍ଡ ଏକ ନୂଆ ନିୟମ ଆଣିଛି। ଗ୍ରାହକଙ୍କ ପାଇଁ ଆଉ ଏକ ସୁରକ୍ଷା ବୈଶିଷ୍ଟ୍ୟ ଉପସ୍ଥାପିତ କରିଛି। ଏହା ସହିତ ଆପଣ ଠକେଇକୁ ଯାଞ୍ଚ କରିପାରିବେ। ତେବେ ଆସନ୍ତୁ ଜାଣିବା SBI କେଉଁ ପ୍ରକାରର ଫିଚର ଆଣିଛି।


ଏସବିଆଇ କାର୍ଡ ସିମ୍ ବାଇଣ୍ଡିଂ ଫିଚର ଲଞ୍ଚ କରିଛି। ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଫୋନରେ SBI କାର୍ଡ ଆପ୍ ରହିବା ପାଇଁ ଫୋନରେ ଏକ ପଞ୍ଜୀକୃତ ମୋବାଇଲ୍ ନମ୍ବର ଥିବା ଆବଶ୍ୟକ। ଠକେଇକୁ ରୋକିବା ପାଇଁ ଏସବିଆଇ କାର୍ଡ ଏହି ନୂତନ ସେବାକୁ ଉପଲବ୍ଧ କରାଇଛି। SBI ପୂର୍ବରୁ SBI YONO ଆପରେ ସମାନ ସେବା ଉପଲବ୍ଧ କରିସାରିଛି। ଯଦି ଆପଣ ୟୋନୋ ଆପ୍ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଫୋନରେ ଏକ ପଞ୍ଜୀକୃତ ମୋବାଇଲ୍ ନମ୍ବର ରହିବା ଆବଶ୍ୟକ।

Head Bath: ଆପଣ ବି ସବୁଦିନ ମୁଣ୍ଡ ଧୋଇ ଗାଧାଉଛନ୍ତି କି? ଶୀଘ୍ର ହୋଇଯିବେ ଚନ୍ଦା


ତେଣୁ, ଏସବିଆଇ କାର୍ଡ ବ୍ୟବହାରକାରୀମାନେ ଏହି ସେବାର ଲାଭ ଉଠାଇପାରିବେ ଯେତେବେଳେ ଫୋନରେ ମୋବାଇଲ୍ ନମ୍ବର ଥିବ। ନଚେତ୍ ଆପଣ ଲଗଇନ୍ କରିବା କଷ୍ଟକର। ସର୍ବପ୍ରଥମେ ଆପଣଙ୍କୁ ୟୁଜର୍ id ଏବଂ ପାସୱାର୍ଡ ସାହାଯ୍ୟରେ ଲଗଇନ୍ କରିବାକୁ ପଡିବ। ଯଦି ଆପଣ ଏହି ବିବରଣୀଗୁଡିକ ଚେଞ୍ଜ କରନ୍ତି ତେବେ ଆପଣ Forgot କ୍ଲିକ୍ କରି ସେଗୁଡିକୁ ପୁନଃ ସେଟ୍ କରିପାରିବେ। ପରେ allow କରିବାକୁ ପଡିବ। ନେଟୱର୍କ ସୂଚନା ଆକ୍ସେସ୍ କରିବାକୁ ଆପଣ ଡିଭାଇସ୍ କୁ SMS ମାଧ୍ୟମରେ ବାଇଣ୍ଡ କରି ପାରିବେ।
Published by:Soumya Das
First published: