ସୋସିଆଲ୍ ମିଡ଼ିଆ ୭ ଘଣ୍ଟା ଠପ୍‌ ଥିଲା; ବିଶ୍ୱ ସାରା WhatsApp, Facebook ଓ Insta ବନ୍ଦ ହୋଇଯାଇଥିଲା

Social media outage seen worldwide; WhatsApp, Facebook and Instagram stop working | “ଫେସବୁକ୍, ହ୍ୱାଟସ୍-ଆପ୍, ଇନଷ୍ଟାଗ୍ରାମ ଓ ମେସେଞ୍ଜର୍ ଏବେ ଏକାଧିକ ଦେଶରେ କାମ କରିବା ବନ୍ଦ କରିଦେଇଛି । ଏହି ଘଟଣା କୌଣସି ଦେଶ ସ୍ତରରେ ଇଣ୍ଟରନେଟ୍ ବ୍ୟାଘାତ ସହିତ ଜଡିତ ନୁହେଁ,’’ କହିଥିଲା ପର୍ଯ୍ୟବେକ୍ଷଣକାରୀ କମ୍ପାନୀ ନେଟବ୍ଲକ୍ସ ।

ହ୍ୱାଟ୍ସଆପ୍ ଏକ ଟ୍ୱିଟ୍ କରି କହିଛି ଯେ କମ୍ପାନୀ ଏହି ଅସୁବିଧାକୁ ଠିକ୍ କରିବାକୁ ଚେଷ୍ଟା କରୁଛି।

ହ୍ୱାଟ୍ସଆପ୍ ଏକ ଟ୍ୱିଟ୍ କରି କହିଛି ଯେ କମ୍ପାନୀ ଏହି ଅସୁବିଧାକୁ ଠିକ୍ କରିବାକୁ ଚେଷ୍ଟା କରୁଛି।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତ ଓ ବିଶ୍ୱର କିଛି ଅଞ୍ଚଳରେ ସୋସିଆଲ ନେଟୱାର୍କିଂ (social media) ୱେବସାଇଟ୍ ହ୍ନାଟ୍ସଆପ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ସୋମବାର ରାତିରେ କାମ କରିବା ବନ୍ଦ କରିଦେଇଥିଲା (WhatApp, Instagram, Facebook) । ହ୍ୱାଟଟ୍ସଆପରେ ଉପଭୋକ୍ତାମାନେ ମେସେଜ୍‌ ପଠାଇ କିମ୍ବା ଗ୍ରହଣ କରି ପାରୁ ନ ଥିଲେ । ଇନଷ୍ଟାଗ୍ରାମରେ ବି ବ୍ୟବହାରକାରୀମାନେ ଲଗ୍-ଇନ୍ ଓ ଫିଡ୍ ରିଫ୍ରେଶ୍‌ କରିବାରେ ଅସମର୍ଥ ହୋଇଥିଲେ । ଭାରତରେ ରାତି ପ୍ରାୟ ୯ଟା ୧୫ରୁ ଏହି ଅସୁବିଧା ଆରମ୍ଭ ହୋଇଥିଲା (social media outage)।

ହ୍ୱାଟ୍ସଆପ୍ ଏକ ଟ୍ୱିଟ୍ କରି କହିଥିଲା ଯେ କମ୍ପାନୀ ଏହି ଅସୁବିଧାକୁ ଠିକ୍ କରିବାକୁ ଚେଷ୍ଟା କରୁଛି। “ଆମେ ଜାଣୁ ଯେ ବର୍ତ୍ତମାନ କିଛି ଲୋକ ହ୍ୱାଟ୍ସଆପରେ ସମସ୍ୟା ଭୋଗୁଛନ୍ତି । ସବୁ ଜିନିଷ ସ୍ୱାଭାବିକ କରିବା ପାଇଁ ଆମେ କାର୍ଯ୍ୟ କରୁଛୁ ଓ ଯଥା ଶୀଘ୍ର ଆମେ ଏହା ଉପରେ ଅପଡେଟ୍‌ ଦେବୁ । ଆପଣମାନଙ୍କ ଧୈର୍ଯ୍ୟ ପାଇଁ ଧନ୍ୟବାଦ!’’ ଏକ ଟ୍ୱିଟରେ କହିଥିଲା ହ୍ୱାଟ୍ସଆପ୍‌ (WhatsApp)।

ଏହା ବି ପଢ଼ନ୍ତୁ | ଗ୍ୟାଙ୍ଗଷ୍ଟର୍ ହାଇଦର୍ ପୁଅ ଶେଖ୍ କାଦିର୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ମିଳିଲା

ଫେସବୁକ୍ (Facebook) କହିଥିଲା: “ଆମେ ଦୁଃଖିତ । କେଉଁଠି କିଛି ଭୁଲ୍ ହୋଇଛି । ଆମେ ଏହା ଉପରେ କାର୍ଯ୍ୟ କରୁଛୁ ଓ ଯଥା ଶୀଘ୍ର ଏହାକୁ ଠିକ୍ କରିଦେବୁ ।’’ ମେସେଜିଂ ଆପ୍ ହ୍ୱାଟସ୍-ଆପ୍ ଓ ଫଟୋ ଶେୟାରିଂ ଆପ୍ ଇନଷ୍ଟାଗ୍ରାମ୍‌ ଫେସବୁକର ମାଲିକାନାରେ ଥିବା କମ୍ପାନୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମହାନଦୀରେ ଅଘଟଣ: ସମ୍ବଲପୁରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ଜଣ

ଇଣ୍ଟରନେଟରେ ଘଟୁଥିବା ବ୍ୟାଘାତ ଓ ବନ୍ଦକୁ ଟ୍ରାକ୍ କରୁଥିବା ପର୍ଯ୍ୟବେକ୍ଷଣକାରୀ କମ୍ପାନୀ ନେଟବ୍ଲକ୍ସ (NetBlocks) ଏକ ଟ୍ୱିଟ୍ କରି କହିଥିଲା: “ଫେସବୁକ୍, ହ୍ୱାଟସ୍-ଆପ୍, ଇନଷ୍ଟାଗ୍ରାମ ଓ ମେସେଞ୍ଜର୍‌ ଏବେ ଏକାଧିକ ଦେଶରେ କାମ କରିବା ବନ୍ଦ କରିଦେଇଛି । ଏହି ଘଟଣା କୌଣସି ଗୋଟିଏ ଦେଶ ସ୍ତରରେ ଇଣ୍ଟରନେଟ୍ ବ୍ୟାଘାତ କିମ୍ବା ଫିଲ୍ଟରିଂ ସହିତ ଜଡିତ ନୁହେଁ ।’’

ଏହା ବି ପଢ଼ନ୍ତୁ | ପିପିଲିର ଜନାଦେଶ: BJD ଭୋଟ୍ ଶେୟାର୍ ବଢ଼ିଲା; BJP କଂଗ୍ରେସ ପାଇଁ ନୂଆ ଚିନ୍ତାର ଆରମ୍ଭ

ଇଣ୍ଟରନେଟରେ ବ୍ୟାଘାତ ଟ୍ରାକ୍‌ କରୁଥିବା ୱେବସାଇଟ୍ Downdetector.com ଫେସବୁକ୍‌ ଓ ଇନଷ୍ଟାଗ୍ରାମରେ (Instagram) ଏହି ସମସ୍ୟା ଦେଖାଯାଇଥିଲା ବୋଲି ଲୋକେ ରିପୋର୍ଟ କରିଥିବା ୨୦,୦୦୦ରୁ ଅଧିକ ଘଟଣା ଆସିଛି ରୟଟର୍ସ ସମ୍ବାଦ ସଂସ୍ଥା ଏକ ଖବରରେ କହିଥିଲା ।

ମଙ୍ଗଳବାର ଭୋର୍‌ ପ୍ରାୟ ୪ଟା ୧୫ରେ ପୁଣି ଏହି ସବୁ ସୋସିଆଲ୍‌ ମିଡ଼ିଆ ପ୍ଲାଟଫର୍ମ ପୂର୍ବ ପରି ସ୍ୱାଭାବିକ ଢଙ୍ଗରେ କାମ କରିବା ଆରମ୍ଭ କରିଥିଲା ।
Published by:Anand S.T. Das
First published: