News18 Odia Digital
Smartphone Blast Reason: ଗତ କିଛି ବର୍ଷ ହେବ ସ୍ମାର୍ଟଫୋନ୍ ବିସ୍ଫୋରଣର (Smartphone Blast) ଅନେକ ରିପୋର୍ଟ ଆସୁଛି। ମଙ୍ଗଳବାର ରାତିରେ କେରଳର ଥ୍ରୀସୁରରୁ ଏକ ମାମଲା ସାମ୍ନାକୁ ଆସିଥିଲା ଯେଉଁଥିରେ ସ୍ମାର୍ଟଫୋନ ବିସ୍ଫୋରଣରେ (Smartphone Blast) ଜଣେ ୮ ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ରିପୋର୍ଟରେ କୁହାଯାଇଛି ଯେ ବିସ୍ଫୋରଣ ସମୟରେ ଝିଅଟିର ହାତରେ ଗୋଟିଏ ଫୋନ୍ ଥିଲା।
ଏହି ଘଟଣାଟି ମଙ୍ଗଳବାର ରାତିର। କୁହାଯାଉଛି ଯେ ଝିଅଟି ଦୀର୍ଘ ଦିନ ଧରି ଫୋନରେ ଭିଡିଓ ଦେଖୁଥିଲା ଏବଂ ପରେ ଝିଅଟି ହାତରେ ଫୋନ୍ ବିସ୍ଫୋରଣ ହୋଇଥିଲା, ଯେଉଁ କାରଣରୁ ଝିଅଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୋଲିସ ଏପର୍ଯ୍ୟନ୍ତ ଘଟଣାର ତଦନ୍ତ ଜାରି ରଖିଛି।
ଆପଣ ଜାଣିଥିବେ ଯେ ଆଜିକାଲି ସ୍ମାର୍ଟଫୋନ୍ ବ୍ଲାଷ୍ଟ ମାମଲା ସାଧାରଣ ହୋଇଗଲାଣି, କାରଣ ଆମେ ସମସ୍ତେ ଫୋନରେ ଅଭ୍ୟସ୍ତ ହୋଇପଡିଛୁ ଏବଂ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛୁ। ଯଦି ଆପଣ ଚାହୁଁ ନାହାଁନ୍ତି ଯେ ଏହି ପ୍ରକାର ଘଟଣା ଆପଣଙ୍କ କିମ୍ବା ଆପଣଙ୍କ ନିକଟବର୍ତ୍ତୀ ବ୍ୟକ୍ତିଙ୍କ ସହିତ ହେଉ, ତେବେ ନିଶ୍ଚିତ ଭାବରେ ଜାଣନ୍ତୁ କେଉଁ କାରଣରୁ ଫୋନ୍ ବିସ୍ଫୋରଣ ହୋଇଥାଏ...
Smartphone Blast Reasons :
୧. ଫୋନରେ ମାତ୍ରାଧିକଠାରୁ ଅଧିକ ଗେମ୍ ଖେଳିବା- ଆଜିକାଲି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଫୋନରେ ଗେମ୍ ଖେଳିବାରେ ଅଭ୍ୟସ୍ତ ହୋଇଯାଇଛନ୍ତି। ଯଦିଓ ଖେଳ ଖେଳିବା ସହିତ କୌଣସି ଅସୁବିଧା ନାହିଁ, କିନ୍ତୁ ଦରକାର୍ ଠାରୁ ଅଧିକ ଖେଳିବା ଏବଂ ବହୁତ୍ ସମୟ ଧରି ଖେଳିବା ବିପଦଜନକ ହୋଇପାରେ। ଏହାଦ୍ଵାରା, ଫୋନର ପ୍ରୋସେସର ଉପରେ ବହୁତ ପ୍ରଭାବ ପଡ଼ିଥାଏ ଏବଂ ଗରମ ହେତୁ ସ୍ମାର୍ଟଫୋନ୍ ବ୍ଲାଷ୍ଟ ହୋଇଥାଏ।
୨. ଚାର୍ଜିଂ ସମୟରେ ଫୋନ୍ ବ୍ୟବହାର କରିବା- ଫୋନ୍ ସମସ୍ତଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଛି ଯେ ସେମାନେ ୫ ମିନିଟ୍ ପର୍ଯ୍ୟନ୍ତ ମଧ୍ୟ ଏହା ବିନା ରହିବାକୁ ପସନ୍ଦ କରୁନାହାଁନ୍ତି। କିଛି ଲୋକଙ୍କ ଅଭ୍ୟାସ ଏପରି ଯେ ସେମାନେ ଚାର୍ଜ ହେବା ସମୟରେ ମଧ୍ୟ ଫୋନ୍ ବ୍ୟବହାର କରିଥାନ୍ତି। ଅବଶ୍ୟ, ଏହା କରିବା ଉଚିତ୍ ନୁହେଁ, ଚାର୍ଜିଂ ସମୟରେ ଫୋନ୍ ବ୍ୟବହାର କରିବା ସାଂଘାତିକ ପ୍ରମାଣିତ ହୋଇପାରେ ଏବଂ ଅତ୍ୟଧିକ ଗରମ ପାଇଁ ଏହା ବିସ୍ଫୋରଣ ହୋଇପାରେ।
୩. ଫୋନକୁ ବ୍ୟାଗରେ ଦୀର୍ଘ ସମୟ ଧରି ରଖିବା- ଫୋନକୁ ଅଧିକ ସମୟ ବ୍ୟାଗରେ ରଖିବା ଉଚିତ୍ ନୁହେଁ। ବିଶେଷକରି ଗ୍ରୀଷ୍ମଋତୁରେ, ଧ୍ୟାନ ଦିଅନ୍ତୁ ଯେ ଫୋନକୁ ବ୍ୟାଗରେ ଅଧିକ ସମୟ ନରଖିବା ପାଇଁ। ଯଦି ଏହା ହୁଏ, ଏହା ବିସ୍ଫୋରଣର କାରଣ ହୋଇପାରେ। ଏହାର କାରଣ ହେଉଛି ବ୍ୟାଗରେ ରଖାଯାଇଥିବା ଫୋନ୍ ଅତ୍ୟଧିକ ହୋଇଥାଏ ଫଳରେ ବିସ୍ଫୋରଣ ହୋଇପାରେ।
ପଢ଼ନ୍ତୁ ଏହି ଖବର: ପୁଅର ସବୁ ସମ୍ପତ୍ତି କଣ ପତ୍ନୀଙ୍କର; ବାପା-ମା'ଙ୍କର କେତେ ଅଧିକାର? କଣ କହୁଛି ଆଇନ ଜାଣନ୍ତୁ...୪. ସମୟ ସମୟରେ ଫୋନ୍ ଅପଡେଟ୍ କରନ୍ତୁ- ଯଦି ଆପଣ ଆପଣଙ୍କର ଫୋନକୁ ଅପଡେଟ୍ କରୁନାହାଁନ୍ତି, ତେବେ ଏହା ସଠିକ୍ ଭାବରେ କାମ କରେ ନାହିଁ। ଏପରି ପରିସ୍ଥିତିରେ ଗରମ ହେବାର ସମସ୍ୟା ଆରମ୍ଭ ହୁଏ ଏବଂ ତା’ପରେ ଫୋନ୍ ବିସ୍ଫୋରଣ ହୋଇପାରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।