News 18 Odia Digital
ନୂଆଦିଲ୍ଲୀ: ଗୁଗୁଲ୍ ପେ (google pay) ବ୍ୟବହାରକାରୀଙ୍କୁ ମିଳିଲା ଟଙ୍କା । ବାସ୍ତବରେ, ଗୁଗଲ କିଛି ଗୁଗୁଲ୍ ପେ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଭୁଲରେ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପଠାଇଛି । କୌତୁହଳର ବିଷୟ, ଯେଉଁମାନେ ଏହାକୁ ବ୍ୟବହାର କରିଛନ୍ତି, ଗୁଗୁଲ ଏଥିରେ କୌଣସି ଆପତ୍ତି କରିନଥିଲା। କାରଣ ଏହା ଭୁଲବଶତଃ ଥିଲା ଓ କିଛି ବ୍ୟବହାରକାରୀଙ୍କଠାରୁ ଟଙ୍କା ମଧ୍ୟ ପ୍ରତ୍ୟାହାର କରାଯାଇଥିଲା ।
ଗୁଗୁଲ୍ ପେରେ ଏହା ଭୁଲ ବଶତଃ ଆସିଥିଲା, ଯେଉଁ କାରଣରୁ କିଛି ଭାଗ୍ୟଶାଳୀ ଉପଭୋକ୍ତା ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ପାଇଥିଲେ । ସୋସିଆଲ ମିଡିଆ (social media)ରେ ଅନେକ ଉପଭୋକ୍ତା ଗୁଗୁଲ ପେରେ ୧୦ ରୁ ୧୦୦୦ ଡଲାର ପାଇବା କଥା କହିଛନ୍ତି ।
ଗୁଗୁଲ୍ ପେ ଆପରେ ଦିଆଯାଉଥିବା ଏହି ପୁରସ୍କାର ଉପରେ ମଧ୍ୟ ଏଲୋନ୍ ମସ୍କ ନଜର ରଖିଥିଲେ। ଟ୍ୱିଟରରେ ଏଲୋନ୍ ମସ୍କ ମଧ୍ୟ ଗୁଗୁଲ୍ ପେ ବିଷୟରେ ଉତ୍ତର ଦେଇ ନାଇସ୍ ଲେଖିଛନ୍ତି।
ଜଣେ ଉପଭୋକ୍ତା ମାଇକ୍ରୋ ବ୍ଲଗିଂ ୱେବସାଇଟରେ ନିଜର ଅଭିଜ୍ଞତା ସେୟାର କରିଥିଲେ । ସ୍କ୍ରିନସଟ ସେୟାର କରି ସେ ଲେଖିଛନ୍ତି, ଗୁଗୁଲରୁ ତାଙ୍କୁ $ ୪୬ (ପ୍ରାୟ ୩,୭୭୦ଟଙ୍କା) ପୁରସ୍କାର ମିଳିଛି।
ସେ କହିଛନ୍ତି ଯେ ଗୁଗୁଲ୍ ପେ ଖୋଲିବା ମାତ୍ରେ ସେ ପୁରସ୍କାର ପାଇଛନ୍ତି। ଏହାସହ ସେ ଏକଥା ମଧ୍ୟ କହିଛନ୍ତି ଯେ ଲୋକମାନେ କିପରି ଗୁଗୁଲ୍ ପେରେ ଏହିପରି ପୁରସ୍କାର ଯାଞ୍ଚ କରିପାରିବେ।
ସେ କହିଛନ୍ତି, ଗୁଗୁଲ୍ ପେ ଖୋଲିବା ପରେ ଡିଲ୍ସ ଟ୍ୟାବକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ତାଲିକାରେ ପୁରସ୍କାର ବିଭାଗ ଉପରେ ଟ୍ୟାପ୍ କରିବାକୁ ପଡିବ । ଅବଶ୍ୟ, ଏହା କେବଳ ତାଙ୍କ ସହ ହୋଇନଥିଲା, କିନ୍ତୁ ରେଡ୍ଡିଟ୍ରେ ମଧ୍ୟ ଅନେକ ଉପଭୋକ୍ତା ଗୁଗୁଲ୍ ପେରେ ବିପୁଳ ପୁରସ୍କାର ପାଇବା ବିଷୟରେ କଥାବାର୍ତ୍ତା କରିଛନ୍ତି ଏବଂ ସ୍କ୍ରିନସଟ୍ (screen shots) ମଧ୍ୟ ସେୟାର କରିଛନ୍ତି।
ସେହିଭଳି ଜଣେ ଉପଭୋକ୍ତା ପୋଷ୍ଟ କରିଛନ୍ତି ଯେ ସେ ଗୁଗୁଲ୍ ପେରୁ ୧୦୭୨ ଡଲାର (ପ୍ରାୟ ୮୭,୮୬୫ ଟଙ୍କା) ପୁରସ୍କାର ପାଇଛନ୍ତି। ହେଲେ ବର୍ତ୍ତମାନ ଏହି ପ୍ରକ୍ରିୟା ବନ୍ଦ ହୋଇଯାଇଛି ଏବଂ ବର୍ତ୍ତମାନ କେହି ଏହି ପ୍ରକାରର ପୁରସ୍କାର ପାଉନାହାଁନ୍ତି ।
ରହମାନ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏକ ଇମେଲର ସ୍କ୍ରିନସଟ ସେୟାର କରିଛନ୍ତି। ଏଥିରେ କୁହାଯାଇଛି, 'ଏହି ଇମେଲ ଆପଣଙ୍କୁ ପଠାଯାଉଛି କାରଣ ଭୁଲରେ ଆପଣଙ୍କ ଗୁଗୁଲ ପେ ଆକାଉଣ୍ଟରେ ନଗଦ ଜମା କରାଯାଇଛି। ଏହି ସମସ୍ୟା ବର୍ତ୍ତମାନ ସମାଧାନ ହୋଇଛି ଏବଂ ଯେଉଁଠାରେ ସମ୍ଭବ ଟଙ୍କା ଫେରସ୍ତ କରାଯାଇଛି ।
ଯେଉଁମାନେ ନିଜ ଗୁଗୁଲ୍ ପେ ଆକାଉଣ୍ଟରୁ ପୁରସ୍କାର ଟଙ୍କା ବ୍ୟବହାର କରିଥିଲେ, ସେହି ଉପଭୋକ୍ତାମାନଙ୍କ ପାଇଁ ଚିନ୍ତା କରିବାର କିଛି ନାହିଁ । କାରଣ ଗୁଗୁଲ କହିଛି ଯେ ଯେଉଁମାନେ ଏହି ପୁରସ୍କାର ବ୍ୟବହାର କରିଛନ୍ତି ସେମାନେ କିଛି କରିବା ଆବଶ୍ୟକ ନାହିଁ ।
ସେହି ଉପଭୋକ୍ତାମାନଙ୍କ ଆକାଉଣ୍ଟରୁ ଟଙ୍କା କଟାଯିବ ନାହିଁ ଯେଉଁମାନଙ୍କଠାରୁ ଗୁଗୁଲ ଏପର୍ଯ୍ୟନ୍ତ ସେହି ପୁରସ୍କାର ରାଶିକୁ ଫେରାଇ ନେଇନି ଓ ସେମାନେ ଏହି ପୁରସ୍କାର ଟଙ୍କା ରଖିପାରିବେ । ଗୁଗୁଲ ଏହା ଉପରେ କୌଣସି ପଦକ୍ଷେପ ନେବ ନାହିଁ।
ଏହି ଖବର ପଢ଼ନ୍ତୁ -
FREEରେ ନିଅନ୍ତୁ IAS ଓ RAS କୋଚିଂ: ଏହି ବିଶ୍ଵବିଦ୍ୟାଳୟରେ କରନ୍ତୁ ଆବେଦନନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।