ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଓ ଟ୍ରୁ-୫ଜି ଓ ଆଇଏଲବିଏସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା

ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଜିଓ ଟ୍ରୁ-୫ଜି ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍‌ସେସ୍ (ଆଇବିଏଲ୍‌ଏସ୍‌) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରାଯାଇଛି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଓ ଟ୍ରୁ-୫ଜି ଓ ଆଇଏଲବିଏସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଓ ଟ୍ରୁ-୫ଜି ଓ ଆଇଏଲବିଏସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia

ଭୁବନେଶ୍ୱର; ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସମାଧାନ ଜରିଆରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ବିକାଶ କରିବା ନିମନ୍ତେ ଜିଓ ଟ୍ରୁ-୫ଜି ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍‌ସେସ୍ (ଆଇବିଏଲ୍‌ଏସ୍‌) ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ କରାଯାଇଛି । ଜିଓ ଟ୍ରୁ-୫ଜିର ଅନ୍ୟତମ ଲକ୍ଷ୍ୟ ହେଉଛି ପ୍ରତି ଭାରତୀୟଙ୍କ ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଂଚାଇବା । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅତ୍ୟାଧୁନିକ ସଫଳତା ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଯୁକ୍ତି ପ୍ରସ୍ତୁତ କରିବାରେ ଜିଓ ଟ୍ରୁ-୫ଜି ଓ ଆଇଏଲ୍‌ବିଏସ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସହାୟକ ହେବ ।

ଲୋ ଲାଟେନ୍‌ସି ସହ ଟ୍ରୁ-୫ଜି ପ୍ରଯୁକ୍ତି କେବଳ ପୁରୁଣା ପ୍ରଯୁକ୍ତିରେ ଉନ୍ନତି ଆଣିବ ନାହିଁ ବରଂ ରୋବୋଟିକ୍ସ ଭିତିକ ଚିକିତ୍ସା/ ଅସ୍ତ୍ରୋପଚାର, ରିମୋଟ-ଆଇସିୟୁ, ଆଇସିୟୁ-ଆମ୍ବୁଲାନ୍ସ, ଗୋଷ୍ଠୀ କ୍ଲିନିକ୍ ଭଳି ସ୍ୱାସ୍ଥ୍ୟ ସେବାର ବହୁ କ୍ଷେତ୍ରରେ ନୂତନ ଧାରା ସୃଷ୍ଟି କରିବ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ସୂଚନାଯୋଗ୍ୟ ଯେ, ଜିଓ ପକ୍ଷରୁ ଦ୍ରୁତ ଗତିରେ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି । ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ । ଟ୍ରୁ-୫ଜି ନେଟ୍‌ୱର୍କର ବହୁ ବିଶେଷ ଗୁଣ ମଧ୍ୟରେ ରହିଛି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହା ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳ ନୁହେଁ । ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସବୁୁଠୁ ବଡ଼ ଏବଂ ଉନ୍ନତ ମିଶ୍ରଣ ଜିଓ ପାଖରେ ରହିଛି । କ୍ୟାରିୟର ଏଗ୍ରିଗେସନ ପଦ୍ଧତିକୁ ବ୍ୟବହାର କରି ଜିଓ ପକ୍ଷରୁ ଏହି ୫ଜି ଫ୍ରିକ୍ୱେନ୍ସିର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରାଯାଇଛି ।
Published by:Soubhagya Mishra
First published: