ରିଲାଏନ୍ସ ଜିଓ ୪ଜି ଡାଉନଲୋଡ୍ ଓ ଅପଲୋଡ୍ ସ୍ପିଡରେ ଏକ ନମ୍ବର; ଟ୍ରାଇ ରିପୋର୍ଟ

୨୦.୩ ଏମବିପିଏସ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍ ସହ ଜିଓର ନେତୃତ୍ୱ ବଜାୟ ରହିଛି । ୪ଜି ହାରାହାରି ଅପ୍‌ଲୋଡ୍ ସ୍ପିଡ୍‌ରେ ଲଗାତାର ଦ୍ୱିତୀୟ ମାସ ପାଇଁ ଜିଓ ଏକ ନମ୍ବର ।

ରିଲାଏନ୍ସ ଜିଓ ୪ଜି ଡାଉନଲୋଡ୍ ଓ ଅପଲୋଡ୍ ସ୍ପିଡରେ ଏକ ନମ୍ବର; ଟ୍ରାଇ ରିପୋର୍ଟ

ରିଲାଏନ୍ସ ଜିଓ ୪ଜି ଡାଉନଲୋଡ୍ ଓ ଅପଲୋଡ୍ ସ୍ପିଡରେ ଏକ ନମ୍ବର; ଟ୍ରାଇ ରିପୋର୍ଟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍ ଓ ୪ଜି ଅପଲୋଡ୍ ସ୍ପିଡରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍ ଓ ଅପ୍‌ଲୋଡ୍ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି । ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଅକ୍ଟୋବର ମାସରେ ୧.୨ ଏମ୍‌ବିପିଏସ୍ ବୃଦ୍ଧି ପାଇ ୨୦.୩ ଏମ୍‌ବିପିଏସ୍‌ରେ ପହଂଚିଛି । ଗତ ସେପ୍ଟେମ୍ବର ମାସରେ କଂପାନିର ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୯.୧ ଏମ୍‌ବିପିଏସ୍ ଥିଲା ।



୨୦୨୨ ଅକ୍ଟୋବର ମାସରେ ଏୟାରଟେଲ୍‌ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୫ ଏମ୍‌ବିପିଏସ୍ ରହିଥିବା ବେଳେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି)ର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ୧୪.୫ ଏମ୍‌ବିପିଏସ୍ ଥିଲା ବୋଲି ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ଡାଉନ୍‌ଲୋଡ୍ ସ୍ପିଡ୍ ତୁଳନାରେ ପ୍ରାୟ ୫ ଏମ୍‌ବିପିଏସ୍ ଅଧିକ ରହିଛି ।



୪ଜି ଅପ୍‌ଲୋଡ୍ ସ୍ପିଡ୍‌ରେ ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ଏକ ନମ୍ବର ସ୍ଥାନରେ ରହିଥିଲା । ଲଗାତାର ଦ୍ୱିତୀୟ ମାସ ପାଇଁ କଂପାନି ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଅକ୍ଟୋବର ମାସରେ ମଧ୍ୟ ଜିଓର ୪ଜି ଅପ୍‌ଲୋଡ୍ ସ୍ପିଡ୍ ସର୍ବାଧିକ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ଅକ୍ଟୋବର ମାସରେ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୬.୨ ଏମ୍‌ବିପିଏସ୍ ରହିଛି । ୨୦୨୨ ଅକ୍ଟୋବର ମାସରେ ଭୋଡାଫୋନ୍ ଆଇଡିଆର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୪.୫ ଏମ୍‌ବିପିଏସ୍ ଥିବା ବେଳେ ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ୨.୭ ଏମ୍‌ବିପିଏସ୍ ରହିଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି । ଏୟାରଟେଲ୍‌ର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ଜିଓର ହାରାହାରି ୪ଜି ଅପ୍‌ଲୋଡ୍ ସ୍ପିଡ୍ ତୁଳନାରେ ଅଧାରୁ ମଧ୍ୟ କମ୍ ରହିଛି ।

ଟ୍ରାଇ ପକ୍ଷରୁ ଏହାର ମାଇଁସ୍ପିଡ୍ ଆପ୍ଲିକେସନ୍ ମାଧ୍ୟମରେ ବାସ୍ତବ ସମୟ ଭିତିରେ ସାରା ଭାରତରୁ ସଂଗ୍ରହ କରାଯାଉଥିବା ଡାଟା ଆଧାରରେ ହାରାହାରି ସ୍ପିଡ୍ ହିସାବ କରାଯାଉଛି ।
Published by:Soubhagya Mishra
First published: