ନିଜ ପ୍ରୋଫାଇଲରେ 'ତ୍ରିରଙ୍ଗା' ରଖିଲେ PM ମୋଦି (ପ୍ରତୀକାତ୍ମକ ଛବି) Newa18 Odia Digital
'ହର ଘର ତ୍ରିରଙ୍ଗା' ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍ ଚିତ୍ର ବଦଳାଇ ତ୍ରିରଙ୍ଗା ରଖିଛନ୍ତି। ବାସ୍ତବରେ, AIRର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ'ର ୯୧ ତମ ସଂସ୍କରଣରେ ଦେଶବାସୀଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ପ୍ରଧାନମନ୍ତ୍ରୀ' ହର ଘର ତିରଙ୍ଗା 'ଅଭିଯାନ ବିଷୟରେ କହିଥିଲେ ଓ ଲୋକଙ୍କୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତ୍ରିରଙ୍ଗା DP ରଖିବାକୁ କହିଥିଲେ। ଅଗଷ୍ଟ ୨ ରୁ ୧୫ ମଧ୍ୟରେ ଯେପରି ତ୍ରିରଙ୍ଗା ରଖିବାକୁ ଅପିଲ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ୱିଟ କରି ଲେଖିଛନ୍ତି, "ଆଜି ଅଗଷ୍ଟ ୨ ସ୍ୱତନ୍ତ୍ର! ଏକ ସମୟରେ ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ଉତ୍ସବ ପାଳନ କରୁଛୁ, ଆମ ଦେଶ #harghartrirnga ପାଇଁ ପ୍ରସ୍ତୁତ ଅଛି, ଯାହାକି ଆମର ତ୍ରିରଙ୍ଗାକୁ ପାଳନ କରିବା ପାଇଁ ଏକ ସାମୂହିକ ଆନ୍ଦୋଳନ। ମୁଁ ମୋର ସୋସିଆଲ ମିଡିଆ ପୃଷ୍ଠାରେ ଡିପି ବଦଳାଇ ଦେଇଛି।ଆପଣ ସମସ୍ତଙ୍କୁ ସମାନ କାର୍ଯ୍ୟ କରିବାକୁ ଅନୁରୋଧ କରୁଛି।"
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରବିବାର ଦିନ ଅଗଷ୍ଟ ୨ ରୁ ଅଗଷ୍ଟ ୧୫ ମଧ୍ୟରେ ସୋସିଆଲ ମିଡିଆ ଆକାଉଣ୍ଟରେ ତ୍ରିରଙ୍ଗାକୁ 'ପ୍ରୋଫାଇଲ' ଚିତ୍ର ଭାବରେ ବ୍ୟବହାର କରିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି। ଏହା ସହିତ ସେ 'ହର ଘର ତିରଙ୍ଗା' ଅଭିଯାନରେ ଯୋଗଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ 'ଆଜାଦୀ' ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି।
Published by: Soumya Das
First published: August 02, 2022, 11:22 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।