News18 Odia Digital
ନୂଆ ଦିଲ୍ଲୀ: ଦେଶର ୭୫ତମ ସ୍ୱାଧୀନତା ଦିବସ (Independence Day 2021) ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଅନେକ ଘୋଷଣା କରିଛନ୍ତି। ଏହି କ୍ରମରେ ସେ ଲାଲ କିଲ୍ଲାରୁ ଜାତୀୟ ହାଇଡ୍ରୋଜେନ୍ ମିଶନର (National Hydrogen Mission) ଘୋଷଣା ବି କରିଛନ୍ତି । ଏହି ମିଶନ୍ ଅଧୀନରେ ସବୁଜ ହାଇଡ୍ରୋଜେନ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ ହବ୍ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହା ପୂର୍ବରୁ ମଧ୍ୟ ପ୍ରଧାନ ମନ୍ତ୍ରୀ ମୋଦୀ ସବୁଜ ଶକ୍ତିକୁ (green energy) ଭବିଷ୍ୟତର ଇନ୍ଧନ ବୋଲି କହିଛନ୍ତି । ସେ ବିଶ୍ୱାସ କରନ୍ତି ଯେ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଖୁବ୍ ସାହାଯ୍ୟ କରିବ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସବୁଜ ହାଇଡ୍ରୋଜେନ (green hydrogen) କ୍ଷେତ୍ର ଦେଶକୁ ଶକ୍ତି କ୍ଷେତ୍ରରେ ବଡ଼ ଲମ୍ଫ ପ୍ରଦାନ କରିବାରେ ସାହାଯ୍ୟ କରିବ । ଏହା ଦ୍ୱାରା ପେଟ୍ରୋଲ୍ ଓ ଡିଜେଲର (Petrol-Diesel Demand) ଚାହିଦା ହ୍ରାସ ହେବ ଓ ଅଶୋଧିତ ତୈଳର ଆମଦାନୀ (Crude Oil Import) ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ।
ଏହା ବି ପଢ଼ନ୍ତୁ | ବନ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ: ବିଦ୍ୟାଙ୍କୁ ୫ ଘଣ୍ଟା ଜେରାରୁ ମିଳିଲାନି ବିଶେଷ କିଛି; ମୋବାଇଲରେ ଫଟୋର ରହସ୍ୟ କ’ଣ?କେବଳ ସେତିକି ନୁହେଁ, ସବୁଜ ହାଇଡ୍ରୋଜେନକୁ ଇନ୍ଧନ ଭାବରେ ବ୍ୟବହାର କରିବା ଦ୍ୱାରା ପ୍ରଦୂଷଣ (Pollution) ବି ବନ୍ଦ ହୋଇଯିବ । ଆହୁରି ମଧ୍ୟ ହାଇଡ୍ରୋଜେନ ଗ୍ୟାସକୁ ସଙ୍କୋଚିତ ପ୍ରାକୃତିକ ଗ୍ୟାସ (CNG) ସହିତ ମିଶ୍ରଣ କରି ବ୍ୟବହାର କରାଯାଇପାରିବ । ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି, ‘‘ଆଜି ମୁଁ ତିରଙ୍ଗାକୁ ସାକ୍ଷୀ ରଖି ଜାତୀୟ ହାଇଡ୍ରୋଜେନ ମିଶନ ଘୋଷଣା କରୁଛି ।’’
ଏହା ବି ପଢ଼ନ୍ତୁ | ସାବଧାନ! ଦେଶରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ଅଛି; ସେଥିରୁ ୨ଟି ଓଡ଼ିଶାରେ; ଦେଖନ୍ତୁ ପୂରା ତାଲିକାବର୍ତ୍ତମାନ ଦୁଇଟି ଟେକ୍ନୋଲୋଜି ସାହାଯ୍ୟରେ ଭାରତରେ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପାଦିତ ହେଉଛି । ପ୍ରଥମତଃ ଜଳକୁ ଇଲେକ୍ଟ୍ରୋଲାଇସିସ୍ କରି ହାଇଡ୍ରୋଜେନକୁ ସେଥିରୁ ଅଲଗା କରାଯାଉଛି । ସରଳ ଶବ୍ଦରେ କହିଲେ ଜଳ ସାହାଯ୍ୟରେ ହାଇଡ୍ରୋଜେନ ତିଆରି କରାଯାଉଛି, ଯେଉଁଥିରୁ କାର ଚାଲିପାରିବ । ତେବେ ଏଥିରୁ କେବଳ ହାଇଡ୍ରୋଜେନ୍ ଦ୍ୱାରା ଚାଳିତ କାରଗୁଡ଼ିକ ଇନ୍ଧନ ପାଇବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଗଞ୍ଜାମ: ମୃତ୍ୟୁ ପୂର୍ବରୁ କହିଥିଲେ ଶୁଭସ୍ମିତା, ‘‘ସେ ମୋତେ ଭଲ ପାଉଥିଲା, ଏଠିକି ଆଣି ନିଆଁ ଲଗେଇଦେଲା’’ଦ୍ୱିତୀୟ ଟେକ୍ନୋଲୋଜି ଅଧୀନରେ ପ୍ରାକୃତିକ ଗ୍ୟାସକୁ ବିବାଜିତ କରି ସେଥିରୁ ହାଇଡ୍ରୋଜେନ ଓ କାର୍ବନକୁ ଅଲଗା କରାଯାଉଛି । ତା’ ପରେ ହାଇଡ୍ରୋଜେନକୁ ଏକ ଇନ୍ଧନ ଭାବରେ ବ୍ୟବହାର କରାଯାଇପାରିବ । ଅଲଗା କରାଯାଇଥିବା କାର୍ବନରୁ ମହାକାଶ, ଏରୋସ୍ପେସ୍, ଅଟୋ, ପାଣି ଜାହାଜ ଓ ଇଲେକ୍ଟ୍ରୋନିକ୍ ଜିନିଷ ତିଆରି କରାଯାଇପାରିବ । ଜାତୀୟ ହାଇଡ୍ରୋଜେନ ଶକ୍ତି ମିଶନ ଅଧୀନରେ ଭାରତୀୟ ରେଳ ହାଇଡ୍ରୋଜେନ ଇନ୍ଧନ ସେଲ୍ ବ୍ୟବହାର କରିବା ଆରମ୍ଭ କରିଛି ।
ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଆଧାରିତ ପ୍ରଯୁକ୍ତିବିଦ୍ୟା ପାଇଁ ଟେଣ୍ଡର୍ ବି ଆମନ୍ତ୍ରିତ କରାଯାଇଛି । ଏହି ଟେକ୍ନୋଲୋଜି ଉତ୍ତର ରେଳବାଇର ସୋନିପତ-ଜିନ୍ଦ୍ ସେକ୍ସନରେ DEMU ଟ୍ରେନରେ କାର୍ଯ୍ୟକାରୀ ହେବ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।