ଭୁବନେଶ୍ୱର: କିମ୍ବଦନ୍ତୀ ଗାୟକା ଲତା ମଭେ୍ଗସକରଙ୍କ ଦେହାନ୍ତ ଗଟିଛି । ଭାରତ ରତ୍ନ ଲତାଜୀ ସାରା ଦେଶର କୋଣ ଅନୁକୋଣରେ ସଙ୍ଗୀତପ୍ରେମୀଙ୍କ ହୃଦୟରେ ରହିଛନ୍ତି । ତେବେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ ଦୁଇଟି ଗୀତରେ କଣ୍ଠଦାନ କରିଛନ୍ତି । ଯାହାକି ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ତାଙ୍କର ସଂପୃକ୍ତିକୁ ନିକଟତର କରିଛି । ତେବେ ବଲିଉଡରେ ଗାୟିକା ଭାବେ ବେଶ୍ ନାମ କମାଇଥିବା କଟକ ଝିଅ ସୋନା ମହାପାତ୍ରଙ୍କୁ ଲତାଜୀ ଆଶୀର୍ବାଦ ଦେଇ ତାଙ୍କ ଗୀତର ଦୁଇଟି ଲାଇନ୍ ଗାଇଥିଲେ ।
ଏ ସମ୍ପର୍କରେ ସୋନା ନିଜର ଫେସବୁକ୍ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି । ସୋନୁ ନିଗମଙ୍କ ଘରେ ଏକ କାର୍ଯ୍ୟକ୍ରମରେ ଅଲକା ୟାଗ୍ନିକ, କବିତା କ୍ରିଷ୍ଣମୂତ୍ତୀ, ସୁନିଧି ଚୌହ୍ୱାନ ଓ ସୋନା ଯୋଗ ଦେଇଥିଲେ । ସେଠାରେ ଲତାଜୀ ମଧ୍ୟ ଉପସ୍ଥିତ ଥିଲେ । ସୋନାଙ୍କୁ ଆଶୀର୍ବାଦ ଦେଇ ଲତା ତାଙ୍କର ଫିଲ୍ମ ତଲାସର ଏକ ଗୀତ ‘ ଜିୟା ଲାଗେନା’ର ଦୁଇଟି ଲାଇନ୍ ଗାଇଥିଲେ ଏବଂ ଏହିପରି ଗୀତ ଗାଇବାକୁ ପରାମର୍ଶ ଦେଇଥିଲେ ।
ସେଦିନର ଅନୁଭୂତି ସମ୍ପର୍କରେ ସୋନା କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି, ଯେତେବେଳେ ସେ ମତେ ଜାଣିଛନ୍ତି ବୋଲି କହିଲେ ଏବଂ ମୋ ଫିଲ୍ମ ‘ତଲାସ’ର ଏକ ଗୀତର ଦୁଇ ଲାଇନ୍ ଗାଇଥିଲେ ।
ଦେଶର ସାଂପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ଲତାଜୀ ମଜାଦାର କମେଡି କରିଥିଲେ । କ୍ରିକେଟ, ରାଜନୀତି ସହ ଦେଶର ସଂସ୍କୃତି ସମ୍ପର୍କରେ ଲତାଜୀଙ୍କର ଗଭୀର ଜ୍ଞାନ ଥିଲା । ସେଦିନ ଆମେ ଅନୁଭବ କରିଥିଲୁ ସଂଘର୍ଷ, କଠିନ ପରିଶ୍ରମ, ଗଭୀର ଅଭିଜ୍ଞତା, ଅନୁଭୂତି ଓ ଜ୍ଞାନ ଲତାଜୀଙ୍କୁ ସଫଳତାର ଶିଖରକୁ ଛୁଇଁବାରେ ସହାୟକ ହୋଇଥିଲା ବୋଲି ସୋନା ନିଜର ଅନୁଭୂତି ବାଣ୍ଟିଛନ୍ତି ।
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।