ସ୍ତ୍ରୀ ନା ସୈତାନ୍ ସ୍ବାମୀଙ୍କୁ ନିଶା ଔଷଧ ଦେଉଥିଲେ ମହିଳା

  • Share this:
ସ୍ବାମୀଙ୍କୁ ନିଶା ଦେଉଥିଲେ ସ୍ତ୍ରୀ। ମାନସିକ ଅବସ୍ଥା ଖରାପ ହେବା ଭଳି, ପାଗଳ କରି ଦେବା ଭଳି ଔଷଧ ସ୍ବାମୀଙ୍କୁ ଦେଉଥିଲେ ସ୍ତ୍ରୀ। ଏପରି କିଛି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି କେରଳ କୋଟିୟମରୁ।

ସ୍ବାମୀ ସତୀଶ ଶଙ୍କରଙ୍କ ଅଭିଯୋଗ କ୍ରମେ ପତ୍ନୀ ଆଶା ସୁରେଶଙ୍କୁ ପୋଲିସ ଗିରଫ କରିଛି। ସ୍ବାମୀଙ୍କ କହିବା ଅନୁଯାୟୀ ତାଙ୍କ ପତ୍ନୀ ତାଙ୍କୁ ୨୦୧୫ ମସିହାରୁ ଖାଦ୍ୟରେ ନିଶା ଔଷଧ ମିଶାଇ ଖାଇବାକୁ ଦେଉଥିଲେ। ଏହି ଘଟଣାରେ ପୋଲିସ ଅଧିକ ପଚରା ଉଚରା କରିବାରୁ ଜଣାପଡ଼ିଛି ଯେ ଆଶାଙ୍କ ମାଆ ମଧ୍ୟ ତାଙ୍କ ବାପାଙ୍କ ପ୍ରତି ମଧ୍ଯ ସମାନ ବ୍ଯବହାର କରୁଥିଲେ।

ଏହି ଘଟଣା ଉପରେ ଅଧିକ ତଦନ୍ତ କରିବାକୁ ଯାଇ ତଦନ୍ତ ଅଧିକାରୀ ଶାଜୁ ଯୋସେ, ଡିଏସପି କହିଛନ୍ତି ଯେ ସେମାନେ ଅଭିଯୁକ୍ତଙ୍କ ମାଙ୍କ ବିଷୟରେ ହୋଇଥିବା ନୂଆ ଅଭିଯୋଗକୁ ଆଧାର କରି ତଦନ୍ତ କରିବେ ।
ପୁଲିସର ସୂଚନାନୁସାରେ ଆଶାଙ୍କ ମାଆ ଏବେ ଅନ୍ୟ ଝିଅଙ୍କ ସହିତ ବିଦେଶରେ ଅଛନ୍ତି । ଆଶାଙ୍କୁ ବର୍ତ୍ତମାନ ରିମାଣ୍ଡରେ ନିଆଯାଇଛି ।

ପୋଲିସର ସୂଚନାନୁସାରେ, ୨୦୦୬ ମସିହାରେ ଆଶା ଏବଂ ସତୀଶ ବିବାହ କରିଥିଲେ। ସେମାନଙ୍କର ଦୁଇଟି ଝିଅ ଅଛନ୍ତି। ବଡ଼ ଝିଅ ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ସାନ ଝିଅ ତୃତୀୟ ଶ୍ରେଣୀରେ ପଢନ୍ତି । ଡିଏସପି ଜୋସ କହିଛନ୍ତି ଯେ ଆଶା ତାଙ୍କ ବଡ ଝିଅର ସାହାଯ୍ୟ ନେଇ ସୁରେଶଙ୍କୁ ଏହି ନିଶା ଔଷଧ ଖାଇବାକୁ ଦେଉଥିଲେ। ସତିଶଙ୍କ ହିଂସାତ୍ମକ ଆଚରଣକୁ ଦୂର କରିବା ପାଇଁ ଏହି ଔଷଧ ଜରୁରୀ ବୋଲି କହି ନିଜ ଝିଅକୁ ପ୍ରତାରଣା କରିଥିବା ଜଣାପଡିଛି।

ସତୀଶ ପୋଲିସକୁ କହିଛନ୍ତି ଯେ ସେ ଘର ଖାଦ୍ୟ ଖାଇବା ପରେ ନିୟମିତ ଥକ୍କା ଅନୁଭବ କରିବା ସହ ଶୋଇ ପଡ଼ିଥିଲେଥିଲେ ।

ଡିଏସପି ଜୋସ୍ କହିଛନ୍ତି ସତୀଶ ତାଙ୍କ ଘର ଭିତର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଜାଣିବାକୁ ପାଇଛନ୍ତି ଯେ ତାଙ୍କ ପତ୍ନୀ ଏପରି କାର୍ଯ୍ୟ କରୁଥିଲେ ।
First published: