News18 Odia Digital
Google Pay RuPay Credit Card Payment: ଆଜିକାଲି ସବୁ ଲୋକ ଅନଲାଇନ ପେମେଣ୍ଟକୁ (Online Payment) ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ଆପଣ ଅନଲାଇନ୍ କାରବାର ପାଇଁ ଗୁଗଲ୍ ପେ (Google Pay) ବ୍ୟବହାର କରନ୍ତି କି? ଯଦି ହଁ, ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଖୁସି ଖବର ଆଣିଛୁ।
ଯାହା ଶୁଣିବା ପରେ ଆପଣଙ୍କ ମନ ଖୁସି ହୋଇଯିବ। ବର୍ତ୍ତମାନ ଗୁଗଲ୍-ପେରେ ପେମେଣ୍ଟ ଦେବା ପାଇଁ ଏକ ନୂଆ ସେବା ଆରମ୍ଭ ହୋଇଛି। ଗୁଗଲ ତରଫରୁ ପେମେଣ୍ଟ କରିବାକୁ ଗୁଗଲ୍-ପେରେ କ୍ରେଡିଟ୍ କାର୍ଡ ସାହାଯ୍ୟରେ UPI ପେମେଣ୍ଟ ସୁବିଧା ଦିଆଯାଇଛି।
ସୂଚନାମୁତାବକ ବର୍ତ୍ତମାନ ଉପଭୋକ୍ତାମାନେ ଗୁଗଲ୍ ପେ ରେ କ୍ରେଡିଟ୍ କାର୍ଡ ସହିତ UPI ପେମେଣ୍ଟ କର ପାରିବେ। ପୂର୍ବରୁ ଏହି ସୁବିଧାର ଲାଭ କେବଳ ଡେବିଟ୍ କାର୍ଡ ପାଇଁ ଉପଲବ୍ଧ ଥିଲା। କିନ୍ତୁ ଏବେ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏହି କାର୍ଯ୍ୟ ହୋଇପାରିବ ।
ଲୋକଙ୍କ ମଧ୍ୟରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ର ବହୁତ ଚାହିଦା ଦେଖି ଗୁଗଲ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସହିତ ମିଳିତ ଭାବରେ ଏହି ନିଷ୍ପତ୍ତି ନେଇଛି। କମ୍ପାନୀ ତରଫରୁ, ମେ ୨୪, ମଙ୍ଗଳବାର ଦିନ, ରୁପେ କ୍ରେଡିଟକାର୍ଡ ସୁବିଧା ଆରମ୍ଭ କରିଛି। ବର୍ତ୍ତମାନ, ଗୁଗଲ୍ ପେ ସହିତ UPI କାରବାର ପାଇଁ କେବଳ RuPay କ୍ରେଡିଟ୍ କାର୍ଡ ବ୍ୟବହାର। କରାଯାଇପାରିବ।
ଜାଣନ୍ତୁ କିଭଳି କରିବେ ଲିଙ୍କ:
୧- ଏଥିପାଇଁ ଆପଣଙ୍କୁ ଗୁଗଲ୍ ପେ ସହିତ RuPayକ୍ରେଡିଟ୍ କାର୍ଡ ଲିଙ୍କ୍ କରିବାକୁ ପଡ଼ିବ।
୨- ଏହା ମାଧ୍ୟମରେ ଉପଭୋକ୍ତାମାନେ ଅନଲାଇନ୍ ଏବଂ ଅଫଲାଇନ୍ କାରବାରର ସୁବିଧା ପାଇପାରିବେ।
୩- ଗୁଗଲ୍ ପେ ଆପ୍ ଖୋଲନ୍ତୁ।
୪- ଏହା ପରେ ଆପର ସେଟିଂକୁ ଯାଆନ୍ତୁ।
୫- ଏହା ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ଅନେକ ବିକଳ୍ପ ମିଳିବ ।
୬- ଏହି ପେମେଣ୍ଟ ଅପସନ ଗୁଡ଼ିକ ମଧ୍ୟରୁ ଗୋଟିଏ ଉପରେ କ୍ଲିକ୍ କରନ୍ତୁ ।
୭- ପେମେଣ୍ଟ ଏବଂ ଆକାଉଣ୍ଟ ଲିଙ୍କ ଉପରେ କ୍ଲିକ୍ କରି ରୁପେ କ୍ରେଡିଟ୍ କାର୍ଡ ଚୟନ କରନ୍ତୁ।
୮- ଏଠାରେ ଆପଣଙ୍କର କାର୍ଡ ନମ୍ବର, ସମାପ୍ତି ତାରିଖ ଏବଂ PIN ନମ୍ବରର ଶେଷ ୬ଅଙ୍କ ପ୍ରବେଶ କରନ୍ତୁ।
୮- ପଞ୍ଜୀକୃତ ମୋବାଇଲ୍ ନମ୍ବର ପ୍ରବେଶ କରି OTP ଯାଞ୍ଚ କରନ୍ତୁ ।
ପଢ଼ନ୍ତୁ ଏହି ଖବର: Rs 75 coin: ଦେଶରେ ଜାରି ହେବ ୭୫ ଟଙ୍କିଆ କଏନ୯- ଏହିପରି, ଗୁଗଲ୍ ପେ ରୁ UPI ପେମେଣ୍ଟ ପାଇଁ ରୁପେ କ୍ରେଡିଟ୍ କାର୍ଡ ଲିଙ୍କ୍ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।