ହୋମ୍ » ଓଡ଼ିଶା ନ୍ୟୁଜ୍ » ଟେକ୍»ଏବେ News18 ଭାରତୀୟ ଭାଷାମାନଙ୍କରେ ଖବର ପାଇଁ ନୂଆ No. 1 ହେଲା; Timesକୁ ଆଡ଼େଇଲା

ଏବେ News18 ଭାରତୀୟ ଭାଷାମାନଙ୍କରେ ଖବର ପାଇଁ ନୂଆ No. 1 ହେଲା; Timesକୁ ଆଡ଼େଇଲା

News18 emerges No.1 among Indian languages | ସ୍ଥାନୀୟ ଘଟଣାବଳୀଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସମ୍ବାଦ ପର୍ଯ୍ୟନ୍ତ ନ୍ୟୁଜ୍୧୮ ନେଟୱାର୍କର ୱେବସାଇଟଗୁଡି଼କ ନିଜ ପାଠକମାନଙ୍କୁ ସବୁ କଭରେଜର କେନ୍ଦ୍ରରେ ରଖନ୍ତି । ନ୍ୟୁଜ୍୧୮ ଖବରକୁ ପ୍ରାସଙ୍ଗିକ ଓ କୌତୁହଳପ୍ରଦ କରି ଉପସ୍ଥାପିତ କରେ ।

ଏବେ News18 ଭାରତୀୟ ଭାଷାମାନଙ୍କରେ ଖବର ପାଇଁ ନୂଆ No. 1 ହେଲା; Timesକୁ ଆଡ଼େଇଲା
ନ୍ୟୁଜ୍୧୮ ଦେଶର ସବୁଠାରୁ ଲୋକପ୍ରିୟ ମିଡ଼ିଆ ପ୍ଲାଟଫର୍ମ ପାଲଟିଛି ।
  • News18 Odia
  • Last Updated: July 28, 2021, 11:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟାଇମ୍ସ ଗୃପକୁ ବିସ୍ଥାପିତ କରି ଭାରତୀୟ ଭାଷାରେ ମୋବାଇଲ୍ ଦର୍ଶକମାନଙ୍କ ପାଇଁ News18 ବର୍ତ୍ତମାନ ଦେଶର ସବୁଠାରୁ ଆକର୍ଷଣୀୟ ଡିଜିଟାଲ୍ ନ୍ୟୁଜ୍ ବ୍ରାଣ୍ଡ ପାଲଟିଛି । ଅଗ୍ରଣୀ ମିଡିଆ ମାପ ଓ ଆନାଲିଟିକ୍ସ କମ୍ପାନୀ ComScoreର ତଥ୍ୟ ଦର୍ଶାଏ ଯେ ଜୁନ୍ ୨୦୨୧ରେ ନ୍ୟୁଜ୍୧୮ର ଏକ ଡଜନ୍‌ ଭାରତୀୟ ଭାଷାର ୱେବସାଇଟ୍ ୯୪୧ ମିଲିୟନ୍ ପୃଷ୍ଠା ଦର୍ଶନ (941 million page views) ଲାଭ କରିଥିଲା । ଏହା ତୁଳନାରେ ଟାଇମ୍ସ ଗୃପର ଭାଷା ୱେବସାଇଟଗୁଡିକ ୯୨୪ ନିୟୁତ ପୃଷ୍ଠା ଦର୍ଶନ ଲାଭ କରିଥିଲେ ।

ଯେକୌଣସି ୱେବସାଇଟରେ ଦର୍ଶକମାନଙ୍କ ଯୋଗଦାନକୁ ମାପିବା ବେଳେ ପୃଷ୍ଠା ଦର୍ଶନ (page views) ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ ବା ମେଟ୍ରିକ୍ । ଏହି ତାଜା ସର୍ଭେରୁ ଏହା ବି ଜଣାପଡ଼ିଛି ଯେ News18ର ପୃଷ୍ଠା ଦର୍ଶନ ସଂଖ୍ୟା ଲାଇଭ୍‌ ହିନ୍ଦୁସ୍ତାନର ପ୍ରାୟ ଦୁଇ ଗୁଣ (News18 number 1 among Indian language websites)। ଲାଇବ୍‌ ହିନ୍ଦୁସ୍ତାନ ୪୮୬ ନିୟୁତ ପେଜ୍‌ ଭ୍ୟୁ ସହିତ ନମ୍ବର ୩ରେ ଛିଡା ହୋଇଛି । ଏହି ତାଲିକାରେ ଚତୁର୍ଥରେ ଅଛି ଆଜ ତକ୍‌, ଯିଏ ମୋ’ଟ ୪୭୮ ନିୟୁତ ପେଜ୍‌ ଭ୍ୟୁ ପାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ବର: ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ; ଉଦ୍ଧାର କରାଗଲା

ସ୍ଥାନୀୟ ଘଟଣାବଳୀଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତୀୟ ସମ୍ବାଦ ପର୍ଯ୍ୟନ୍ତ ନ୍ୟୁଜ୍୧୮ ନେଟୱାର୍କର ୱେବସାଇଟଗୁଡି଼କ ନିଜ ପାଠକମାନଙ୍କୁ ସବୁ କଭରେଜର କେନ୍ଦ୍ରରେ ରଖନ୍ତି । ନ୍ୟୁଜ୍୧୮ ଖବରକୁ ପ୍ରାସଙ୍ଗିକ ଓ କୌତୁହଳପ୍ରଦ କରି ସବୁଠାରୁ ବିଶ୍ୱସ୍ତ ବ୍ରାଣ୍ଡ୍‌ ଭାବରେ ନିଜ ପାଇଁ ସୁନାମ ସୃଷ୍ଟି କରିଛି ଓ ବିଶ୍ୱର ଯେକୌଣସି ସ୍ଥାନରେ ଘଟୁଥିବା ବଡ଼ ଘଟଣା ଉପରେ ଅନ୍ୟମାନଙ୍କ ତୁଳନାରେ ଅଧିକ କ୍ଷୀପ୍ର ଗତିରେ ପ୍ରତିକ୍ରିୟା ପ୍ରକାଶ କରିଆସିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୃତ୍ୟୁ ପୂର୍ବରୁ କହିଲେ ଗଞ୍ଜାମର ଯୁବତୀ: ‘‘ସେ ମୋତେ ଭଲ ପାଉଥିଲା, ଏଠିକି ଆଣି ନିଆଁ ଲଗେଇଦେଲା’’

ନ୍ୟୁଜ୍‌୧୮ର ୱେବସାଇଟଗୁଡି଼କ ରାଜନୀତି ଓ କ୍ରୀଡା ଠାରୁ ପ୍ରଯୁକ୍ତି ବିଦ୍ୟା ଓ ମନୋରଞ୍ଜନ ପର୍ଯ୍ୟନ୍ତ କ୍ଷେତ୍ରଗୁଡି଼କରେ ଉତ୍ସାହଜନକ ମନ୍ତବ୍ୟ, ସ୍ୱତନ୍ତ୍ର ପ୍ରବନ୍ଧ, ବିଶେଷ କାହାଣୀ ଓ ବଡ଼ ଖବର ସହ ବ୍ରେକିଂ ନ୍ୟୁଜ୍‌ ପ୍ରଦାନ କରନ୍ତି ।

ଏହା ବି ପଢ଼ନ୍ତୁ | ସୌମ୍ୟ ମୃତ୍ୟୁ: ଦିନ ପରେ ଗଜପତି SPଙ୍କ ଅବସର; ହାଇ କୋର୍ଟରେ CBI ତଦନ୍ତ ଦାବି ହେଲା

News18 ଇଂରାଜୀ ବ୍ୟତୀତ ହିନ୍ଦୀ, ତେଲୁଗୁ, ମରାଠୀ, ତାମିଲ, ବଙ୍ଗଳା, ମଲାୟାଲମ୍, କନ୍ନଡ, ଗୁଜୁରାଟୀ, ଆସାମ, ପଞ୍ଜାବୀ, ଓଡି଼ଆ ଓ ଉର୍ଦ୍ଦୁରେ ଉପଲବ୍ଧ ଅଛି । News18 ନିଜ ପାଠକମାନଙ୍କୁ ନିରନ୍ତର ସମର୍ଥନ ଓ ଅଦମ୍ୟ ବିଶ୍ୱାସ ପାଇଁ ଧନ୍ୟବାଦ ଜଣାଉଛି ।



(ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ଼ର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand ST Das
First published: July 28, 2021, 11:01 PM IST