News18 Odia Digital
ନୂଆ ଦିଲ୍ଲୀ: ଏବେ ବି ସାରା ବିଶ୍ୱରେ କରୋନା ଭାଇରସର (Coronavirus) ପ୍ରକୋପ ଅଛି। ଭାରତ ସମେତ ବିଶ୍ୱର ସବୁ ଦେଶରେ କରୋନା ଟିକା (Corona Vaccine) ମିଳିବା ପରେ ବି ବୈଜ୍ଞାନିକମାନେ ଏହି ଭାଇରସର ମୁକାବିଲା ପାଇଁ ଗବେଷଣାରେ ଲାଗିଛନ୍ତି । ଏହାରି ଭିତରେ ଟିକାର ବିଭିନ୍ନ ପ୍ରକାରକୁ ନେଇ ମଧ୍ଯ ବିଭିନ୍ନ ତଥ୍ୟ ସାମନାକୁ ଆସୁଛି । ବର୍ତ୍ତମାନ ଲୋକଙ୍କୁ ଦିଆଯାଉଥିବା ଇଣ୍ଟ୍ରାମସ୍କୁଲାର ଟିକା (intramuscular vaccine) ପରେ ବୈଜ୍ଞାନିକମାନେ ନାଜାଲ୍ ଟିକା (Nasal Vacine) ଉପରେ କାମ କରୁଛନ୍ତି, ଯାହାକୁ ନାକରେ ସ୍ପ୍ରେ କରିହେବ।
ବିଶ୍ୱାସ କରାଯାଉଛି ଯେ ଏବେ ମିଳୁଥିବା ବିଭିନ୍ନ କରୋନା ଟିକା ଅପେକ୍ଷା ନାଜାଲ୍ ଟିକା ଅଧିକ ପ୍ରଭାବଶାଳୀ ହୋଇପାରେ । ଏବେ ଏହି ଟିକା ଉପରେ ପରୀକ୍ଷା ଚାଲିଛି । ନାଜାଲ୍ ଟିକାକୁ ଅଧିକ ପ୍ରଭାବଶାଳୀ ବୋଲି ବିବେଚନା କରାଯାଉଛି କାରଣ ଏହା କରୋନା ଭୂତାଣୁ (COVID-19) ବିରୁଦ୍ଧରେ ଅଧିକ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ ।ବର୍ତ୍ତମାନ ଇଞ୍ଜେକ୍ସନ୍ ମାଧ୍ୟମରେ ଲୋକଙ୍କୁ ଦିଆଯାଉଥିବା ଇଣ୍ଟ୍ରାମସ୍କୁଲାର ଟିକା ବିଷୟରେ ଡାକ୍ତରମାନେ ନିଜେ କହିଛନ୍ତି ଯେ ଏହି ଟିକା ନିଶ୍ଚିତ କରେ ନାହିଁ ଯେ ଆପଣ ଭାଇରସ୍ ଦ୍ୱାରା ସଂକ୍ରମିତ ହେବେ ନାହିଁ, କିନ୍ତୁ ଏହାର ପ୍ରଭାବ ହେତୁ ଏହା ନିଶ୍ଚିତ ଯେ ଆପଣ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ହେବେ ନାହିଁ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | TVରେ ଅଲିମ୍ପିକ୍ସରେ ଭାରତ ହକି ମ୍ୟାଚ୍ ଜିତିବା ଦେଖି ଖୁସିରେ ତାଳିମାରିଲେ CM ନବୀନ ପଟ୍ଟନାୟକବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ ନାଜାଲ୍ ଟିକା (Nasal Vaccine) ଭବିଷ୍ୟତରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହା ଆସିଯିବା ପରେ ଇଣ୍ଟ୍ରାମସ୍କୁଲାର ଟିକା ସହିତ ଏହାର ମିଶ୍ରଣ କରୋନା ଭାଇରସ୍ ସଂକ୍ରମଣ ଚିକିତ୍ସାରେ ଏକ ଗେମ୍-ଚେଞ୍ଜର୍ ପ୍ରମାଣିତ ହେବ ବୋଲି ଗବେଷକ ଓ ଚିକିତ୍ସକମାନେ ବିଶ୍ୱାସ କରୁଛନ୍ତି ।

ଏବେ ଲୋକଙ୍କୁ ଇଣ୍ଟ୍ରାମସ୍କୁଲାର ଟିକା ଦିଆଯାଉଛି ।(ପ୍ରତୀକାତ୍ମକ ଛବି)
ଏହା ବି ପଢ଼ନ୍ତୁ | ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀ ଏବେ ସନ୍ଦେହର କେନ୍ଦ୍ର ବିନ୍ଦୁରେ; ଖୁବ୍ ଶୀଘ୍ର ଜେରା ହେବସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର (CDSCO) ଏକ କମିଟି ଭାରତ ବାୟୋଟେକ୍ କମ୍ପାନୀର କୋଭାକ୍ସିନ୍ ଟିକା ଓ ନାଜାଲ୍ ଟିକାର ପରୀକ୍ଷଣ କରିବାକୁ ପରାମର୍ଶ ଦେଇଛି । ଏଥିରେ କୋଭାକ୍ସିନର ପ୍ରଥମ ଡୋଜ୍ ଓ ନାସାଲ୍ ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ ।ଏହା ପରେ ଏହାର ଫଳାଫଳ ଦେଖାଯିବ ।ସମଗ୍ର ବିଶ୍ୱରେ ଏବେ ସାତୋଟି ଇଣ୍ଟ୍ରାନାଜାଲ୍ COVID-19 ଟିକାର କ୍ଲିନିକାଲ୍ ପରୀକ୍ଷଣ ଚାଲିଛି ।ଭାରତ ବାୟୋଟେକ୍ କମ୍ପାନୀ ସେମାନଙ୍କ ମଧ୍ୟରୁ ଅନ୍ୟତମ ।
ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଚା’ ଦୋକାନରେ ଝଗଡ଼ାରୁ ନକଲି ନୋଟ୍ ରାକେଟର ପର୍ଦ୍ଦାଫାଶ ହେଲା; ₹୧୩.୮୫ ଲକ୍ଷ ଜବତନାଜାଲ୍ ଟିକା ବର୍ତ୍ତମାନ ଅକ୍ସଫୋର୍ଡ ୟୁନିଭରସିଟି, ଅଲ୍ଟିମ୍ୟୁନ୍, ହଂକଂ ୟୁନିଭରସିଟି, ମିସା ଭ୍ୟାକ୍ସିନ୍, କୋଡାଜେନିକ୍ସ ଓ କ୍ୟୁବାର ସେଣ୍ଟର୍ ଫର୍ ଜେନେଟିକ୍ ଇଞ୍ଜିନିୟରିଂ ଆଣ୍ଡ୍ ବାୟୋଟେକ୍ନୋଲୋଜି ଦ୍ୱାରା ପରୀକ୍ଷା କରାଯାଉଛି।
ଇଣ୍ଟ୍ରାନାଜାଲ୍ ଟିକା ଉପରେ ଚାଲିଥିବା ଅଧ୍ୟୟନ ଶେୟାର୍ କରି ଭରତ ବାୟୋଟେକର ଡକ୍ଟର୍ ରାଚେସ୍ ଏଲା କହିଛନ୍ତି ଯେ ନାଜାଲ୍ ଟିକା ଇଣ୍ଟ୍ରାମସ୍କୁଲାର ଟିକାର ଅଭାବକୁ ଦୂର କରିପାରିବ । ସେ କହିଛନ୍ତି ଯେ ଇଞ୍ଜେକ୍ସନ୍ ମାଧ୍ୟମରେ ଏବେ ଦିଆଯାଉଥିବା ଇଣ୍ଟ୍ରାମସ୍କୁଲାର ଟିକା ଭାଇରସକୁ ଶରୀର ଭିତରକୁ ପ୍ରବେଶ କରିବାରୁ ରୋକିପାରିବ ନାହିଁ। ଅନ୍ୟ ପକ୍ଷରେ ଭରତ ବାୟୋଟେକର ପ୍ରତିଷ୍ଠାତା କୃଷ୍ଣ ଏଲା କହିଛନ୍ତି ଯେ ନାଜାଲ୍ ଟିକା ସମ୍ବନ୍ଧରେ ଆସନ୍ତା ଦୁଇ ତିନି ମାସ ମଧ୍ୟରେ କମ୍ପାନୀ ଭଲ ଫଳାଫଳ ପାଇବ ବୋଲି ଆଶା ରଖିଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।