ଡିଜିଟାଲ୍ ଇଣ୍ଡିଆ ଆକ୍ଟ କିପରି ହେବ ? ଆଇଟି ମନ୍ତ୍ରୀ କହିଲେ- ୨୦୨୩ ଆରମ୍ଭରେ ଆସିବ ରୂପରେଖ

ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ପ୍ରସ୍ତାବିତ ଡିଜିଟାଲ ଇଣ୍ଡିଆ ଅଧିନିୟମ ଉପରେ ଅନେକ କାର୍ଯ୍ୟ କରାଯାଇଛି ଏବଂ ଭାରତ ପାଇଁ ଏହି ଦଶନ୍ଧିକୁ 'ଟେକ୍ନୋଲୋଜି-ଦଶନ୍ଧି' କରିବାର ଲକ୍ଷ୍ୟକୁ ସମର୍ଥନ ଦେଇ ବିଧିବଦ୍ଧ ରୂପରେଖ ୨୦୨୩ର ଆରମ୍ଭରୁ ଆସିବ ବୋଲ ଆଶା କରାଯାଉଛି ।

ଡିଜିଟାଲ୍ ଇଣ୍ଡିଆ ଆକ୍ଟ କିପରି ହେବ ? ଆଇଟି ମନ୍ତ୍ରୀ କହିଲେ- ୨୦୨୩ ଆରମ୍ଭରେ ଆସିବ ରୂପରେଖ

ଡିଜିଟାଲ୍ ଇଣ୍ଡିଆ ଆକ୍ଟ କିପରି ହେବ ? ଆଇଟି ମନ୍ତ୍ରୀ କହିଲେ- ୨୦୨୩ ଆରମ୍ଭରେ ଆସିବ ରୂପରେଖ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ : ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ପ୍ରସ୍ତାବିତ ଡିଜିଟାଲ ଇଣ୍ଡିଆ ଅଧିନିୟମ ଉପରେ ଅନେକ କାର୍ଯ୍ୟ କରାଯାଇଛି ଏବଂ ଭାରତ ପାଇଁ ଏହି ଦଶନ୍ଧିକୁ 'ଟେକ୍ନୋଲୋଜି-ଦଶନ୍ଧି' କରିବାର ଲକ୍ଷ୍ୟକୁ ସମର୍ଥନ ଦେଇ ବିଧିବଦ୍ଧ ରୂପରେଖ ୨୦୨୩ର ଆରମ୍ଭରୁ ଆସିବ ବୋଲ ଆଶା କରାଯାଉଛି । ସରକାର ଏହା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି କି, ଗଭୀର ବିଚାର ବିମର୍ଶ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ ହେବ, ଯାହା ଏକ 'ନୂତନ ଭାରତ' ଓ ଏହାର ଡିଜିଟାଲ ସ୍ଥାପତ୍ୟ ପାଇଁ ଆବଶ୍ୟକ ଅଟେ ।

'ସରକାର ବିସ୍ତୃତ ଭାବେ ଆଲୋଚନା କରିବାକୁ ଚାହୁଁଛନ୍ତି'

ଚନ୍ଦ୍ରଶେଖର କହିଛନ୍ତି ଯେ ସରକାର ଗୁରୁତ୍ୱପୂର୍ଣ୍ଣ ଆଇନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ଏକ ନୂତନ ଭାରତ ପାଇଁ ସମସ୍ତ ଆଇନ ଆଧୁନିକ ହେବା ଉଚିତ ଓ ଗ୍ରାହକ, ଶିଳ୍ପ, ଷ୍ଟାର୍ଟଅପ୍, ଆଇନଜୀବୀ, ବିଚାରପତି, ନାଗରିକ ଏସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ଉଚିତ, ସେମାନଙ୍କ ଦୃଷ୍ଟିକୋଣ ଏହା ଭିତରେ ଆସିବା ଉଚିତ୍। ଆମେ ଯାହା ଠିକ୍ ତାହା କରିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଏକ କାଳ୍ପନିକ ସମୟସୀମାରେ କାମ କରୁନାହୁଁ।

ସେ କହିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ପୁରୁଣା ହୋଇଥିବାରୁ ଡିଜିଟାଲ୍ ଇଣ୍ଡିଆ ଆକ୍ଟ ଆଇଟି ଆକ୍ଟ ୨୦୦୦ ର ସ୍ଥାନ ନେବ । ସେ କହିଛନ୍ତି, ଇଣ୍ଟରନେଟ ସହ ଜଡିତ ଆଇନ, ନିୟମ ଓ ନ୍ୟାୟପାଳିକା ବଦଳିବାରେ ଲାଗିବ।

ବର୍ତ୍ତମାନ, ଭାରତ ସରକାର ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଅନୁଯାୟୀ ସୋସିଆଲ ମିଡିଆ, OTT ପ୍ଲାଟଫର୍ମ ଓ ଇ-ବାଣିଜ୍ୟକୁ ନିୟନ୍ତ୍ରଣ କରୁଛନ୍ତି । କିନ୍ତୁ ବ୍ୟବସ୍ଥାରେ ଲଗାତର ପରିବର୍ତ୍ତନ ହେଉଛି, ଯେମିତିକି ମେଟାଭର୍ସ ଓ ବ୍ଲକ୍ ଚେନ୍ ଟେକ୍ନୋଲୋଜି ଆଦି ଯାହା ସେହି ସମୟରେ ନଥିଲା , ଯାହା ପାଇଁ ନିୟମ ରହିବା ଜରୁରୀ ଅଟେ, ଯାହା ବର୍ତ୍ତମାନ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ଭାରତରେ ଡିଜିଟାଲ୍ ଇଣ୍ଡିଆ ଆକ୍ଟ ଆସିବାକୁ ଯାଉଛି ।

ଡିଜିଟାଲ୍ ଇଣ୍ଡିଆ ଆକ୍ଟ କ’ଣ?

ବାସ୍ତବରେ ଏହି ଅଧିନିୟମ ଅନୁଯାୟୀ ଇଣ୍ଟରନେଟ୍ ଜଗତରେ କାର୍ଯ୍ୟ କରୁଥିବା ବିଭିନ୍ନ ସାମାଜିକ ପ୍ଲାଟଫର୍ମକୁ ଭାରତୀୟ ଆଇନ ଅଧିନରେ ଆଣିବା ସରକାରଙ୍କ ଉଦ୍ଦେଶ୍ୟ । ଏଥିମଧ୍ୟରେ ଫେସବୁକ୍, ଟ୍ୱିଟର, ହ୍ୱାଟସ୍ ଆପ୍, ସିଗ୍ନାଲ୍ ଅନ୍ତର୍ଭୁକ୍ତ । OTT ପ୍ଲାଟଫର୍ମରେ ଆମାଜନ ପ୍ରାଇମ ଭିଡିଓ, ଡିଜନି ପ୍ଲସ ହଟଷ୍ଟାର ଅନ୍ତର୍ଭୁକ୍ତ । ଏହି ପ୍ଲାଟଫର୍ମଗୁଡିକରେ ପ୍ରସାରିତ ବିଷୟବସ୍ତୁରେ କୌଣସି ନିୟମ ଉଲ୍ଲଂଘନ କଲେ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ପାଇଁ ବ୍ୟବସ୍ଥା ହେବ ।
Published by:Soubhagya Mishra
First published: