News 18 Odia Digital
ଭୁବନେଶ୍ୱର; ରିଲାଏନ୍ସ ଜିଓ ପକ୍ଷରୁ କେରଳର କୋଚି ସହର ଏବଂ ଗୁରୁବାୟୁର ମନ୍ଦିର ପରିସରରେ ଜିଓ ଟ୍ରୁ-୫ଜି ସେବା ଏବଂ ୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଛି । କୋଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଜିଟାଲ ମାଧ୍ୟମରେ ତ୍ରିଭେନ୍ଦ୍ରମରୁ ଯୋଡ଼ି ହୋଇଥିବା କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛନ୍ତି ।

କୋଚି ସହର ହେଉଛି ଦେଶ ତଥା ଏସିଆର ଅନ୍ୟତମ ଅଗ୍ରଣୀ ଷ୍ଟାର୍ଟଅପ୍ ହବ୍ । ଜିଓ ଟ୍ରୁ-୫ଜିର ଅଲ୍ଟ୍ରା ହାଇ ସ୍ପିଡ୍ ମାଧ୍ୟମରେ କୋଚି ସହର କେରଳର ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ଆହୁରି ଉଚ୍ଚ ସୋପାନରେ ପହଂଚାଇବ ବୋଲି ଆଶା କରାଯାଉଛି ।

ଭାରତର ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ଜିଓ ଟ୍ରୁ-୫ଜି ନେଟ୍ୱର୍କ ସହ ଯୋଡ଼ି ହୋଇଥିବା ଚତୁର୍ଥ ବଡ଼ ଧାର୍ମିକ ସ୍ଥଳ ହେଉଛି ଗୁରୁବାୟୁର ମନ୍ଦିର । ଏହା ପୂର୍ବରୁ ଉଜ୍ଜୟିନର ଶ୍ରୀ ମହାକାଳ ମନ୍ଦିର ଏବଂ ଶ୍ରୀ ମହାକାଳ ଲୋକ କରିଡର, ରାଜସ୍ଥାନର ନାଥଦ୍ୱାରାର ଶ୍ରୀନାଥଜୀ ମନ୍ଦିର ଏବଂ ଉତରପ୍ରଦେଶର ବାରାଣାସୀ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ହୋଇସାରିଛି ।
ଏହି ଅବସରରେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ, “ଜିଓ ଟ୍ରୁ-୫ଜିର ଶୁଭାରମ୍ଭ କେରଳ ଏବଂ ଏହାର ଲୋକମାନଙ୍କ ପାଇଁ ମାଇଲଖୁଂଟ ସାବ୍ୟସ୍ତ ହେବ । ରାଜ୍ୟର ଜନସାଧାରଣ ଏହା ଦ୍ୱାରା ଲାଭବାନ ହେବେ । ଟ୍ରୁ-୫ଜି ନେଟ୍ୱର୍କ ପ୍ରସ୍ତୁତ କରିବା ଲାଗି ଜିଓ ପକ୍ଷରୁ କେରଳରେ ୬,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇଛି । ଆମ ରାଜ୍ୟ ପ୍ରତି ଜିଓର ପ୍ରତିବଦ୍ଧତାର ଏହି ନିବେଶ ହେଉଛି ପ୍ରତିଫଳନ । ୨୦୨୩ ଜାନୁଆରି ସୁଦ୍ଧା ତ୍ରିଭେନ୍ଦ୍ରମ, କୋଝିକୋଡ, ଥ୍ରୀଶୂର, ମଲ୍ଲପୂରମରେ ଏବଂ ୨୦୨୩ ସୁଦ୍ଧା କେରଳର ସବୁ ତହସିଲ ଓ ତାଲୁକାରେ ଜିଓ ଟ୍ରୁ-୫ଜି ସେବା ପହଂଚାଇବାକୁ ଜିଓ ପ୍ରତିବଦ୍ଧ ରହିଛି ।’’
ସେ କହିଛନ୍ତି ଯେ ଜିଓ ଟ୍ରୁ-୫ଜିର ଲାଭ ସମସ୍ତଙ୍କୁ ମିଳିବ । ଏହା ଦ୍ୱାରା ନୂତନ ନିଯୁକ୍ତି ସୃଷ୍ଟି ହେବ, ସାଧାରଣ ଜନତା ଓ ସରକାର ବାସ୍ତବ ସମୟରେ ପରସ୍ପର ସହ ଯୋଡିହୋଇପାରିବେ ଏବଂ ସରକାରୀ ଯୋଜନାର ଲାଭ ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଖରେ ପହଂଚିପାରିବ । ସରକାରୀ କାମ ଶୀଘ୍ର ହେବ ।
ଜିଓ ଟ୍ରୁ-୫ଜି ଲାଭ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ଲାଗି କଂପାନି ପକ୍ଷରୁ ଜିଓ କମ୍ୟୁନିଟି କ୍ଲିନିକ୍ ମେଡିକାଲ୍ କିଟ୍, ଏଆର୍-ଭିଆର୍ ଡିଭାଇସ୍ ସହିତ ଜିଓ ଗ୍ଲାସ୍କୁ ପ୍ରଦର୍ଶନ କରାଯାଇଛି ।
ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “କେରଳର କୋଚି ଏବଂ ଗୁରୁବାୟୁର ମନ୍ଦିରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ । ଖୁବ୍ଶୀଘ୍ର ସାରା କେରଳ ଜିଓ ଟ୍ରୁ-୫ଜି ନେଟ୍ୱର୍କରେ ଯୋଡ଼ିହେବ । ଜିଓ ହେଉଛି ପ୍ରଥମ ଟେଲିକମ୍ ଅପରେଟର ଯାହା କେରଳରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଛି । ସବୁ ଭାରତୀୟଙ୍କୁ ଜିଓ ଟ୍ରୁ-୫ଜି ନେଟ୍ୱର୍କ ସହ ଯୋଡ଼ିବା ଲାଗି ଜିଓର ଇଞ୍ଜିନିୟରମାନେ ଚବିଶ ଘଂଟା କାମ କରୁଛନ୍ତି । କେରଳର ଡିଜିଟାଲକରଣକୁ ଆଗକୁ ବଢ଼ାଇବା ଲାଗି ଆମକୁ ପୂର୍ଣ୍ଣ ସମର୍ଥନ ଦେଇଥିବାରୁ ଆମେ କେରଳ ମୁଖ୍ୟମନ୍ତ୍ରୀ ଓ କେରଳ ସରକାରଙ୍କ ନିକଟରେ କୃତଜ୍ଞ ।’’
ଜିଓ ୱେଲକମ୍ ଅଫର ଅଧୀନରେ ଜିଓ ଗ୍ରାହକମାନେ ଡିସେମ୍ବର ୨୦ ତାରିଖରୁ କୋଚି ଏବଂ ଗୁରୁବାୟୁର ମନ୍ଦିରରେ କୌଣସି ଅତିରିକ୍ତ ଶୁଳ୍କ ବିନା ୧ ଜିବିପିଏସ୍ରୁ ଅଧିକ ସ୍ପିଡ୍ର ଅସୀମିତ ଡାଟାର ଲାଭ ଉଠାଇପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।