ନ୍ୟୁଜିଲାଣ୍ଡ ଟିମକୁ ଝଟକା; ସିରିଜ୍‌ରୁ ବାଦ୍ ପଡ଼ିଲେ ଅଧିନାୟକ କେନ୍ ୱିଲିୟମସନ୍

ଦଳର ଅଧିନାୟକ ତଥା ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସ ତୃତୀୟ ମ୍ୟାଚରୁ ବାଦ ପଡିଛନ୍ତି।

କେନ୍ ଓ୍ବିଲିୟମସନ୍

କେନ୍ ଓ୍ବିଲିୟମସନ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଦଳକୁ ଏକ ବଡ଼ ଝଟକା। ବାସ୍ତବରେ ଦଳର ଅଧିନାୟକ ତଥା ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ ତୃତୀୟ ମ୍ୟାଚରୁ ବାଦ ପଡିଛନ୍ତି। ଏହି ସୂଚନା ନ୍ୟୁଜିଲ୍ୟାଣ୍ଡର କୋଚ୍ ଗ୍ୟାରି ଷ୍ଟିଡ୍ ନିଜେ ପ୍ରଦାନ କରିଛନ୍ତି। ତାଙ୍କର ଡାକ୍ତରୀ ନିଯୁକ୍ତି ଥିବା ସେ କହିଛନ୍ତି। ତେବେ ତାଙ୍କ ସ୍ଥାନରେ ଦଳର ସିନିୟର ପ୍ଲେୟାର ତଥା ଦ୍ରୁତ ବୋଲର ଟିମ୍ ସାଉଦୀ ଅଧିନାୟକ ଦାୟିତ୍ବ ସମ୍ଭାଳିବେ। ଅନ୍ୟପଟେ ବ୍ୟାଟର ମାର୍କ ଚେମ୍ପ୍ ମ୍ୟାନଙ୍କୁ ଦଳରେ ସାମିଲ କରାଯାଇଛି ।

ପ୍ରଥମ ଟି-୨୦ ବର୍ଷା ଯୋଗୁ ବାତିଲ୍ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚ୍‌କୁ ସହଜରେ ଜିତି ନେଇଛି ଟିମ୍ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ଶତକ ପାରି ପାଇଁ ୧-୦ରେ ଆଗରେ ରହିଛି ଟିମ୍ ଇଣ୍ଡିଆ। ସେପଟେ ଇନ୍ ଫର୍ମ ବ୍ୟାଟ୍ସ ମ୍ୟାନ୍ ତଥା ନ୍ୟୁଜିଲାଣ୍ଡର ଅଧିନାୟକ ମ୍ୟାଚ୍‌ରୁ ଓହରି ଯିବା ପରେ ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ ଜିତିବା ସହଜ ହେବ।
Published by:Soumyashree Mishra
First published: