ଜିଓର ୫ଜି ସମାଧାନକୁ ଲଣ୍ଡନରେ ପ୍ରତିଷ୍ଠିତ “କ୍ଲାଉଡ୍ ନେଟିଭ୍ ଆୱାର୍ଡ’ ପ୍ରଦାନ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର: ଲଣ୍ଡନରେ ଆୟୋଜିତ ୱାର୍ଲଡ୍ କମ୍ୟୁନିକେସନ ଆୱାର୍ଡର ୨୪ତମ ସଂସ୍କରଣରେ ଜିଓ ପ୍ଲାଟଫର୍ମ୍ସକୁ କ୍ଲାଉଡ୍ ନେଟିଭ୍ ଆୱାର୍ଡ ପ୍ରଦାନ କରାଯାଇଛି । ଟେଲିକମ୍ ଶିଳ୍ପରେ କାର୍ଯ୍ୟ କରୁଥିବା ଦେଶବିଦେଶର ପ୍ରତିଷ୍ଠିତ କଂପାନି ଏବଂ ବରିଷ୍ଠ ଅଧିକାରୀମାନେ ଏହି ପୁରସ୍କାର ବିତରଣ ସମାରୋହରେ ଭାଗ ନେଇଥିଲେ ।
ଜିଓ ପ୍ଲାଟଫର୍ମସ୍କୁ ଏହାର କମ୍ବୋ ୫ଜି/ ୪ଜି କୋର୍ ନେଟ୍ୱର୍କ ସଲ୍ୟୁସନ୍ସ ପାଇଁ କ୍ଲାଉଡ୍ ନେଟିଭ୍ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିଜୟୀ ସମାଧାନକୁ ବ୍ୟବହାର କରି ରିଲାଏନ୍ସ ଜିଓ ଭାରତରେ ୫ଜି ସେବାର ଶୁଭାରମ୍ଭ କରୁଛି । ଜିଓ ପକ୍ଷରୁ ବିଭିନ୍ନ ସହରରେ ବ୍ୟବହାରକାରୀମାନଙ୍କୁ ନେଇ ୫ଜିର ବିଟା ପରୀକ୍ଷଣ ଆରମ୍ଭ କରାଯାଇଛି ।
ଗ୍ରାହକମାନଙ୍କ ଚାହିଦାକୁ ଦ୍ରୁତ ଗତିରେ ପୂରଣ କରିବା ଲାଗି ଟେଲିକମ୍ କଂପାନିଗୁଡ଼ିକ ନିମନ୍ତେ ଏଭଳି ଏକ ସମାଧାନର ଆବଶ୍ୟକତା ରହିଛି ଯାହାକୁ ଅତ୍ୟଧିକ ବ୍ୟାପକ କରାଯାଇପାରିବ ଏବଂ ତାହା ଆକର୍ଷଣୀୟ ହେବା ସହ ଶୀଘ୍ର ଅପ୍ଡେଟ୍ କରାଯାଇପାରୁଥିବ । ଏହା କରିବା ଲାଗି କଂପାନିଗୁଡ଼ିକୁ କ୍ଲାଉଡ୍ ଭିତିଭୂମିରେ ପରିଚାଳିତ ହେଉଥିବା ଆଧୁନିକ ପ୍ରଯୁକ୍ତି ବ୍ୟବହାର କରିବାକୁ ପଡ଼ିଥାଏ । କ୍ଲାଉଡ୍ କମ୍ପ୍ୟୁଟିଂ ପରିବେଶରେ ଆଧୁନିକ ଆପ୍ଲିକେସନକୁ ତିଆରି କରିବା, ତାହାକୁ ପ୍ରସ୍ତୁତ କରିବା ଏବଂ ପରିଚାଳନା କରିବା ପାଇଁ ସମ୍ପୂର୍ଣ୍ଣ ସଫ୍ଟଓୟାର ଭିତିକ କାର୍ଯ୍ୟକୁ କ୍ଲାଉଡ୍ ନେଟିଭ୍ କୁହାଯାଉଛି । ଏଭଳି ଆକର୍ଷଣୀୟ ସମାଧାନ ପ୍ରସ୍ତୁତ କରିଥିବାରୁ ଜିଓକୁ “କ୍ଲାଉଡ୍ ନେଟିଭ୍ ପୁରସ୍କାର’ ପ୍ରଦାନ କରାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।