JIOPHONE NEXT ଦୀପାବଳୀରେ ମାତ୍ର ୧,୯୯୯ ଟଙ୍କାରେ ମିଳିବ; ଗ୍ରାହକ EMI ବିକଳ୍ପ ବି ପାଇବେ

JioPhone Next to be available during Diwali for ₹1999 with EMI options | ଜିଓଫୋନ୍ ନେକ୍ସ୍ଟରେ ସବୁଠାରୁ ଭଲ ରହିଛି କ୍ୟାମେରା ଓ ବ୍ୟାଟେରୀ କ୍ଷମତା । ୧୩ ମେଗାପିକ୍ସେଲ୍ ପଛ କ୍ୟାମେରା ଓ ୮ ମେଗାପିକ୍ସେଲ୍ ଆଗ ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ୍ ମୋଡ଼, ପୋଟ୍ରେଟ୍ ମୋଡ଼ ତଥା HDR ମୋଡ଼ ଫିଚର୍ ଏଥିରେ ଅଛି ।

ଜିଓଫୋନ୍ ନେକ୍ସ୍ଟକୁ Jio ଓ ଗୁଗଲ୍ (Jio-Google) ମିଶି ବିକଶିତ କରିଛନ୍ତି ।

ଜିଓଫୋନ୍ ନେକ୍ସ୍ଟକୁ Jio ଓ ଗୁଗଲ୍ (Jio-Google) ମିଶି ବିକଶିତ କରିଛନ୍ତି ।

  • Share this:
News18 Odia Digital

ମୁମ୍ବାଇ: ଭାରତୀୟ ବ୍ୟବହାରକାରୀମାନଙ୍କ ପାଇଁ ରିଲାଏନ୍ସ ଜିଓ (Reliance Jio) ସ୍ୱତନ୍ତ୍ର ଭାବେ ତିଆରି କରିଥିବା ସ୍ମାର୍ଟଫୋନ୍ ଜିଓଫୋନ୍‌ ନେକ୍ସ୍ଟ (JioPhone Next) ଦୀପାବଳୀରୁ ଷ୍ଟୋରଗୁଡି଼କରେ ମିଳିବ । ଜିଓଫୋନ୍‌ ନେକ୍ସ୍ଟକୁ Jio ଓ ଗୁଗଲ୍‌ (Jio-Google) ମିଶି ବିକଶିତ କରିଛନ୍ତି । ଏହି ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୧,୯୯୯ ଟଙ୍କା ରହିଛି । ବାକି ଟଙ୍କା ଗ୍ରାହକମାନେ ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ (EMI option) ଦେଇପାରିବେ । ଏହାକୁ ଦୁନିଆର ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ (Most Affordable Smartphone) ବୋଲି କୁହାଯାଉଛି ।

ସ୍ମାର୍ଟଫୋନ୍ କ୍ୟୋଟେଗୋରୀରେ ପ୍ରଥମ ଥର ପାଇଁ ଏହି ସ୍ୱତନ୍ତ୍ର ଆର୍ଥିକ ବିକଳ୍ପ (Financing Option) ପ୍ରଦାନ କରାଯାଉଛି । ଏହା ଦ୍ୱାରା JioPhone Next ଅଧିକରୁ ଅଧିକ ଗ୍ରାହକଙ୍କୁ ମିଳିପାରିବ । JioPhone Next ରିଲାଏନ୍ସ ରିଟେଲର ଦେଶ ସାରା ଥିବା ଜିଓ ମାର୍ଟ୍‌ (JioMart) ଡିଜିଟାଲ୍‌ ରିଟେଲ୍‌ ଷ୍ଟୋର୍‌ରେ ମିଳିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Ind Vs Pak: ରାତି ସାରା ଝଗଡ଼ା କଲେ ହରଭଜନ ସିଂ ପାକିସ୍ତାନୀ ବୋଲର୍‌; ଜିତିଲେ ଭଜ୍ଜୀ

ଏହି ଫୋନ୍ କିଣିବା ପାଇଁ ଆପଣଙ୍କୁ ମାତ୍ର ୧,୯୯୯ ଟଙ୍କା ଦେବାକୁ ପଡ଼ିବ ଓ ବାକି ଟଙ୍କା ୧୮ ମାସ ବା ୨୪ ମାସର କିସ୍ତିରେ ଆପଣ ଦେଇପାରିବେ । କିସ୍ତିରେ କିଣିବାକୁ ହେଲେ ଆପଣଙ୍କୁ ୫୦୧ ଟଙ୍କା ପ୍ରସେସିଂ ଫି ଭାବେ ଦେବାକୁ ପଡି଼ବ । ଯଦି ଆପଣ ଏହାକୁ ଫାଇନାନ୍ସ ବିନା କିମ୍ବା କିସ୍ତି ବିନା କିଣିବାକୁ ଚାହାଁନ୍ତି, ତେବେ ଆପଣ ୬,୪୯୯ ଟଙ୍କା ଦେଇ ଏହାକୁ କିଣି ପାରିବେ ।

ଏହା ବି ପଢ଼ନ୍ତୁ | 7th Pay Commission: ଅକ୍ଟୋବର ମାସର ଦରମାରେ ଆସିବ ଏହି ୩ଟି ଭତ୍ତା; ଜାଣନ୍ତୁ କେତେ ମିଳିବ

୨୪ ମାସର ପ୍ଲାନ୍‌ ଓ ତା’ର ଲାଭ

ଯଦି ଆପଣ ଫାଇନାନ୍ସ କରାନ୍ତି ଓ ୨୪ଟି ମାସିକ କିସ୍ତିରେ ଫୋନର ଦାମ୍‌ ଦେବାକୁ ଚାହାଁନ୍ତି, ତେବେ ଆପଣଙ୍କ ସାମ୍ନାରେ ଚାରୋଟି ବିକଳ୍ପ ରହିବ । ଆପଣ ମାସକୁ ୩୦୦ ଟଙ୍କା, ମାସକୁ ୪୫୦ ଟଙ୍କା, ୫୦୦ ଟଙ୍କା କିମ୍ବା ମାସକୁ ୫୫୦ ଟଙ୍କା ଲେଖାଏଁ ଦେଇ ସୁଝିପାରିବେ । ଏହି ଯୋଜନାଗୁଡି଼କରେ ଆପଣଙ୍କୁ ଭିନ୍ନ ଭିନ୍ନ ସୁବିଧା ବି ଦିଆଯିବ । ଉଦାହରଣ ସ୍ୱରୂପ, ୩୦୦ ଟଙ୍କାରେ ଆପଣ ପ୍ରତି ମାସ ୫ ଜିବି ଇଣ୍ଟରନେଟ୍ ଓ ୧୦୦ ମିନିଟ୍ ଟକ୍‌ଟାଇମ୍‌ ବି ପାଇବେ । ୪୫୦ ଟଙ୍କାରେ ଆପଣ ପ୍ରତି ଦିନ ୧.୫ ଜିବି ଓ ପ୍ରତି ମାସରେ ଅସୀମିତ ଭଏସ୍ କଲ୍ ପାଇପାରିବେ । ଯଦି ଆପଣ ମାସକୁ ୫୦୦ ଟଙ୍କାର XL ପ୍ଲାନ୍‌ ନିଅନ୍ତି, ତେବେ ଆପଣ ପ୍ରତି ଦିନ ୨ GB ଡାଟା ଓ ଅସୀମିତ ଭଏସ୍ କଲିଂ ପାଇବେ । 550 ଟଙ୍କା ମୂଲ୍ୟର XXL ଯୋଜନାରେ ଆପଣ ପ୍ରତି ଦିନ ୨.୫ ଜିବି ଡାଟା ଓ ଅସୀମିତ ଭଏସ୍ କଲିଂ ପାଇପାରିବେ ।

ଜିଓଫୋନ୍ ନେକ୍ସ୍ଟକୁ ଆପଣ ୧୮ ମାସ ବା ୨୪ ମାସର କିସ୍ତିରେ କିଣିପାରିବେ ।


ଏହା ବି ପଢ଼ନ୍ତୁ | PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ

୧୮ ମାସର ପ୍ଲାନ୍‌ ଓ ତା’ର ଲାଭ
ଯଦି ଆପଣ ୧,୯୯୯ ଟଙ୍କା ପରେ କିସ୍ତି ଭାବରେ ୧୮ ମାସ ବାଛନ୍ତି, ତେବେ ଏଥିରେ ବି ଆପଣ ୩୫୦, ୫୦୦, ୫୫୦ ଓ ୬୦୦ ଟଙ୍କାର ଚାରୋଟି ବିକଳ୍ପ ପାଇବେ । ସବୁ ଚାରୋଟି ବିକଳ୍ପରେ ଭିନ୍ନ ଭିନ୍ନ ସୁବିଧା ମିଳିବ । ଯଦି ଆପଣ ୩୫୦ ଟଙ୍କାର ବିକଳ୍ପ ନିଅନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୫ ଜିବି ଇଣ୍ଟରନେଟ୍ ଓ ୧୦୦ ମିନିଟ୍ ଭଏସ୍‌ କଲିଂ ମିଳିବ । ୫୦୦ ଟଙ୍କାରେ ଆପଣ ପ୍ରତି ଦିନ ୧.୫ ଜିବି ଡାଟା ଓ ପ୍ରତି ମାସରେ ଅସୀମିତ ଭଏସ୍ କଲ୍ ପାଇପାରିବେ । ଯଦି ଆପଣ ମାସକୁ ୫୫୦ ଟଙ୍କାର XL ଯୋଜନା ନିଅନ୍ତି, ତେବେ ଆପଣ ପ୍ରତି ଦିନ ୨ GB ଡାଟା ଓ ଅସୀମିତ ଭଏସ୍ କଲିଂ ପାଇବେ । ୬୦୦ ଟଙ୍କା ମୂଲ୍ୟର XXL ଯୋଜନାରେ ଆପଣ ପ୍ରତି ଦିନ ୨.୫ GB ଡାଟା ଓ ଅସୀମିତ ଭଏସ୍ କଲିଂ ପାଇପାରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘Antim’ Trailer Out: ସଲମାନ୍ ଖାନଙ୍କଅନ୍ତିମ୍ଫିଲ୍ମର ଟ୍ରେଲର୍ ଆସିଗଲା; ଦେଖନ୍ତୁ ଧମାକାଦାର୍ VIDEO

ଜିଓ ଫୋନ୍ ନେକ୍ସ୍ଟରେ କ’ଣ କ’ଣ ଅଛି
ଏହି ସ୍ମାର୍ଟଫୋନରେ ୧୩ ମେଗାପିକ୍ସେଲର ପଛ କ୍ୟାମେରା ଓ ୮ ମେଗାପିକ୍ସେଲର ଆଗ କ୍ୟାମେରା ଅଛି । ଏହାର ସ୍କ୍ରିନ୍ ସାଇଜ୍ ହେଉଛି ୫.୪୫ ଇଞ୍ଚ + ମଲ୍ଟିଟୁଚ୍ । ଏହାର ରିଜୋଲ୍ୟୁସନ୍‌ ହେଉଛି HD + (୭୨୦ × ୧,୪୪୦) ଓ ଏଥିରେ କର୍ନିଙ୍ଗ ଗରିଲା ଗ୍ଲାସ୍‌ ୩ ସହିତ ଆଣ୍ଟି-ଫିଙ୍ଗରପ୍ରିଣ୍ଟ୍‌ କୋଟିଂ ଅଛି ।

ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ QM-215, କ୍ୱାଡ୍ କୋର୍‌ 1.3 Ghz ପ୍ରୋସେସର୍ ରହିଛି । ଫୋନରେ ୨ GB RAM ଓ ୩୨ GB ଇନବିଲ୍ଟ ମେମୋରୀ ଅଛି, ଯାହା କାର୍ଡ ଦ୍ୱାରା ୫୧୨ GB ପର୍ଯ୍ୟନ୍ତ ବିସ୍ତାରିତ ହୋଇପାରିବ । ଏହାର ବ୍ୟାଟେରୀ ହେଉଛି 3500mAH । ଏଥିରେ ଆପଣ ଦୁଇଟି ନାନୋ ସିମ୍ ବ୍ୟବହାର କରିପାରିବେ । କନେକ୍ଟିଭିଟି ପାଇଁ ୱାଇଫାଇ, v4.1 ବ୍ଲୁଟୁଥ୍, ମାଇକ୍ରୋ USB ଓ 3.5 ମିମି ଷ୍ଟାଣ୍ଡାର୍ଡ ଅଡିଓ ଜ୍ୟାକ୍ ଦିଆଯାଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | T20 World Cup: ପାକିସ୍ତାନ ସହ ଖେଳ ବେଳେ ଦର୍ଶକମାନେ ଶୋଏବ୍ ମଲିକଙ୍କୁ ଜିଜାଜୀ ଡାକିଲେ; ସାନିଆ ଖୁସି

ମୁକେଶ ଅମ୍ବାନୀ କହିଛନ୍ତି: ‘‘ଭାରତ ଡିଜିଟାଲ୍‌ ପ୍ରଗତି କରିବ’’
ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani) କହିଛନ୍ତି, “ଗୁଗୁଲ୍ ଓ ଜିଓ ଟିମ୍‌ ଭାରତୀୟ ଲୋକଙ୍କ ପାଇଁ ଏହି ପାର୍ବଣ ଋତୁରେ ଏହି ସ୍ମାର୍ଟଫୋନକୁ ଠିକ୍ ସମୟରେ ଆଣିବାରେ ସଫଳ ହୋଇଛନ୍ତି । COVID ମହାମାରୀ ଯୋଗୁଁ ବିଶ୍ୱ ସାରା ଯୋଗାଣ ଶୃଙ୍ଖଳାରେ ଆସିଥିବା ଚ୍ୟାଲେଞ୍ଜ୍‌ ସତ୍ତ୍ୱେ ଆମେ ଏଥିରେ ସଫଳ ହୋଇଛୁ । ୧.୩୫ ବିଲିୟନ୍‌ ଭାରତୀୟଙ୍କ ଜୀବନକୁ ସମୃଦ୍ଧ, ସକ୍ଷମ ଓ ସଶକ୍ତ କରିବାକୁ ଡିଜିଟାଲ୍‌ ବିପ୍ଳବର ଶକ୍ତି ଉପରେ ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ । JioPhone Nextରେ ଅନେକ ସମୃଦ୍ଧ ଫିଚର୍‌ ରହିଛି ଯାହା ମୋତେ ଅଧିକ ପ୍ରଭାବିତ କରିଛି ​​ଓ ଯାହା ସାଧାରଣ ଭାରତୀୟଙ୍କୁ ଅଧିକ ସଶକ୍ତ କରିବ । ଭାରତର ଅନନ୍ୟ ଶକ୍ତି ହେଉଛି ଆମର ଭାଷାଭିତ୍ତିକ ବିବିଧତା । ଯେଉଁ ଭାରତୀୟମାନେ ଇଂରାଜୀରେ କିମ୍ବା ନିଜ ଭାଷାରେ ପଢ଼ିବାକୁ ସକ୍ଷମ ନୁହଁନ୍ତି, ସେମାନେ ଏହି ସ୍ମାର୍ଟ୍‌ ଡିଭାଇସରେ ସବୁ କିଛି ନିଜ ଭାଷାରେ ଅନୁବାଦ କରିପାରିବେ ଓ ପଢ଼ିପାରିବେ ।’’

ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର ଛାତ୍ରୀ

(ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ଼ର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by:Anand S.T. Das
First published: