ଜିଓ ସିନେମାର ରେକର୍ଡ଼; ଏକା ସାଙ୍ଗରେ ଆଇପିଏଲ୍‌ ଦେଖିଲେ ୨ କୋଟି ୨୦ ଲକ୍ଷ ଦର୍ଶକ

ଜିଓ ସିନେମାର ରେକର୍ଡ଼; ଏକା ସାଙ୍ଗରେ ଆଇପିଏଲ୍‌ ଦେଖିଲେ ୨ କୋଟି ୨୦ ଲକ୍ଷ ଦର୍ଶକ

ଜିଓ ସିନେମାର ରେକର୍ଡ଼; ଏକା ସାଙ୍ଗରେ ଆଇପିଏଲ୍‌ ଦେଖିଲେ ୨ କୋଟି ୨୦ ଲକ୍ଷ ଦର୍ଶକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

JioCinema :  ଜିଓ ସିନେମାର ଆଉ ଏକ ରେକର୍ଡ । ଚଳିତ ଆଇପିଏଲ ସିଜିନରେ ସର୍ବକାଳୀନ ରେକର୍ଡ ହୋଇଛି । ଗତକାଲି ଚେନ୍ନାଇ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚ ବେଳେ ଏହି ନୂଆ ରେକର୍ଡ ହୋଇଛି । ଚେନ୍ନାଇ ସୁପରକିଙ୍ଗସର କପ୍ତାନ ମହେନ୍ଦ୍ର ସିଂ ଧୋନୀ ବ୍ୟାଟିଂ କରୁଥିବା ବେଳେ ଏକ ସମୟରେ ଏହାକୁ ଜିଓ ସିନେମାରେ ୨ କୋଟି ୨୦ ଲକ୍ଷ ଦର୍ଶକ ଦେଖୁଥିଲେ ଯାହା ରେର୍କଡ଼ ସୃଷ୍ଟି କରିଛି । ଅନ୍ୟପକ୍ଷରେ ପ୍ରଥମ ସପ୍ତାହରେ ଆଉ ଏକ ରେକର୍ଡ ମଧ୍ୟ ଭାଙ୍ଗିଛି । ଯାହାକି ୫୫୦ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ଡିଜିଟାଲ ପ୍ଲାଟଫର୍ମରେ ଯାହା ହେଉଛି ଏକ ସର୍ବକାଳୀନ ରେକର୍ଡ ।


ଏହି ମ୍ୟାଚରେ ଚେନ୍ନାଇ ପରାଜିତ ହୋଇଥିଲେ ମଧ୍ୟ ଧୋନିଙ୍କ କ୍ରେଜ୍‌ ଦର୍ଶକଙ୍କ ନିକଟରେ ରହିଛି । ଧୋନି ଯେତେବେଳେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଉଛନ୍ତି ଏବଂ ତାଙ୍କର ବ୍ୟାଟ ଚାଳନାକୁ ଦେଖିବା ଲାଗି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଅଧିକ ରହୁଥିବା ଏହି ରେକର୍ଡରୁ ବାରି ହୋଇପଡୁଛି କୁହାଯାଉଛି ।

ସେପଟେ  ଉଦଘାଟନୀ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଯେତେବେଳେ ଧୋନି ବ୍ୟାଟିଂ କରୁଥିଲେ, ହଠାତ ବଢ଼ିଯାଇଥିଲା ଜିଓ ସିନେମାର ଦର୍ଶକଙ୍କ ସଂଖ୍ୟା । ଜିଓ ସିନେମା ଆପ୍‌ (jio cinema app)ରେ ଏକକାଳୀନ ୧ କୋଟି ୬୦ ଲକ୍ଷ ଲୋକ ଧୋନିଙ୍କ ବ୍ୟାଟିଂ (bating) ଦେଖୁଥିଲେ । ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷରେ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖୁଥିଲେ ୧ କୋଟି ୭୦ ଲକ୍ଷ ଲୋକ । ଦେଖିବାକୁ ମିଳିଥିଲା ସେହି ଚିତାକର୍ଷକ ଛକା ଓ ଚୌକା ।

ପଢନ୍ତୁ ଏହି ଖବର :  Cricket news: IPLରେ ଧୋନି କ୍ରେଜ୍ ! ବ୍ୟାଟିଂ ସମୟରେ ବଢିଲେ ଜିଓ ସିନେମା ଦର୍ଶକ

ଆଉ ଏକ ବିରଳ ରେକର୍ଡ (record)ର ଅଧିକାରୀ ହେଉଛନ୍ତି କ୍ୟାପଟେନ୍ କୁଲ୍ (captain cool) ଧୋନି । ସ୍ଲଗ ଓଭରରେ ଧୋନିଙ୍କ ନାଁରେ ରହିଛି ସର୍ବକାଳୀନ ରେକର୍ଡ । ଯେତେବେଳେ ବି ଧୋନି ଶେଷ ଓଭର ବା ୨୦ତମ ଓଭରର ସାମ୍ନା କରନ୍ତି, କେବଳ ଛକା ଓ ଚୌକା ବର୍ଷା କରନ୍ତି । ଏ ପର୍ଯ୍ୟନ୍ତ ଧୋନି ସମସ୍ତ ଟି-୨୦ ମ୍ୟାଚ୍‌ର ୨୦ତମ ଓଭରରେ ମାତ୍ର ୨୭୭ ବଲ୍‌ ଖେଳିଛନ୍ତି । ହେଲେ ସଂଗ୍ରହ କରିଛନ୍ତି ୬୭୯ ରନ୍ । ଷ୍ଟ୍ରାଇକ ରେଟ୍ (strike rate) ରହିଛି ୨୪୫ ଦଶମିକ ୧୨ । ସେଥିରେ ରହିଛି ୫୫ଟି ବିଶାଳକାୟ ଛକା ଓ ୪୯ଟି ଚୌକା । ଆହୁରି ମଧ୍ୟ ଧୋନି ସପ୍ତମ ଖେଳାଳି ଭାବେ ୫ହଜାର ଆଇପିଏଲ୍‌ ରନ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି । ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚ୍‌ରେ ୧୨ ରନ୍‌ କରି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ମାହି। ସେ ୨୩୬ଟି ମ୍ୟାଚ୍‌ ଖେଳି ୫୦୦୪ ରନ୍‌ କରିଛନ୍ତି ।
Published by:Sujit Swain
First published: