News 18 Odia Digital
Jio Yearly Recharge Plans : ଦେଶର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ ଏହାର ବ୍ୟବହାରକାରୀଙ୍କୁ ବିଭିନ୍ନ ଯୋଜନା ପ୍ରଦାନ କରିଥାଏ । ଏହି ଯୋଜନାଗୁଡିକ ମଧ୍ୟରୁ କେତେକ ମଧ୍ୟ ଏପରି ଯେ କମ୍ ମୂଲ୍ୟରେ ଅଧିକ ଲାଭ ପାଇଥାନ୍ତି ଗ୍ରାହକ । ଯଦି ଆପଣ ବାର୍ଷିକ ଯୋଜନା ରିଚାର୍ଜ କରିବାକୁ ପସନ୍ଦ କରନ୍ତି, ତେବେ ଜିଓର କିଛି ପ୍ଲାନ୍ ଅଛି, ଯାହା ଆପଣଙ୍କୁ ଲାଭ ଦେବ ।
ଆଜି ଆମେ ଆପଣଙ୍କୁ ଜିଓର ସେହି ପ୍ଲାନ୍ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ରିଚାର୍ଜ କରି ଯାହାକୁ ଆପଣ ପୁରା ବର୍ଷ ପାଇଁ ରିଚାର୍ଜରୁ ମୁକ୍ତି ପାଇ ପାରିବେ । ଆସନ୍ତୁ ଜାଣିବା ସେହି ପ୍ଲାନ୍ ବିଷୟରେ....
କଣ ଏହି ଜିଓର ୧୫୫୯ ଟଙ୍କାର ପ୍ଲାନ୍ ?Jioର 1559 ଟଙ୍କା ପ୍ଲାନ୍ରେ 336 ଦିନର ବୌଧତା ମିଳୁଛି । ଏହା ସହିତ ଅସୀମିତ ଭଏସ୍ କଲିଂ, ମୋଟ 24 GB ଡାଟା ଏବଂ 3600 SMS ମିଳିବ । ଏହା ବ୍ୟତୀତ, ଉପଭୋକ୍ତାମାନେ Jio ଆପ୍କୁ ମାଗଣାରେ ମଧ୍ୟ ପାଇପାରିବେ ।
କଣ ଏହି ଜିଓର ୨୫୪୫ ଟଙ୍କାର ପ୍ଲାନ୍ ?ଜିଓ ଏହାର ଉପଭୋକ୍ତାମାନଙ୍କୁ ଆହୁରି ଏକ ୨୫୪୫ ଟଙ୍କାରେ ବଢିଆ ପ୍ଲାନ୍ ଦେଉଛି । ଏହାର ବୌଧତା ୩୩୬ ଦିନ ପର୍ଯ୍ୟନ୍ତ ରହୁଛି । ଏଥିରେ ପ୍ରତିଦିନ ଆପଣ ୧.୫ ଜିବିର ଡାଟା ପାଇବେ । ଅନ୍ୟାନ୍ୟ ସୁବିଧା ବିଷୟରେ କହିବାକୁ ଗଲେ, ଅସୀମିତ ଭଏସ୍ କଲ୍, ଦୈନିକ ୧୦୦ SMS ଏବଂ ଜିଓ ଆପ୍ ମଧ୍ୟ ମିଳିବ ।
କଣ ଏହି ଜିଓର ୨୮୭୯ ଟଙ୍କାର ପ୍ଲାନ୍ ?୨୮୭୯ ଟଙ୍କା ମୂଲ୍ୟର ଏକ ପ୍ରିପେଡ୍ ପ୍ଲାନ୍ ଜିଓ ଦ୍ୱାରା ମିଳୁଛି । ଏଥିରେ ପ୍ରତିଦିନ ଆପଣ ୨ ଜିବି ଡାଟା, ଅସୀମିତ ଭଏସ୍ କଲ୍ ଓ ପ୍ରତିଦିନ ୧୦୦ SMS ମଧ୍ୟ ପାଇ ପାରିବେ । ଏହି ପ୍ଲାନ୍ ଦ୍ବାରା ମୋଟ ୭୩୦ ଜିବି ଡାଟା ଆପଣ ମଧ୍ୟ ପାଇ ପାରିବେ । ଏହାର ବୌଧତା ୩୬୫ ଦିନ ଅଟେ ।
ପଢନ୍ତୁ ଏହି ଖବର :
ସଉକର କୌଣସି ମୂଲ୍ୟ ନଥାଏ ! ୪୪ ହଜାର ଟଙ୍କା ଦେଇ BSNL ସିମ୍ କିଣିଲେ ଜଣେ ବ୍ୟକ୍ତିକଣ ଏହି ଜିଓର ୨୯୯୯ ଟଙ୍କାର ପ୍ଲାନ୍ ?ଜିଓର ୨୯୯୯ ଟଙ୍କାରେ ଏକ ପ୍ରିପେଡ୍ ପ୍ଲାନ୍ ମିଳୁଛି, ଏହାର ବୌଧତା ୩୬୫ ଦିନ ଅଟେ । ଏହା ସହିତ ଅସୀମିତ ଭଏସ୍ କଲ୍, ପ୍ରତିଦିନ ୨.୫ ଜିବି ଓ ପ୍ରତିଦିନ 100 SMS ମିଳିବ । ଏହା ବ୍ୟତୀତ, ଏହି ପ୍ଲାନ୍ ଦ୍ବାରା ଜିଓ କ୍ଲାଉଡ୍, ଜିଓ ସିକ୍ୟୁରିଟି, ଜିଓ ଟିଭି ଏବଂ ଜିଓ ସିନେମା ଭଳି ଆପ୍କୁ ମାଗଣା ସବସ୍କ୍ରିପସନ୍ ପୁରା ମିଳିବ । ଏହି ପ୍ଲାନ୍ରେ ମୋଟ ୯୧୨.୫ ଜିବି ଆପଣ ପାଇବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।