ଜିଓ ଟ୍ରୁ-୫ଜି ଏବେ ପୁନେରେ ଉପଲବ୍ଧ; ନଭେମ୍ବର ୨୩ରୁ ଶୁଭାରମ୍ଭ ହୋଇଛି

ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ଜିଓ ଟ୍ରୁ-୫ଜି ଏବେ ମହାରାଷ୍ଟ୍ରର ପୁନେ ସହରରେ ଉପଲବ୍ଧ ହୋଇଛି ଯାହାଦ୍ୱାରା ପୁନେବାସୀ ୧ ଜିବିପିଏସ୍‌ରୁ ଅଧିକ ପର୍ଯ୍ୟନ୍ତର ସ୍ପିଡ୍ ସହ ଅସୀମିତ ୫ଜି ଡାଟାକୁ ଉପଭୋଗ କରିପାରିବେ ।

ଜିଓ ଟ୍ରୁ-୫ଜି ଏବେ ପୁନେରେ ଉପଲବ୍ଧ; ନଭେମ୍ବର ୨୩ରୁ ଶୁଭାରମ୍ଭ ହୋଇଛି

ଜିଓ ଟ୍ରୁ-୫ଜି ଏବେ ପୁନେରେ ଉପଲବ୍ଧ; ନଭେମ୍ବର ୨୩ରୁ ଶୁଭାରମ୍ଭ ହୋଇଛି

  • News18 Odia
  • Last Updated :
  • Pune, India
  • Share this:
News 18 Odia Digital

ପୁନେ; ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ଜିଓ ଟ୍ରୁ-୫ଜି ଏବେ ମହାରାଷ୍ଟ୍ରର ପୁନେ ସହରରେ ଉପଲବ୍ଧ ହୋଇଛି ଯାହାଦ୍ୱାରା ପୁନେବାସୀ ୧ ଜିବିପିଏସ୍‌ରୁ ଅଧିକ ପର୍ଯ୍ୟନ୍ତର ସ୍ପିଡ୍ ସହ ଅସୀମିତ ୫ଜି ଡାଟାକୁ ଉପଭୋଗ କରିପାରିବେ । ଯେତେବେଳେ କୌଣସିି ସହରର ଏକ ବୃହତର ଅଂଶରେ ଷ୍ଟାଣ୍ଡ୍‌ଏଲୋନ୍ ଟ୍ରୁ-୫ଜି ନେଟ୍‌ୱର୍କ ପ୍ରସ୍ତୁତ ହୋଇଯାଏ, ତା’ପରେ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କର ବିଟା ପରୀକ୍ଷଣ ଆରମ୍ଭ କରାଯାଇଥାଏ । ଏହା ଦ୍ୱାରା ଜିଓ ଗ୍ରାହକମାନେ ସବୁଠୁ ଉନ୍ନତ ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଉତମ କଭରେଜ୍ ଏବଂ ଅନୁଭୁତି ପାଇପାରୁଛନ୍ତି ।

ଏ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “୧୨ଟି ସହରରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ପରେ ଜିଓ ଗ୍ରାହକମାନଙ୍କ ଏକ ବଡ଼ ସଂଖ୍ୟା ଜିଓ ୱେଲକମ୍ ଅଫରରେ ସାମିଲ ହୋଇଛନ୍ତି । ଫଳରେ ଗ୍ରାହକମାନଙ୍କ ଅନୁଭୂତି ଓ ସେବା ମତାମତ ଆଧାରରେ ଦୁନିଆର ଯେକୌଣସି ସ୍ଥାନର ସବୁଠୁ ଉନ୍ନତ ୫ଜି ନେଟୱର୍କ ସୃଷ୍ଟି କରିବାରେ ଏହା ଜିଓ ପାଇଁ ସହାୟକ ହୋଇପାରିଛି ।’’

ଆଶାନୁସାରେ, ଜିଓର ୪ଜି ନେଟ୍‌ୱର୍କରେ ବ୍ୟବହାର ହେଉଥିବା ଡାଟା ତୁଳନାରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟାର ବ୍ୟବହାର ବହୁ ଗୁଣା ଅଧିକ ରହିଛି । ସବୁଠୁ ଉଲ୍ଲେଖନୀୟ ବିଷୟ ହେଉଛି ୫୦୦ ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍ ଭଳି ହାଇ ସ୍ପିଡ୍ ଏବଂ ଅତ୍ୟନ୍ତ ଲୋ ଲାଟେନ୍ସିରେ ଡାଟା ଅନୁଭୂତି ପ୍ରଦାନ କରାଯାଉଛି । କେବଳ ଟ୍ରୁ-୫ଜି ନେଟ୍‌ୱର୍କରେ ଯାହା ସମ୍ଭବ ସେଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି ।’’

ପୁନେରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ରହୁଛନ୍ତି ଏବଂ ଏହା ଅଗ୍ରଣୀ ଆଇଟି ହବ୍ ଭାବେ ପରିଚିତ ତଥା ଏହା ହେଉଛି ଭାରତର ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟୋମୋବାଇଲ୍ ଓ ମାନୁଫାକ୍‌ଚରିଂ ହବ୍ । ପୁନେବାସୀଙ୍କ ପାଇଁ ଜିଓ ଟ୍ରୁ-୫ଜି ବାସ୍ତବରେ ପରିବର୍ତନକାରୀ ସାବ୍ୟସ୍ତ ହେବ ।

ନଭେମ୍ବର ୨୩ ତାରିଖରୁ ପୁନେରେ ଥିବା ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫର ପାଇଁ ଆମନ୍ତ୍ରଣ କରାଯିବ ଯେଉଁଥିରେ ବିନା କୌଣସିି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ମିଳିପାରିବ ।
Published by:Soubhagya Mishra
First published: