୩ ବର୍ଷରେ ଜିଓ ଗ୍ରାହକ ସଂଖ୍ୟା ୫୦ କୋଟି ପହଞ୍ଚିବ: ବର୍ଣ୍ଣଷ୍ଟିନ୍ ରିପୋର୍ଟ

ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୨୦୨୬ ସୁଦ୍ଧା ୫୦ କୋଟି ହୋଇଯିବ ବୋଲି ବ୍ରୋକରେଜ୍ ସଂସ୍ଥା ବର୍ଣ୍ଣଷ୍ଟିନ୍ ଏହାର ରିପୋର୍ଟରେ ଆକଳନ କରିଛି ।

୩ ବର୍ଷରେ ଜିଓ ଗ୍ରାହକ ସଂଖ୍ୟା ୫୦ କୋଟି ପହଞ୍ଚିବ: ବର୍ଣ୍ଣଷ୍ଟିନ୍ ରିପୋର୍ଟ

୩ ବର୍ଷରେ ଜିଓ ଗ୍ରାହକ ସଂଖ୍ୟା ୫୦ କୋଟି ପହଞ୍ଚିବ: ବର୍ଣ୍ଣଷ୍ଟିନ୍ ରିପୋର୍ଟ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ରିଲାଏନ୍ସ ଜିଓ (Reliance jio)ର ଗ୍ରାହକ ସଂଖ୍ୟା ୨୦୨୬ ସୁଦ୍ଧା ୫୦ କୋଟି ହୋଇଯିବ ବୋଲି ବ୍ରୋକରେଜ୍ ସଂସ୍ଥା ବର୍ଣ୍ଣଷ୍ଟିନ୍ ଏହାର ରିପୋର୍ଟରେ ଆକଳନ କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଜିଓ ଗ୍ରାହକ ସଂଖ୍ୟା ୫୦ କୋଟି ହେବା ସହ ଗ୍ରାହକ କ୍ଷେତ୍ରରେ ଏହାର ବଜାର ଅଂଶ ବୃଦ୍ଧି ପାଇ ୪୮ ପ୍ରତିଶତ ଏବଂ ରାଜସ୍ୱ ବଜାର ଅଂଶ ପାଖାପାଖି ୪୭ ପ୍ରତିଶତ ହେବାର ସମ୍ଭାବନା ରହିଛି । ରିଲାଏନ୍ସ ଜିଓର ବର୍ତମାନ ଗ୍ରାହକ ସଂଖ୍ୟା ହେଉଛି ୪୩ କୋଟି ୩୦ ଲକ୍ଷ । ୫୦ କୋଟି ସଂଖ୍ୟାରେ ପହଞ୍ଚିବା ଲାଗି ଜିଓକୁ ଆସନ୍ତା ୩ ବର୍ଷରେ ପ୍ରାୟ ୬ କୋଟି ୭୦ ଲକ୍ଷ ନୂଆ ଗ୍ରାହକ ଯୋଡ଼ିବାକୁ ପଡ଼ିବ ।

ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ମୋବାଇଲ୍ ଟାରିଫ୍‌ରେ ସେଭଳି କୌଣସି ବୃଦ୍ଧି ହେବନାହିଁ । ୨୦୧୬ରେ ଜିଓ ବଜାରରେ ପ୍ରବେଶ କରିବା ବେଳେ ଟାରିଫ୍ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିଥିଲା । ଟେଲିକମ୍ କଂପାନି ଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପାଇଁ ଟାରିଫ୍ ମୂଲ୍ୟ ପ୍ରାୟ ୯୫ ପ୍ରତିଶତ ହ୍ରାସ ପାଇଥିଲା । ୨୦୨୬ ସୁଦ୍ଧା ଜିଓର ଗ୍ରାହକ ପିଛା ମାସିକ ହାରାହାରି ରାଜସ୍ୱ (ଆର୍‌ପୁ) ୨୨୫ ଟଙ୍କାରେ ପହଁଚିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି । ବର୍ଣ୍ଣଷ୍ଟିନ୍ ଆକଳନ କରିଛି ଯେ ୫ଜି ଯୋଗୁଁ ଜିଓ ଲାଗି ରାଜସ୍ୱର ନୂଆ ରାସ୍ତା ଖୋଲିବ ଏବଂ ଏହିଭଳି ଭାବେ ଆର୍‌ପୁରେ ମଧ୍ୟ ବୃଦ୍ଧି ଘଟିବ ।

ଏହି ଖବର ପଢ଼ନ୍ତୁ - ବନରକ୍ଷକ ନିଯୁକ୍ତି ପରୀକ୍ଷାରେ ଦୌଡୁଥିଲେ ଆଗରେ: ମଝି ରାସ୍ତାରେ ଶୋଇପଡିଲେ, ଆଉ ତାପରେ..
Published by:Soubhagya Mishra
First published: