News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଏବଂ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ଼ କରି ରିଲାଏନ୍ସ ଜିଓ (Reliance Jio) ରାଜ୍ୟରେ ୨୦୨୧ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବା ଭାରତର ଦୂର ସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ, TRAI) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂର ସଞ୍ଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି ।
ଓଡ଼ିଶାରେ ରିଲାଏନ୍ସ ଜିଓର (Reliance Jio Odisha) ମୋଟ ଗ୍ରାହକ ସଂଖ୍ୟା ପାଖାପାଖି ୧.୫ କୋଟିରେ ପହଞ୍ଚିଛି, ଯାହା ରାଜ୍ୟରେ କୌଣସି ଗୋଟିଏ ଅପରେଟରଙ୍କ କ୍ଷେତ୍ରରେ ସର୍ବାଧିକ ଏବଂ ଓଡ଼ିଶାରେ ମୋଟ ଗ୍ରାହକ ବଜାରରେ ରିଲାଏନ୍ସ ଜିଓର ଅଂଶ ୪୩%ରୁ ଅଧିକ ରହିଛି ।
ଏହା ବି ପଢ଼ନ୍ତୁ | କରୋନା 3rd Wave: ସେପ୍ଟେମ୍ବରରେ ଦୈନିକ ୪ ଲକ୍ଷ ମାମଲା ଆସିପାରେ ବୋଲି କହିଲା ନୀତି ଆୟୋଗରିଲାଏନ୍ସ ଜିଓ ସମଗ୍ର ରାଜ୍ୟରେ ନିଜ ସମ୍ପୂର୍ଣ୍ଣ ୪ଜି ମୋବାଇଲ ନେଟୱର୍କକୁ ସମ୍ପ୍ରସାରିତ କରୁଛି ଏବଂ ରାଜ୍ୟରେ ଏ ପର୍ଯ୍ୟନ୍ତ ଟେଲିଯୋଗାଯୋଗ ସେବାର ଲାଭ ପାଇପାରି ନ ଥିବା ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରୁଛି । ଏହା ଦ୍ୱାରା ଜନସାଧାରଣଙ୍କ ବିଶେଷ କରି ଛାତ୍ରଛାତୀଙ୍କ ପାଇଁ ଖୁସି ଆସିଛି । କନ୍ଧମାଳ, ଗଜପତି, ଝାରସୁଗୁଡ଼ା, ରାୟଗଡ଼ା, କୋରାପୁଟ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଜଟିଳ ଅଞ୍ଚଳଗୁଡିକର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅନଲାଇନ କ୍ଲାସରେ ଯୋଗ ଦେଇପାରୁଛନ୍ତି ।
ଏହା ବି ପଢ଼ନ୍ତୁ | ବିଦାୟ କଲ୍ୟାଣ ସିଂ: BJPର ଏହି ତୁଙ୍ଗ ନେତା ରାମ ମନ୍ଦିରର ସ୍ୱପ୍ନ ଦେଖିଥିଲେ, ଦିନଟିଏ ଜେଲ୍ରେ କାଟିଥିଲେଜିଓ ମଧ୍ୟ ନିକଟରେ ସର୍ବଭାରତୀୟ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମଗ୍ର ଓଡ଼ିଶାରେ ମୁତୟନ କରିବା କାର୍ଯ୍ୟ ସଫଳତାର ସହିତ ଶେଷ କରିଛି ଏବଂ ତାହା ଦ୍ୱାରା ରାଜ୍ୟରେ ନେଟୱର୍କ, ବେଗ ଏବଂ ଗ୍ରାହକ ଅନୁଭୂତି ଅଧିକ ସମୃଦ୍ଧ ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସୀମା ପାର୍ କରି ଭାରତରେ ପଶିଲେ ୩ ଜଣ ପାକିସ୍ତାନୀ ନାବାଳକ; ସ୍କୁଲରେ ପିଲାଙ୍କୁ ଦେଖି କାନ୍ଦିପକେଇଲେ୨୦୨୧ ଜୁନ୍ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂର ସଞ୍ଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ୨,୫୨,୮୭୮ ଗ୍ରାହକ ଯୋଗ କରିଥିବାବେଳେ ଏହା ପଛକୁ ଏୟାରଟେଲ୍ ୧,୧୩,୩୪୨ ଗ୍ରାହକ ଯୋଗ କରିଛି । ସେହି ସମୟରେ ବି.ଆସ୍.ଏନ୍.ଏଲ୍. (BSNL) ମାତ୍ର ୧୨,୦୯୦ ଗ୍ରାହକ ଯୋଗ କରିଥିବା ବେଳେ ସେହି ସମାନ ମାସରେ ଭୋଡାଫୋନ୍ ଆଇଡିଆ ୬୪,୨୯୩ ଗ୍ରାହକ ହରାଇଛି । ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ଜୁନ୍ ମାସରେ ୩,୧୩,୯୧୭ ବୃଦ୍ଧିପାଇ ୨୦୨୧ ଜୁନ୍ ୩୦ ସୁଦ୍ଧା ୩.୪୮ କୋଟିରେ ପହଞ୍ଚିଥବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୩ଟି ଅଲିମ୍ପିକ୍ Gold ବିଜୟିନୀ ଆଥଲେଟ୍ କହିଲେ ସେ ମ୍ୟାଚ୍ ପୂର୍ବରୁ Sex କରନ୍ତି, କାରଣ ସଫଳତା ମିଳେରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ଜୁନ୍ ମାସରେ ଗ୍ରାହକ ଯୋଗ କରିବାରେ ନିଜର ଆଧିପତ୍ୟ ବଜାୟ ରଖି ସର୍ବାଧିକ ୫.୫ ନିୟୁତ ଗ୍ରାହକ ଯୋଗ କରିଥିବା ଟ୍ରଇ ପ୍ରକାଶ କରିଛି । ଓଡ଼ିଶାରେ ରିଲାଏନ୍ସ ଜିଓ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଏବଂ ଏହାର ରାଜ୍ୟରେ ସର୍ବାଧିକ ସଂଖ୍ୟକ ଗ୍ରାହକ ସହିତ ରାଜ୍ୟରେ ଦୂର ସଞ୍ଚାର କ୍ଷେତ୍ରରେ ଆୟ ହେଉଥିବା ମୋଟ ରାଜସ୍ୱରେ ୫୦%ରୁ ଅଧିକ ଅଂଶ ରହିଛି । ଜିଓ ନିଜର ସର୍ବବୃହତ ଟ୍ରୁ-୪ଜି ନେଟୱର୍କ, ଏ ପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଞ୍ଚଳଗୁଡିକୁ ଦ୍ରୁତ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ତ୍ରୁଟିଶୂନ୍ୟ ହାଇ-ସ୍ପିଡ ଇଂଟରନେଟ ସେବା ପାଇଁ ଗତ କିଛି ବର୍ଷ ଧରି ପ୍ରତି ମାସରେ ନିରନ୍ତର ଭାବରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଆସୁଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ପାଣିରେ ନିଜ ପରିସ୍ରା ମିଶାଉଥିବା ଗୁପଚୁପ୍ ବିକାଳି ଗିରଫ ହେଲେ; VIDEO ଭାଇରାଲ୍ ହୋଇଥିଲାଜିଓ ନିଜ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ (Jio high speed broadband in Odisha) ସେବା ଜିଓଫାଇବରର (Jio Fiber) ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରିଛି ଏବଂ ଏହା ରାଜ୍ୟରେ ୨୭ଟି ପ୍ରମୁଖ ସହର ଓ ନଗରରେ ମୁଖ୍ୟ ଅଞ୍ଚଳଗୁଡି଼କରେ ଉପଲବ୍ଧ ହେଉଛି ତଥା ଦ୍ରୁତ ଗତିରେ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରଗୁଡିକୁ ସମ୍ପ୍ରସାରଣ ଜାରି ରଖିଛି । ଟ୍ରାଇ ପକ୍ଷରୁ ୨୦୨୧ ଜୁନ୍ ମାସ ପାଇଁ ପ୍ରକାଶିତ ୱାୟାରଲାଇନ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୧ ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ଜିଓର ୬୩,୬୪୫ ଜିଓଫାଇବର ଗ୍ରାହକ ରହିଥିବା ଜଣାପଡିଛି ।
(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ଼ର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।