Jioର ଚକାଚକ ପ୍ଲାନ! ୧୦୦GB ଡାଟା ସହ ମିଳିବ ଫ୍ରି ନେଟଫ୍ଲିକ୍ସ, ଡ଼ିଜନୀ ଓ ଅନ୍ୟ ସୁବିଧା

ମୂଲ୍ୟ ବୃଦ୍ଧି ପରେ ମରଧ୍ୟ ଜିଓ ଏହି ଯୋଜନା ବହୁତ ଲୋକପ୍ରିୟ ଓ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି। କାରଣ ଏହା କମ୍ ମୂଲ୍ୟରେ OTT ସୁବିଧା ପ୍ରଦାନ କରେ।

ଜିଓର ଏହି ପ୍ଲାନ ବାବଦରେ ଜାଣନ୍ତୁ (ପ୍ରତୀକାତ୍ମକ ଛବି)

ଜିଓର ଏହି ପ୍ଲାନ ବାବଦରେ ଜାଣନ୍ତୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

Jio Postpaid: ବିଭିନ୍ନ ମୂଲ୍ୟରେ ଅଧିକ ଲାଭ ସହିତ ରିଲାଏନ୍ସ ଜିଓର ଅନେକ ଦମଦାର ଯୋଜନା ଅଛି। ମୂଲ୍ୟ ବୃଦ୍ଧି ପରେ ମଧ୍ୟ ଏହି ଯୋଜନା ବହୁତ ଲୋକପ୍ରିୟ ଓ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି। କାରଣ ଏହା କମ୍ ମୂଲ୍ୟରେ OTT ସୁବିଧା ପ୍ରଦାନ କରେ। ଏହି ଯୋଜନାରେ ଆପଣ ନେଟଫ୍ଲିକ୍ସ, ଡିଜନି ପ୍ଲସ୍ ହଟଷ୍ଟାର ଏବଂ ଆମାଜନ ପ୍ରାଇମ ମାଗଣା ପାଇପାରିବେ। ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ...

 ଜିଓ ୫୯୯ ପୋଷ୍ଟପେଡ୍ ଯୋଜନା

ଜିଓର ୫୯୯ ଟଙ୍କା ଯୋଜନାରେ, ଉପଭୋକ୍ତାଙ୍କୁ ୧୦୦ ଜିବି ଡାଟା ଦିଆଯାଉଛି। ଡାଟା ସୀମା ସରିଯିବା ପରେ ଜିବି ପିଛା ୧୦ ଟଙ୍କା ଆଦାୟ କରାଯାଏ। ଯୋଜନା ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉପଭୋକ୍ତାମାନଙ୍କୁ ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲଭରର ସୁବିଧା ଦିଆଯାଉଛି।

ଅସୀମିତ କଲିଂ ମଧ୍ୟ ମିଳିଥାଏ

ଏହି ଯୋଜନାରେ, ଯେକୌଣସି ନେଟୱାର୍କରେ ଅସୀମିତ କଲିଂ ଏବଂ ପ୍ରତିଦିନ ୧୦୦ଟି SMS ପ୍ରଦାନ କରାଯାଏ। ଏହା ବ୍ୟତୀତ, ଏହି ଯୋଜନାରେ ଏକ ଅତିରିକ୍ତ ସିମ୍ କାର୍ଡ ମଧ୍ୟ ମିଳିଥାଏ।

ମାଗଣା ନେଟଫ୍ଲିକ୍ସ, ଡିଜନି + ହଟଷ୍ଟାର ଓ ଅନ୍ୟ ସୁବିଧା

ଜିଓର ୫୯୯ ଟଙ୍କା ଯୋଜନାରେ, ନେଟଫ୍ଲିକ୍ସ ବ୍ୟତୀତ ଉପଭୋକ୍ତା ୧ ବର୍ଷ ପାଇଁ ମାଗଣାରେ ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜନି + ହଟଷ୍ଟାର ସବସ୍କ୍ରିପସନ୍ ପାଆନ୍ତି। ଏହା ବ୍ୟତୀତ, Jio ଆପ୍ସକୁ ମାଗଣା ପ୍ରବେଶ ପାଇଁ ମଧ୍ୟ ଅନୁମତି ଦିଆଯାଏ। ଏହି ଯୋଜନା ସହିତ ରିଚାର୍ଜ କରୁଥିବା ଉପଭୋକ୍ତାଙ୍କର ୯୯ଟଙ୍କା ମୂଲ୍ୟର Jio Prime ରହିବା ଉଚିତ।
Published by:Soumya Das
First published: