News18 Odia Digital
ନୂଆ ଦିଲ୍ଲୀ: ଏୟାରଟେଲ୍ ଓ ଭୋଡାଫୋନ୍ ନିଜ ମୋବାଇଲ୍ ପ୍ଲାନଗୁଡ଼ିକୁ ମହଙ୍ଗା କରିବା ପରେ ଏବେ ଜିଓ (Jio) ମଧ୍ୟ ନିଜ ପ୍ଲାନଗୁଡ଼ିକୁ ମହଙ୍ଗା କରିଛି । କମ୍ପାନୀର ନୂଆ ଯୋଜନାଗୁଡିକ ଡିସେମ୍ବର ୧, ୨୦୨୧ରୁ କାର୍ଯ୍ୟକାରୀ ହେବ । ଏହି ନୂଆ ପ୍ଲାନ୍ ଅନୁସାରେ ଜିଓର ସବୁଠାରୁ ଲୋକପ୍ରିୟ ୫୫୫ ଟଙ୍କା ଯୋଜନା ଏଣିକି ୬୬୬ ଟଙ୍କାରେ ମିଳିବାକୁ ଥିବା ବେଳେ ୫୯୯ ଟଙ୍କାର ପ୍ଲାନ୍ ବର୍ତ୍ତମାନ ୭୧୯ ଟଙ୍କାରେ ଉପଲବ୍ଧ ହେବ ।
ଜିଓର ଉଭୟ ୫୫୫ ଟଙ୍କା ଓ ୫୯୯ ଟଙ୍କାର ପ୍ଲାନର ବୈଧତା ପୂର୍ବ ପରି ୮୪ ଦିନ ପାଇଁ ରହିବ । ଏହା ବ୍ୟତୀତ ଜିଓ ନିଜର ଅନ୍ୟ ସବୁ ଯୋଜନାର ଦରକୁ ସଂଶୋଧନ କରିଛି । ଏହି ସଂଶୋଧନ ଅନୁସାରେ ଜିଓର ୭୫ ଟଙ୍କାର ଯୋଜନା ଏବେ ୯୧ ଟଙ୍କା ହୋଇଛି, ଯେଉଁଥିରେ ୨୯ ଦିନର ବୈଧତା ଉପଲବ୍ଧ ରହିବ । ଏହି ଯୋଜନାରେ ଅସୀମିତ ଭଏସ୍ କଲ୍ ଓ ୫୦ଟି SMS ସହିତ ପ୍ରତି ମାସ ୩ GB ଡାଟା ଉପଲବ୍ଧ ହେବ ।
ଏହା ବି ପଢ଼ନ୍ତୁ | ମଜାରେ ମଜାରେ ଜଣେ ଲୋକର ମୃତ୍ୟୁ ହେଲା; ଗୋଟେ ମାଙ୍କଡ଼ ଇଟା ଫିଙ୍ଗି ମଥା ଫଟେଇଦେଲା
ଜିଓର ଯେଉଁ ପ୍ଲାନ୍ କିଣିବାକୁ ପୂର୍ବରୁ ୧୨୯ ଟଙ୍କା ଲାଗୁଥିଲା, ଆପଣଙ୍କୁ ଏବେ ତା’ ପାଇଁ ୧୫୫ ଟଙ୍କା ଦେବାକୁ ପଡି଼ବ । ଏଥିରେ ପ୍ରତି ମାସ ୨ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୩୦୦ SMS ଉପଲବ୍ଧ ହେବ । ସେହିଭଳି ୧୪୯ ଟଙ୍କାର ପ୍ଲାନ୍ ପାଇଁ ଆପଣଙ୍କୁ ଏଣିକି ୧୭୯ ଟଙ୍କା ଦେବାକୁ ପଡିବ, ଯାହା ଦିନକୁ ୧ ଜିବି ଡାଟା, ଅସୀମିତ ଭଏସ୍ କଲ୍ ଓ ୨୪ ଦିନର ବୈଧତା ସହିତ ପ୍ରତି ଦିନ ୧୦୦ଟି ଏସ୍.ଏମ୍.ଏସ୍. ସୁବିଧା ଦେଇଥାଏ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS |
୨୦୦ କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦିହୋଇ ପଡ଼ିଛନ୍ତି ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍
ଏ ପର୍ଯ୍ୟନ୍ତ ଯେଉଁ ରିଚାର୍ଜ ପାଇଁ ଆପଣ ୧୯୯ ଟଙ୍କା ଦେଉଥିଲେ, ବର୍ତ୍ତମାନ ଆପଣଙ୍କୁ ତା’ ପାଇଁ ୨୩୯ ଟଙ୍କା ଦେବାକୁ ପଡି଼ବ । ଏଥିରେ ପ୍ରତି ଦିନ ୧.୫ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ । ୨୪୯ ଟଙ୍କାର ସୁବିଧା ବର୍ତ୍ତମାନ ୨୯୯ ଟଙ୍କାରେ ଉପଲବ୍ଧ ହେବ । ଏଥିରେ ପ୍ରତି ଦିନ ୨ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ । ୩୯୯ ଟଙ୍କାରେ ୫୬ ଦିନର ବୈଧତା ଥିବା ଯୋଜନା ଏଣିକି ୪୭୯ ଟଙ୍କାରେ ଉପଲବ୍ଧ ହେବ । ଏଥିରେ ପ୍ରତି ଦିନ ୧.୫ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ । ୫୬ ଦିନର ବୈଧତା ଥିବା ୪୪୪ ଟଙ୍କାର ଯୋଜନାକୁ ୫୩୩ ଟଙ୍କାକୁ ବଢ଼ାଯାଇଛି । ଏଥିରେ ପ୍ରତି ଦିନ ୨ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’କୁ ୨୬ ପୂରିଲା; ଯାଦୁ ସେମିତି!
୮୪ ଦିନର ବୈଧତା ଥିବା ୩୨୯ ଟଙ୍କାର ଯୋଜନାର ଦର ବଢ଼ି ୩୯୫ ଟଙ୍କା ହୋଇଛି । ଏଥିରେ ସମୁଦାୟ ୬ GB ଡାଟା, ଅସୀମିତ ଭଏସ୍ କଲ୍ ଓ ସମୁଦାୟ ୧,୦୦୦ଟି SMS ଉପଲବ୍ଧ ହେବ । ୮୪ ଦିନର ବୈଧତା ସହିତ ଥିବା ୫୫୫ ଟଙ୍କାର ଯୋଜନାର ଦର ବଢ଼ି ୬୬୬ ଟଙ୍କା ହୋଇଛି, ଯେଉଁଥିରେ ପ୍ରତି ଦିନ ୧.୫ ଜିବି ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ । ୫୯୯ ଟଙ୍କାରେ ୮୪ ଦିନର ବୈଧତା ଥିବା ଯୋଜନାର ଦାମ୍ ବର୍ତ୍ତମାନ ୭୧୯ ଟଙ୍କା ହୋଇଛି । ଏଥିରେ ପ୍ରତି ଦିନ ୨ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ ।
ଏହା ବି ପଢ଼ନ୍ତୁ | ଅନଲାଇନ୍ କ୍ଲାସ୍ କରୁଥିଲା ପିଲାଟି, ହଠାତ୍ ଫୋନରେ ବଡ଼ ଶବ୍ଦ ସହ ବିସ୍ଫୋରଣ ହେଲା; ତା’ପରେ…
୧,୨୯୯ ଟଙ୍କାରେ ୩୩୬ ଦିନ ଚାଲୁଥିବା ଯୋଜନା ବର୍ତ୍ତମାନ ୧,୫୫୯ ଟଙ୍କାରେ ଉପଲବ୍ଧ ହେବ । ଏଥିରେ ସମୁଦାୟ ୨୪ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୩,୬୦୦ଟି ମେସେଜ୍ ସୁବିଧା ଉପଲବ୍ଧ ହେବ । ୨,୩୯୯ ଟଙ୍କାରେ ମିଳୁଥିବା ୩୬୫-ଦିନିଆ ଯୋଜନା ବର୍ତ୍ତମାନ ୨,୮୭୯ ଟଙ୍କାରେ ଉପଲବ୍ଧ ହେବ । ଏଥିରେ ପ୍ରତି ଦିନ ୨ GB ଡାଟା, ଅସୀମିତ ଭଏସ୍ କଲ୍ ଓ ୧୦୦ଟି SMS ଉପଲବ୍ଧ ହେବ ।
ଏହା ବି ପଢ଼ନ୍ତୁ | Taiwan Fire: ଭୋର୍ ଭୋର୍ ଲାଗିଲା ନିଆଁ; ୧୩ ମହଲା କୋଠାରେ ୪୬ ଜଣ ଲୋକ ଜଳି ମଲେ
ଡାଟା ଆଡ୍-ଅନ୍ ପ୍ଲାନ୍
ଯଦି ଡାଟା ଆଡ୍-ଅନ୍ ବିଷୟରେ କଥା ହେବା, ତାହେଲେ ୫୧ ଟଙ୍କାର ଆଡ୍-ଅନ୍ ପ୍ଲାନ୍ ୬୧ ଟଙ୍କା ହୋଇଛି, ଯେଉଁଥିରେ ବିନା କୌଣସି ବୈଧତାରେ ୬ GB ଡାଟା ଉପଲବ୍ଧ ହୋଇଥାଏ । ୧୦୧ ଟଙ୍କାର ଯୋଜନା ୧୨୧ ଟଙ୍କାର ହୋଇଛି । ଏଥିରେ ୧୨ GB ଡାଟା ବିନା କୌଣସି ବୈଧତାରେ ଉପଲବ୍ଧ । ୩୦ ଦିନର ବୈଧତା ସହିତ ୨୫୧ ଟଙ୍କାରେ ୫୦ ଜିବି ଡାଟା ଦେଉଥିବା ଯୋଜନାର ଦାମ୍ ଏବେ ୩୦୧ ଟଙ୍କାକୁ ବଢ଼ାଇ ଦିଆଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।