Jio Offer : IPL ଦେଖିବା ପାଇଁ JIO ଆଣିଲା ଦମ୍‌ଦାର୍‌ ପ୍ଲାନ୍; ଜାଣନ୍ତୁ କଣ...

Jio Offer : IPL ଦେଖିବା ପାଇଁ JIO ଆଣିଲା ଦମ୍‌ଦାର୍‌ ପ୍ଲାନ୍; ଜାଣନ୍ତୁ...

Jio Offer : IPL ଦେଖିବା ପାଇଁ JIO ଆଣିଲା ଦମ୍‌ଦାର୍‌ ପ୍ଲାନ୍; ଜାଣନ୍ତୁ...

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL 2023 : ଚଳିତ ବର୍ଷ IPL 2023 ଚାଲିଛି, ଯଦି ଆପଣମାନେ ନିଜ ଫୋନରେ ମ୍ୟାଚ୍ ଦେଖୁଛନ୍ତି, ତେବେ ଏହା ସ୍ପଷ୍ଟ ଯେ ବହୁ ଡାଟା ବ୍ୟବହାର ହେଉଥିବ । ଏଭଳି ପରିସ୍ଥିତିରେ, ଅନେକ ଲୋକ ଏପରି ଏକ ପ୍ଲାନ୍‌ ଖୋଜୁଛନ୍ତି ଯେଉଁଥିରେ ସର୍ବାଧିକ ଡାଟା ଉପଲବ୍ଧ ରହିଥିବ, ତା’ପରେ ଟେଲିକମ୍ କମ୍ପାନୀଗୁଡିକ ଏପରି ଅନେକ ପ୍ଲାନ୍‌ ପ୍ରଦାନ କରୁଛନ୍ତି, ଯେଉଁଥିରେ ପ୍ରତିଦିନ ୩ ଜିବି (GB) ଡାଟା ମିଳୁଛି ।

ସର୍ବପ୍ରଥମେ, ଜିଓ ବିଷୟରେ କହିବାକୁ ଗଲେ, ଉପଭୋକ୍ତାମାନେ ଏହାର ୨୧୯ ଟଙ୍କା ପ୍ଲାନ୍‌ରେ ପ୍ରତିଦିନ ୩ ଜିବି ଡାଟା ପାଇପାରିବେ । ଏହା ସହିତ, ୧୪ଦିନ ପାଇଁ ଅତିରିକ୍ତ ୨ ଜିବି ଡାଟା ଓ ଅସୀମିତ ଭଏସ୍ ଓ SMSର ଲାଭ ମଧ୍ୟ ପାଇପାରିବେ ।

ଜିଓର ୩୯୯ ଟଙ୍କା ପ୍ଳାନ୍‌ରେ ପ୍ରତିଦିନ ୩ ଜିବି(GB) ଡାଟା ଉପଲବ୍ଧ ରହିଛି । ଏଥିରେ ଅତିରିକ୍ତ ୬ ଜିବି ଡାଟା ଓ ଅସୀମିତ ଭଏସ୍‌ କଲ୍‌ ଓ SMSର ଲାଭ ୨୮ ଦିନ ପାଇଁ ମିଳୁଛି । ୯୯୯ ଟଙ୍କା ପ୍ରିପେଡ୍ ପ୍ଲାନ୍‌ରେ ଉପଭୋକ୍ତାମାନଙ୍କୁ ୩ ଜିବି ଡାଟା, ଅତିରିକ୍ତ ୪୦ ଜିବି ଡାଟା ଏବଂ ଅସୀମିତ କଲିଂ ଏବଂ SMS ୮୪ ଦିନ ପାଇଁ ମିଳୁଛି ।

ଭୋଡାଫୋନ୍-ଆଇଡିଆ ୩ ଜିବି ଡାଟା ପ୍ଲାନ୍ (Vodafone Idea 3GB data plans)

ଭୋଡାଫୋନ୍ ଆଇଡିଆ ଦିନକୁ ୩ ଜିବି (GB ) ଡାଟା ପ୍ଲାନ୍‌ର ମୂଲ୍ୟ ୩୫୯ ଟଙ୍କା, ୩.୫ GB ଜିବି (GB ) ଦୈନିକ ଡାଟା ପ୍ଲାନ୍ ମୂଳ୍ୟ ୪୦୯ ଟଙ୍କା, ୪ ଜିବି (GB ) ଡାଟା ପ୍ଲାନ୍ର ମୂଲ୍ୟ ୩୫୯ ଟଙ୍କା, ୩.୫ GB ଜିବି (GB ) ଦୈନିକ ଡାଟା ପ୍ଲାନ୍ ମୂଳ୍ୟ ୪୭୫ ଟଙ୍କା । ସମସ୍ତ ପ୍ଲାନ୍‌ରେ ୨ ଜିବି ଅତିରିକ୍ତ ଡାଟା ମିଳୁଛି ।

ଏୟାରଟେଲ୍‌ର ୩ ଜିବି ଡାଟା ପ୍ଲାନ୍‌

ଏୟାରଟେଲ ଦୁଇଟି ପ୍ଲାନ୍‌ ଅଛି, ୪୯୯ ଟଙ୍କା ଏବଂ ୬୯୯ ଟଙ୍କାରେ ଦୁଇଟି ପ୍ଲାନ୍‌ ଦେଉଛି, ଏହାର ବୈଧତା ଯଥାକ୍ରମେ ୨୮ ଦିନ ଓ ୫୬ ଦିନ । ଏହି ଉଭୟ ପ୍ଲାନ୍‌ରେ, ପ୍ରତିଦିନ ୩ଜିବି ଡାଟା ଲାଭ ମିଳୁଛି । ଏଥିରେ ମାଗଣା କଲିଂ ଓ SMSର ଲାଭ ଉପଲବ୍ଧ ରହିଛି । ବିଶେଷ କଥା ହେଉଛି ଏୟାରଟେଲ୍‌ର ଏହି ଯୋଜନାଗୁଡ଼ିକ ସହିତ OTT ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

ପଢନ୍ତୁ ଏହି ଖବର :  Govt Jobs 2023: ଦଶମ, ଦ୍ୱାଦଶ ପାସ୍ କରିଥିବା ପିଲାଙ୍କ ପାଇଁ ସରକାରୀ ଚାକିରି; ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ



ପଢନ୍ତୁ ଏହି ଖବର :  Maharastra Politcs: ମହାରାଷ୍ଟ୍ର ମହାସଂକଟ ପାର୍ଟ ଟୁ, ସିନ୍ଧେ -ଫଡନଭିସ୍ କ୍ୟାମେଷ୍ଟ୍ରିରେ କେଁ !
Published by:Sujit Swain
First published: