News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ (Reliance Jio) ୨୦୨୧ ମଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବାବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଏହି ସମୟରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଞ୍ଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି ।
ଭାରତର ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ୨୦୨୧ ମଇ ମାସ ପାଇଁ ଦୂରସଞ୍ଚାର ଗ୍ରାହକ ସମ୍ପର୍କରେ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୧,୪୭,୫୩୫ ନୂଆ ଗ୍ରାହକ ଯୋଗ କରିବା ସହିତ ଓଡ଼ିଶାରେ ଏହାର ମୋଟ ଗ୍ରାହକ ସଂଖ୍ୟା ୧.୪୭ କୋଟିରୁ ଅଧିକରେ ପହଞ୍ଚିଛି । ଜିଓ ବ୍ୟତୀତ କେବଳ ବି.ଏସ.ଏନ.ଏଲ. (BSNL) ଏହି ମାସରେ ରାଜ୍ୟରେ ମାତ୍ର ୧୭,୭୩୮ ନୂଆ ଗ୍ରାହକ ଯୋଗ କରିଛି । ସେହି ସମାନ ସମୟରେ ଏୟାରଟେଲ ଓଡି଼ଶାରେ ୧.୪୬ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୬୧,୦୮୬ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ଗ୍ରାହକ ତଥ୍ୟରେ କୁହାଯାଇଛି । ଏଥି ସହିତ ଓଡ଼ିଶାରେ ୨୦୨୧ ମଇ ମାସରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୨,୩୩୪ ହ୍ରାସ ପାଇଛି ।
ଏହା ବି ପଢ଼ନ୍ତୁ | ଫଟୋସୁଟ୍ ନାଁରେ ମଡେଲ୍ଙ୍କ ନଗ୍ନ ଭିଡିଓ ବନାଇଲେ; କୋଲକାତାରେ ଅଭିନେତ୍ରୀ ଓ କ୍ୟାମେରାମ୍ୟାନ୍ ଗିରଫଜାତୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ମଇ ମାସରେ ଗ୍ରାହକ ଯୋଗ କରିବାରେ ସର୍ବାଗ୍ରେ ରହିଛି ଏବଂ ଏହା ଏକ ମାତ୍ର ସେବା ଯୋଗାଣକାରୀ ଭାବରେ ନୂତନ ଗ୍ରାହକ ଯୋଗ କରିଥିବାବେଳେ ଅନ୍ୟମାନେ ନିଜର ନିୟୁତାଧିକ ଗ୍ରାହକ ହରାଇଛନ୍ତି । ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବଭାରତୀୟ ସ୍ତରରେ ୩୫.୫୪ ଲକ୍ଷରୁ ଅଧିକ ଗ୍ରାହକ ଯୋଗ କରିଛି । ସେହି ସମୟରେ ଏୟାରଟେଲ ସର୍ବାଧିକ ୪୬.୧୩ ଲକ୍ଷ ଗ୍ରାହକ ହରାଇଛି ଏବଂ ତାହା ପଛକୁ ଭୋଡାଫୋନ ଆଇଡିଆ ନିଜର ୪୨.୮ ଲକ୍ଷ ଗ୍ରାହକ ହରାଇଥିବା ଜଣାଯାଇଛି ।
ଏହା ବି ପଢ଼ନ୍ତୁ | ଦେଶର ୬ କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଖୁସି ଖବର: PF ଖାତାକୁ ଜଲ୍ଦି ଆସିବ ସୁଧ ଟଙ୍କାରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଏହି କ୍ଷେତ୍ରରେ ମୋଟ ରାଜସ୍ୱ ଆୟର ୫୦%ରୁ ଅଧିକ ଅଂଶ ଦଖଲ କରି ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ହୋଇଛି । ରିଲାଏନ୍ସ ଜିଓ ଗତ କିଛି ବର୍ଷ ଧରି ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଗ କରିଚାଲିଛି ଏବଂ ଏ କ୍ଷେତ୍ରରେ ଏହାର ସର୍ବବୃହତ ବାସ୍ତବ-୪ଜି ନେଟୱର୍କ, ଏ ପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଂଚଳଗୁଡିକୁ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସମଗ୍ର ରାଜ୍ୟରେ ହାଇ-ସ୍ପିଡ ଇଂଟରନେଟ ଉପଲବ୍ଧତା ବିଶେଷ ସହାୟକ ହୋଇଛି ।
ଏହା ବି ପଢ଼ନ୍ତୁ | ବାବୁଲ୍ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ; ୨୪ ଦିନ ତଳେ କେନ୍ଦ୍ର ମନ୍ତ୍ରୀ ପଦ ଯାଇଥିଲାଜିଓ ମଧ୍ୟ ନିକଟରେ ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମୁଦାୟ ଓଡ଼ିଶାରେ ନିୟୋଜିତ କରିବା କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛି ଏବଂ ତଦ୍ଦ୍ୱାରା ଏହାର ନେଟୱର୍କ, ସ୍ପିଡ ଏବଂ ରାଜ୍ୟରେ ଗ୍ରାହକ ଅନୁଭୂତି ଅଧିକ ସମୃଦ୍ଧ ହୋଇଛି ।
ଜିଓ ମଧ୍ୟ ଏହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ର ଦ୍ରୁତ ସମ୍ପ୍ରସାରଣ କରିବା ସହିତ ରାଜ୍ୟର ୨୬ଟି ପ୍ରମୁଖ ସହର ଓ ନଗରର ମୁଖ୍ୟ ମୁଖ୍ୟ ଅଞ୍ଚଳରେ ଏବେ ଉପଲବ୍ଧ ହୋଇଛି ଏବଂ ଏହା ଦ୍ରୁତ ଗତିରେ ରାଜ୍ୟର ଅଧିକ ସହର ଓ ନଗରଗୁଡିକୁ ଜିଓଫାଇବର୍ ସେବାର ସମ୍ପ୍ରସାରଣ ଜାରି ରଖିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।