• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଟେକ୍
  • »
  • ଜିଓ ପକ୍ଷରୁ ବଲାଙ୍ଗୀର ଓ ନାଲକୋରେ ଟ୍ରୁ-୫ଜିର ଶୁଭାରମ୍ଭ; ସାରା ଓଡ଼ିଶାର ୧୨ଟି ସହରରେ ପହଞ୍ଚିଲା ଟ୍ରୁ-୫ଜି

ଜିଓ ପକ୍ଷରୁ ବଲାଙ୍ଗୀର ଓ ନାଲକୋରେ ଟ୍ରୁ-୫ଜିର ଶୁଭାରମ୍ଭ; ସାରା ଓଡ଼ିଶାର ୧୨ଟି ସହରରେ ପହଞ୍ଚିଲା ଟ୍ରୁ-୫ଜି

ଜିଓ ପକ୍ଷରୁ ଦେଶର ୩୪ଟି ଅଧିକ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି ଯାହା ଫଳରେ ଏହି ସେବା ସାରା ଭାରତର ମୋଟ ୨୨୫ଟି ସହର ପର୍ଯ୍ୟନ୍ତ ପହଞ୍ଚିଛି ।

ଜିଓ ପକ୍ଷରୁ ବଲାଙ୍ଗୀର ଓ ନାଲକୋରେ ଟ୍ରୁ-୫ଜିର ଶୁଭାରମ୍ଭ; ସାରା ଓଡ଼ିଶାର ୧୨ଟି ସହରରେ ପହଞ୍ଚିଲା ଟ୍ରୁ-୫ଜି

ଜିଓ ପକ୍ଷରୁ ବଲାଙ୍ଗୀର ଓ ନାଲକୋରେ ଟ୍ରୁ-୫ଜିର ଶୁଭାରମ୍ଭ; ସାରା ଓଡ଼ିଶାର ୧୨ଟି ସହରରେ ପହଞ୍ଚିଲା ଟ୍ରୁ-୫ଜି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ବଲାଙ୍ଗୀର ସହର ଓ ଅନୁଗୁଳ ଜିଲ୍ଲାର ନାଲ୍‌କୋ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି । ଏହା ସହିତ ଓଡ଼ିଶାର ୧୨ଟି ସହରରେ ଜିଓ ଗ୍ରାହକମାନେ ଏବେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଛନ୍ତି । ପୂର୍ବରୁ ଜିଓ ଟ୍ରୁ-୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ ଓ ସମ୍ବଲପୁର ଭଳି ୧୦ଟି ସହରରେ ଶୁଭାରମ୍ଭ ହୋଇଥିଲା ।

ଜାତୀୟ ସ୍ତରରେ ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ଫଳରେ ଜିଓ ଗ୍ରାହକମାନେ ୨୨୫ଟି ସହରରେ ଏବେ ଜିଓ ଟ୍ରୁ-୫ଜି ସେବା ଉପଭୋଗ କରୁଛନ୍ତି ।

ଏହି ସବୁ ସହର ଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଜିଓ ପକ୍ଷରୁ ୫ଜି ସେବାର ଶୁଭାରମ୍ଭ କରାଯାଇଛି । ଆଜିଠାରୁ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ହାସଲ କରିବା ଲାଗି ଏହି ସହର ଗୁଡ଼ିକରେ ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଅତିରିକ୍ତ ୩୪ଟି ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ । ଦେଶର ମୋଟ ୨୨୫ଟି ସହରରେ ଏବେ ଏହି ସେବା ପହଞ୍ଚିପାରିଛି । ବିଟା ପରୀକ୍ଷଣର ଶୁଭାରମ୍ଭ ପରେ ୧୨୦ ଦିନରୁ କମ୍ ସମୟ ଭିତରେ ଜିଓ ଏହି ମାଇଲଖୁଣ୍ଟ ହାସଲ କରିଛି ଏବଂ ୨୦୨୩ ଡିସେମ୍ବର ସୁଦ୍ଧା ବୈପ୍ଳବିକ ଜିଓ ଟ୍ରୁ-୫ଜି ସେବା ସହ ସାରା ଦେଶକୁ ଯୋଡ଼ିବା ପଥରେ ଏହା ଅଗ୍ରସର ରହିଛି ।

ବିଶ୍ୱରେ ପ୍ରଥମ ଥର ପାଇଁ କୌଣସି ଅଞ୍ଚଳରେ ଏତେ ବ୍ୟାପକ ଭାବେ ଏକ ୫ଜି ନେଟ୍‌ୱର୍କର ଶୁଭାରମ୍ଭ କରାଯାଇଛି ଏବଂ ୨୦୨୩ ଭାରତ ପାଇଁ ଏକ ମାଇଲଖୁଣ୍ଟ ବର୍ଷ ସାବ୍ୟସ୍ତ ହେବାକୁ ଯାଉଛି ଯେତେବେଳେ ଜିଓର ଉତ୍କୃଷ୍ଟ ନେଟ୍‌ୱର୍କ ଭିତ୍ତିଭୂମି ଜରିଆରେ ସମଗ୍ର ଦେଶ ବୈପ୍ଳବିକ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭ ହାସଲ କରିବ ।

ଆମ ଦେଶକୁ ଡିଜିଟାଲାଇଜ୍ କରିବା ଲାଗି ଆମ ଉଦ୍ୟମରେ ଆମକୁ ନିରନ୍ତର ସହଯୋଗ ପ୍ରଦାନ କରୁଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିକଟରେ ଆମେ କୃତଜ୍ଞ ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଫାଇଦା ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୧. ୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା

୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତ୍ତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ

୩. କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି

ଏହି ଖବର ପଢ଼ନ୍ତୁ - http://ହତ୍ୟା ଅଭିଯୁକ୍ତ ଜୟନାରାୟଣ ମିଶ୍ର; କହିଲେ ବିଜେଡିର ଶ୍ରୀମୟୀ ମିଶ୍ର
Published by:Soubhagya Mishra
First published: