News18 Odia Digital
ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୨ ଡିସେମ୍ବର ୧୫ ତାରିଖରୁ ଆଇଫୋନ୍ ୧୨ ଓ ପରର୍ବତ୍ତୀ ଆଇଫୋନ୍ ମଡେଲଗୁଡ଼ିକ୍ରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ।
ୟୁଜର୍ସଙ୍କୁ ଆଇଫୋନ୍ର ସଦ୍ୟତମ ଆଇଓଏସ୍ ଏବଂ କ୍ୟାରିୟର ସେଟିଂକୁ ଅପ୍ଡେଟ୍ କରିବାକୁ ପଡ଼ିବ। ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇସାରିଥିବା ସହରଗୁଡ଼ିକରେ ଅସୀମିତ ୫ଜି ବ୍ୟବହାର ପାଇଁ ଆଇଫୋନ୍ ଗ୍ରାହକମାନଙ୍କୁ ସକ୍ଷମ କରିବା ଲାଗି କମ୍ପାନୀ ପକ୍ଷରୁ ସେମାନଙ୍କ ନମ୍ବରରେ ଜିଓ ୱେଲ୍କମ୍ ଅଫର ପ୍ରଦାନ କରାଯାଇଛି।
ଆଇଫୋନ୍ ୧୨ ମିନି, ଆଇଫୋନ୍ ୧୨, ଆଇଫୋନ୍ ୧୨ ପ୍ରୋ, ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ, ଆଇଫୋନ୍ ୧୩ ମିନି, ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ, ଆଇଫୋନ୍ ଏସ୍ଇ ୨୦୨୨ (ଥାର୍ଡ ଜେନେରେସେନ), ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍, ଆଇଫୋନ୍ ୧୪ ପ୍ରୋ, ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସରେ ଏବେ ଜିଓର ଟ୍ରୁ-୫ଜି ସେବା ହାସଲ କରିହେବ।
ଭାରତରେ ଆଇଫୋନ୍ ଡିଭାଇସ୍ରେ ୫ଜି ସେବାକୁ ବ୍ୟବହାର କରିବା ସୁବିଧା ପ୍ରଦାନ କରିବା ଲାଗି ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆପଲ୍ ପକ୍ଷରୁ କମ୍ପାନୀର ବିଟା ସଫଟଓୟାର ପ୍ଲାଟ୍ଫର୍ମରେ ଅପ୍ଡେଟ୍ ଜାରି କରାଯାଇଥିଲା।
ଜିଓ ଟ୍ରୁ-୫ଜି ବ୍ୟବହାର କରିବା ପାଇଁ ଆଇଫୋନ୍ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଡିଭାଇସ୍ ସଫ୍ଟଓୟାରକୁ ଆଇଓଏସ୍ ୧୬.୨ କିମ୍ବା ତା’ଠାରୁ ପରବର୍ତ୍ତୀକୁ ଅପ୍ଡେଟ୍ କରିବାକୁ ପଡ଼ିବ ଏବଂ ତା’ପରେ ସେଟିଂରେ ୫ଜିକୁ ସକ୍ରିୟ କରିବାକୁ ହେବ ଏବଂ ଶେଷରେ ଷ୍ଟାଣ୍ଡ୍-ଏଲୋନ୍ ୫ଜିକୁ ସକ୍ରିୟ କରିବାକୁ ପଡ଼ିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।