News 18 Odia Digital
ନୂଆ ଦିଲ୍ଲୀ: ବିଭିନ୍ନ ଫ୍ରିକ୍ୱେନ୍ସି ବ୍ୟାଣ୍ଡ ବ୍ୟବହାର କରି ଏହାର ୫ଜି ନେଟୱାର୍କ ସେବା ଆରମ୍ଭ କରିବା ପାଇଁ ଯାଉଛି ଜିଓ । ୫ଜି ସ୍ପେକ୍ଟ୍ରମ ହାସଲ କରିଛି ରିଲିଆନ୍ସ ଜିଓ। ଟେଲିକମ୍ ବିଭାଗ ଦ୍ୱାରା ପରିଚାଳିତ ନିଲାମରେ ୭୦୦ ମେଗାହଜ୍, ୮୦୦ ମେଗାହଜ୍, ୧୮୦୦ ମେଗାହର୍ଜ, ୩୩୦୦ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ ହାସଲ କରିଛି। ସ୍ପେକ୍ଟ୍ରମ୍ ଅଧିକାର ହାସଲ କରିବାର ମୋଟ ମୂଲ୍ୟ ହେଉଛି ୨୦ ବର୍ଷ ପାଇଁ ୮୮,୦୭୮ କୋଟି ଟଙ୍କା ।
ଜିଓ କହିଛି ଯେ, ଏହା ୭୦୦ ମେଗାହଜ୍ ସ୍ପେକ୍ଟ୍ରମ୍ ଫୁଟ୍ ପ୍ରିଣ୍ଟ ସହିତ ଜିଓ ଏକମାତ୍ର ଅପରେଟର ହେବ ଯାହା ଦ୍ରୁତ ଗତି, ନିମ୍ନ ବିଳମ୍ବତା ଓ ବୃହତ ସଂଯୋଗ ସହିତ ପାନ-ଇଣ୍ଡିଆ ଟ୍ରୁ ୫ଜି ସେବା ଯୋଗାଇବ।
୫ଜି ସ୍ପେକ୍ଟ୍ରମ୍ ନିଲାମ ସୋମବାର ଦିନ ବିଭିନ୍ନ ଟେଲକମ୍ ଦ୍ୱାରା ୪୦ ରାଉଣ୍ଡ ବିଡିଂ ସହିତ ଶେଷ ହୋଇଛି । ଜିଓ ଏହାର ୪ଜି ସେବା ସହିତ ସେକ୍ଟର ଚଳାଇଥିଲା ଓ ଏହାର ଅଫିସିଆଲ୍ ଲଞ୍ଚ ହେବାର ଛଅ ବର୍ଷ ମଧ୍ୟରେ ୪୦୦ ନିୟୁତ ଉପଭୋକ୍ତାଙ୍କୁ ଯୋଗାଇଛି । ବର୍ତ୍ତମାନ, ଏହାର ୫ଜି ସେବା ସହିତ ଏକ ବଡ଼ ନେଟୱାର୍କ ପ୍ରତିଷ୍ଠା କରିବାକୁ ଯାଉଛି ।
ଜିଓ କହିଛି ଯେ ଏହାର ନେଟୱାର୍କ ଓ ଫାଇବର ନେଟୱାର୍କ ଇକୋସିଷ୍ଟମ ସହ ଜଲଦି ଲଞ୍ଚ ଯୋଜନା ଦେଇ ଖୁବ୍ କମ୍ ସମୟ ମଧ୍ୟରେ ଦେଶରେ ୫ଜି ସେବା ପ୍ରଦାନ କରିବ।

୫ଜି ଜିଓ ନେଟୱାର୍କ
ଜିଓର ୫ଜି ସମାଧାନ ଭାରତରେ, ଭାରତୀୟଙ୍କ ଦ୍ୱାରା ଓ ପ୍ରତ୍ୟେକ ଭାରତୀୟଙ୍କ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଜିଓ ଏହାର ଦେଶବ୍ୟାପୀ ଫାଇବର ଉପସ୍ଥିତି, କୌଣସି ପୁରୁଣା ଭିତ୍ତିଭୂମି ନଥିବା ସମସ୍ତ ଆଇପି ନେଟୱାର୍କ ହେତୁ ସ୍ୱଳ୍ପ ସମୟ ମଧ୍ୟରେ ୫ଜି ରୋଲ ଆଉଟ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରପାରିବ ।
ଆମେ ପାନ୍ ଇଣ୍ଡିଆ ୫ଜି ରୋଲଆଉଟ୍ ସହିତ ‘ଆଜାଡି କି ଅମୃତ ମହୋତ୍ସବ’ ପାଳନ କରିବୁ । ଜିଓ ବିଶ୍ୱ ସ୍ତରୀୟ, ସୁଲଭ ୫ଜି ଓ ୫ଜି- ସକ୍ଷମ ସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିବ ବୋଲି କହିଛିି । ଆମେ ସେବା ପ୍ଲାଟଫର୍ମ ଓ ସମାଧାନ ପ୍ରଦାନ କରିବୁ ଯାହା ଭାରତର ଡିଜିଟାଲ ବିପ୍ଳବକୁ ତ୍ୱରାନ୍ୱିତ କରିବ, ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଉତ୍ପାଦନ ଏବଂ ଇ-ଗଭର୍ନାନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ମିଶନରେ ଆଉ ଏକ ଗର୍ବିତ ଅବଦାନ ରହିବ ବୋଲି ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି।
ଜିଓ ୫ଜି ସ୍ପେକ୍ଟ୍ରମ୍ ବିବରଣୀଜିଓ ଲୋ-ବ୍ୟାଣ୍ଡ, ମିଡ୍ ବ୍ୟାଣ୍ଡ ଓ ଏମଏମ ୱାଭେ ସ୍ପେକ୍ଟ୍ରମ ହାସଲ କରିଛି, ଯାହା ଗ୍ରାହକ ତଥା ବ୍ୟବସାୟ ପାଇଁ ଭଲ ଫାଇବର ନେଟୱାର୍କ ଓ ସ୍ୱଦେଶୀ ଟେକ୍ନୋଲୋଜି ପ୍ଲାଟଫର୍ମ ସହିତ ନିରନ୍ତର ଇଣ୍ଟରନେଟ୍ ସଂଯୋଗ କରିବ।
- ୭୦୦ ମେଗାହଜ୍ ସ୍ପେକ୍ଟ୍ରମ୍ ଫୁଟ୍ ପ୍ରିଣ୍ଟ ବ୍ୟବହାର କରି ୫ଜି ଇଣ୍ଟରନେଟ୍ ଯୋଗାଇବା ପାଇଁ ଜିଓ ଏକମାତ୍ର ଟେଲକୋ ହେବ ସଂସ୍ଥା ।
- ଜିଓ ୨୨ ଟି ସର୍କଲରେ ୭୦୦ ମେଗାହଜ୍ ଓ ୮୦୦ ମେଗାହଜ୍ ବ୍ୟାଣ୍ଡ କିଣିଛି ।
- ଜିଓ ଆସନ୍ତା ୨୦ ବର୍ଷରେ ୭,୮୭୭ କୋଟି ଟଙ୍କା ପ୍ରଦାନ କରିବ ଓ ବାର୍ଷିକ ୭.୨ ପ୍ରତିଶତ ସୁଧ ହିସାବ ରେ ଦବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।