News18 Odia Digital
Jio Cheapest Plan : କଣ ଆପଣମାନେ ପ୍ରତିମାସରେ ମହଙ୍ଗା ରିଚାର୍ଜ କରି କରି ଥକି ଗଲେଣି କି ? କେବଳ ସିମ୍କୁ ଆକ୍ଟିଭ୍ ରଖିବା ପାଇଁ ମହଙ୍ଗା ରିଚାର୍ଜ କରୁଛନ୍ତି ? ତେବେ ଏପରି ପରିସ୍ଥିତିରେ ଆପଣମାନଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଜିଓ ତା’ର ଗ୍ରାହକମାନଙ୍କ ପାଇଁ ଦୁଇ ଦୁଇଟି ପ୍ଲାନ୍ ଆଣିଛି ଯେଉଁଥିରେ ଅନେକ ସୁବିଧା ମିଳୁଛି ଓ ସିମ୍କୁ ଆକ୍ଟିଭ୍ ରଖିବା ପାଇଁ ମଧ୍ୟ ଏହା ସବୁଠାରୁ ଭଲ ପ୍ଲାନ୍ ଅଟେ ।
ବାସ୍ତବରେ, ଜିଓ ପ୍ରିପେଡ୍ ରିଚାର୍ଜ ପ୍ଲାନ ଲିଷ୍ଟ୍ରେ କିଛି ଏମିତି ଏକ ଯୋଜନା ଅଛି ,ଯାହା ୨୦୦ ଟଙ୍କାରୁ କମ୍ ମୂଲ୍ୟରେ ଭଲ ଫିଚର୍ ସହିତ ଆସିଛି । ତେବେ ଜାଣନ୍ତୁ ଏହି ପ୍ଲାନଗୁଡିକ ବିଷୟରେ । ୨୦୦ ଟଙ୍କାରୁ କମ୍ ମୂଲ୍ୟରେ ଜିଓର ଦୁଇଟି ଭଲ ପ୍ଲାନ୍ ଅଛି । ଏଥିରେ ଆପଣଙ୍କୁ ଅସୀମିତ କଲିଂ, ଡାଟା, ଏସ୍ଏମ୍ଏସ୍ (SMS) ସହିତ କିଛି ଅନ୍ୟ ବେନିଫିଟ୍ ମଧ୍ୟ ମିଳିବ । ତେବେ ଏହି ଦୁଇଟି ପ୍ଲାନ ମଧ୍ୟରୁ ଗୋଟିଏ ପ୍ଲାନର ମୂଲ୍ୟ ୧୪୯ ଟଙ୍କା ରହିଥିବା ବେଳେ ଅନ୍ୟ ପ୍ଲାନର ମୂଲ୍ୟ ୧୭୯ ଟଙ୍କା ରହିଛି ।
ପଢନ୍ତୁ ଏହି ଖବର :
Delhi Metro Viral Video : ଦିଲ୍ଲୀ ମେଟ୍ରୋରେ ବିକିନ ଗାର୍ଲ; ଭାଇରାଲ ହେଉଛି ଭିଡ଼ିଓରିଲାଏନ୍ସ ଜିଓର ୧୪୯ ଟଙ୍କା ରିଚାର୍ଜ ପ୍ଲାନ୍ଟିରେ ଭଲ ବେନିଫିଟ୍ ଉପଲବ୍ଧ ଅଛି । ଏଥିରେ ଅସୀମିତ କଲିଂ ଓ ଇଣ୍ଟରନେଟ୍ ସୁବିଧା ଅନ୍ତର୍ଭୁକ୍ତ । ଏହି ଯୋଜନାର ବୈଧତା ୨୦ ଦିନ ପର୍ଯ୍ୟନ୍ତ ଅଟେ । ଏଥିରେ ପ୍ରତିଦିନ ୧ଜିବି ଡାଟା ମିଳିବ। ଏହା ବ୍ୟତୀତ ଏଥିରେ ୧୦୦ ଏସ୍ଏମ୍ଏସ୍ (SMS)ର ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ ଅଛି ।
ପଢନ୍ତୁ ଏହି ଖବର :
ପ୍ରେମିକାଙ୍କୁ ୱେଡ଼ି ଗିଫ୍ଟରେ ବୋମା ଦେଲା ପାଗଳ ପ୍ରେମିକ; ବିସ୍ଫୋରଣରେ ବରର ମୃତ୍ୟୁସେହିପରି ଜିଓର ୧୭୯ଟଙ୍କା ରିଚାର୍ଜ ଯୋଜନାରେ ମଧ୍ୟ ଅନେକ ସୁବିଧା ମଧ୍ୟ ରହିଛି । ଏହି ଯୋଜନାର ଭ୍ୟାଲିଡିଟି ବା ବୈଧତା ୨୪ ଦିନ ଅଟେ । ଏହା ଉପଭୋକ୍ତାଙ୍କୁ ଇଣ୍ଟରନେଟ୍, ଏସ୍ଏମ୍ଏସ୍ (SMS)ଓ ଅସୀମିତ କଲିଂର ସୁବିଧା ମିଳିବ । ଏଥିରେ ପ୍ରତିଦିନ ୧ଜିବି ଡାଟା ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ । ଏହା ସହିତ ଏଥିରେ ୧୦୦ଟି ଏସ୍ଏମ୍ଏସ୍(SMS)କରିବାର ସୁବିଧା ମଧ୍ୟ ମିଳିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।