ହୋମ୍ » ଓଡ଼ିଶା ନ୍ୟୁଜ୍ » ଟେକ୍»Jio, Airtel ଓ Vodafoneର ସବୁଠୁ ଭଲ ପ୍ଲାନ୍: ଥରେ ରିଚାର୍ଜ କରି ବର୍ଷ ସାରା ଫ୍ରି କଲିଂ ଓ ଡାଟା

Jio, Airtel ଓ Vodafoneର ସବୁଠୁ ଭଲ ପ୍ଲାନ୍: ଥରେ ରିଚାର୍ଜ କରି ବର୍ଷ ସାରା ଫ୍ରି କଲିଂ ଓ ଡାଟା

Jio Airtel Vodafone offer best mobile recharge plans | ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ତିନିଟି କମ୍ପାନୀ କେତେକ ନୂଆ ଯୋଜନା ଏବେ ଦେଉଛନ୍ତି । ଯଦି ଆପଣ ବି ଏମିତି ପ୍ଲାନ୍ ନିଅନ୍ତି ତାହେଲେ ଆପଣଙ୍କୁ ଆଉ ପ୍ରତି ମାସ ରିଚାର୍ଜ କରିବାକୁ ପଡି଼ବ ନାହିଁ ।

Jio, Airtel ଓ Vodafoneର ସବୁଠୁ ଭଲ ପ୍ଲାନ୍: ଥରେ ରିଚାର୍ଜ କରି ବର୍ଷ ସାରା ଫ୍ରି କଲିଂ ଓ ଡାଟା
ଏହି ତିନିଟି କମ୍ପାନୀ ଖୁବ୍ ସୁନ୍ଦର ପ୍ଲାନ୍ ଆଣିଛନ୍ତି ।
  • News18 Odia
  • Last Updated: September 6, 2021, 9:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ରିଲାଏନ୍ସ ଜିଓ (Reliance Jio), ​​ଏୟାରଟେଲ (Airtel) ଓ ଭୋଡାଫୋନ୍ ଆଇଡିଆ (Vodafone Idea) ନିଜ ଗ୍ରାହକମାନଙ୍କ ପାଇଁ ଏକାଧିକ ସୁନ୍ଦର ଯୋଜନା ଆଣିଛନ୍ତି । ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ତିନିଟି କମ୍ପାନୀ କେତେକ ନୂଆ ଯୋଜନା ଏବେ ଦେଉଛନ୍ତି । ଯଦି ଆପଣ ବି ଏମିତି ପ୍ଲାନ୍‌ ନିଅନ୍ତି ତାହେଲେ ଆପଣଙ୍କୁ ଆଉ ପ୍ରତି ମାସ ରିଚାର୍ଜ କରିବାକୁ ପଡି଼ବ ନାହିଁ । ଆପଣ ଥରେ ରିଚାର୍ଜ କରି ବର୍ଷକ ପାଇଁ ବୈଧତା ପାଇବେ ।

ଏଠାରେ ଆମେ ଆପଣଙ୍କୁ ଏମିତି ପ୍ଲାନ୍‌ ବିଷୟରେ କହୁଛୁ ଯେଉଁଥିରେ ଆପଣ ମାସକୁ ମାତ୍ର ୧୧୮ ଟଙ୍କା ଖର୍ଚ୍ଚ କରି ପୁରା ବର୍ଷକ ପାଇଁ ଅର୍ଥାତ୍‌ ୩୬୫ ଦିନ ପାଇଁ ବୈଧତା ପାଇପାରିବେ ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’

ଜିଓର ,୨୯୯ ଟଙ୍କା ଯୋଜନା: ରିଲାଏନ୍ସ ଜିଓର ୧,୨୯୯ ଟଙ୍କା ଯୋଜନାରେ ୨୪ ଜିବି ଡାଟା ଉପଲବ୍ଧ ହେଉଛି । ଏହାର ବୈଧତା ୩୬୫ ଦିନ ।ଯଦି ଆପଣ ଏହାକୁ ମାସିକ ରିଚାର୍ଜ ଭାବରେ ଦେଖନ୍ତି, ତେବେ ଏକ ରକମ ଆପଣ ପ୍ରତି ମାସରେ ମାତ୍ର ୧୧୮ ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲା

ଏହି ଯୋଜନାରେ ହାଇ-ସ୍ପିଡ୍ ଡାଟା ଶେଷ ହେବା ପରେ ମୋବାଇଲ୍ ଡାଟା ୬୪ kbps ବେଗରେ ଚାଲେ । ଅସୀମିତ ଭଏସ୍ କଲିଂ ଉପଲବ୍ଧ ହୋଇଥାଏ । ୩,୬୦୦ଟି SMS ବି ଉପଲବ୍ଧ ରହେ । ଜିଓ ଆପ୍ସ ପାଇଁ ମାଗଣା ପ୍ରବେଶ ବି ଏଥିରେ ଉପଲବ୍ଧ ଅଛି ।

ଏହା ବି ପଢ଼ନ୍ତୁ | ବରଗଡ଼: ବିଜେପୁର BDO .୫୧ ଲକ୍ଷ ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ଗିରଫ ହେଲେ

ଏୟାରଟେଲର ,୪୯୮ ଟଙ୍କା ଯୋଜନା: ଏହି ପ୍ଲାନରେ ୨୪ ଜିବି ଡାଟା ମିଳିଥାଏ । ଏହାର ବୈଧତା ୩୬୫ ଦିନ । ଯଦି ଆପଣ ଏହାକୁ ମାସିକ ରିଚାର୍ଜ ଭାବରେ ଦେଖନ୍ତି, ତେବେ ଏଥିରେ ଏକ ରକମ ଆପଣଙ୍କୁ ପ୍ରତି ମାସ ମାତ୍ର ୧୨୪ ଟଙ୍କା ଖର୍ଚ୍ଚ ପଡ଼େ । ହାଇ-ସ୍ପିଡ୍ ଡାଟା ଶେଷ ହେବା ପରେ ମୋବାଇଲ୍ ଡାଟା ୬୪ kbps ବେଗରେ ଚାଲେ ।

ଏହା ବି ପଢ଼ନ୍ତୁ | ଗୁରୁଜୀ ନା ଗୁଣ୍ଡା? ଖୋଲୁଛି ମାନବବାଦ ସଙ୍ଗଠନର ମୁଖା; ବର୍ଷ ଧରି ବାସନ୍ଦ ୬ଟି ପରିବାର ଜଙ୍ଗଲରେ ରହୁଛନ୍ତି

ଏହି ଯୋଜନାରେ ଆପଣଙ୍କୁ ଅସୀମିତ ଭଏସ୍ କଲିଂ ଉପଲବ୍ଧ ହୋଇଥାଏ । ୩,୬୦୦ଟି SMS ବି ଆପଣଙ୍କୁ ମିଳେ । ଏୟାରଟେଲର ଏହି ଯୋଜନାରେ ଅସୀମିତ ଡାଉନଲୋଡ୍ ସହିତ Xstream App Premium, Free Hello Tune ଓ Wynk Music ଆଦିର ସଦସ୍ୟତା ବି ଆପଣ ପାଇବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କୁ ଲାଗିଲା ଝଟକା! ତାଙ୍କ ଆବେଦନ ଖାରଜ କଲେ କଟକ ଫ୍ୟାମିଲି କୋର୍ଟ

ଭୋଡାଫୋନ୍ ଆଇଡିଆର ୧,୪୯୯ ଟଙ୍କା ଯୋଜନା: ଏହି ଯୋଜନାରେ ଆପଣଙ୍କୁ ୨୪ ଜିବି ଡାଟା ମିଳୁଛି । ଏହାର ବୈଧତା ୩୬୫ ଦିନ ରହୁଛି । ଯଦି ଆପଣ ଏହାକୁ ମାସିକ ରିଚାର୍ଜ ଭାବରେ ଦେଖନ୍ତି, ତେବେ ଏକ ରକମ ଆପଣଙ୍କୁ ପ୍ରତି ମାସ ପ୍ରାୟ ୧୨୫ ଟଙ୍କା ଖର୍ଚ୍ଚ ପଡୁଛି । ଏଥିରେ ଅସୀମିତ ଭଏସ୍ କଲିଂ ଉପଲବ୍ଧ ଅଛି । ୩,୬୦୦ଟି SMS ସୁବିଧା ବି ଉପଲବ୍ଧ ଅଛି । ଏହା ବ୍ୟତୀତ ଭି ମୁଭିଜ୍‌ (V Movies) ଓ ଟିଭି ବେସିକ୍ (TV Basic) ପାଇଁ ମାଗଣା ପ୍ରବେଶ ବି ଏହି ଯୋଜନାରେ ଉପଲବ୍ଧ ଅଛି ।
Published by: Anand S.T. Das
First published: September 6, 2021, 9:25 PM IST