• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଟେକ୍
  • »
  • ଅଗଷ୍ଟରେ ସର୍ବାଧିକ ଗ୍ରାହକ ଯୋଡ଼ିଲା ଜିଓ; ଏବେ ଦେଶର ସର୍ବବୃହତ ଫିକ୍ସଡ୍‌ଲାଇନ୍ ସେବା ପ୍ରଦାନକାରୀରେ ପରିଣତ

ଅଗଷ୍ଟରେ ସର୍ବାଧିକ ଗ୍ରାହକ ଯୋଡ଼ିଲା ଜିଓ; ଏବେ ଦେଶର ସର୍ବବୃହତ ଫିକ୍ସଡ୍‌ଲାଇନ୍ ସେବା ପ୍ରଦାନକାରୀରେ ପରିଣତ

ଦେଶର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଉଲ୍ଲେଖନୀୟ ଯାତ୍ରାକୁ ବଜାୟ ରଖି ରିଲାଏନ୍ସ ଜିଓ । ଅଗଷ୍ଟ ମାସରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ଅଗଷ୍ଟରେ ସର୍ବାଧିକ ଗ୍ରାହକ ଯୋଡ଼ିଲା ଜିଓ; ଏବେ ଦେଶର ସର୍ବବୃହତ ଫିକ୍ସଡ୍‌ଲାଇନ୍ ସେବା ପ୍ରଦାନକାରୀରେ ପରିଣତ

ଅଗଷ୍ଟରେ ସର୍ବାଧିକ ଗ୍ରାହକ ଯୋଡ଼ିଲା ଜିଓ; ଏବେ ଦେଶର ସର୍ବବୃହତ ଫିକ୍ସଡ୍‌ଲାଇନ୍ ସେବା ପ୍ରଦାନକାରୀରେ ପରିଣତ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଦେଶର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଉଲ୍ଲେଖନୀୟ ଯାତ୍ରାକୁ ବଜାୟ ରଖି ରିଲାଏନ୍ସ ଜିଓ । ଅଗଷ୍ଟ ମାସରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ଦେଶରେ ୩୨.୮୧ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ୩.୨୬ ଲକ୍ଷ ଗ୍ରାହକ ଯୋଡ଼ିଛି । ଏହି ମାସରେ ଭୋଡାଫୋନ୍ ଆଇଡିଆ ୧୯.୫୮ ଲକ୍ଷ ଏବଂ ବିଏସ୍‌ଏନ୍‌ଏଲ୍ ୫.୬୭ ଲକ୍ଷ ଗ୍ରାହକଙ୍କୁ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି । ତେବେ ଗୁରୁତ୍ୱପୂର୍ଣ୍ଣ ଭାବେ ଅଗଷ୍ଟ ମାସରେ ବିଏସ୍‌ଏନ୍‌ଏଲ୍‌କୁ ପଛରେ ପକାଇ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍‌ଲାଇନ୍ ସେବା ପ୍ରଦାନକାରୀରେ ପରିଣତ ହୋଇଛି । ଟ୍ରାଇର ଅଗଷ୍ଟ ମାସ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓର ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୭୩.୫୨ ଲକ୍ଷରେ ପହଂଚିଥିବା ବେଳେ ବିଏସ୍‌ଏନ୍‌ଏଲ୍‌ର ଓୟାରଲାଇନ ଗ୍ରାହକ ସଂଖ୍ୟା ୭୧.୩୨ ଲକ୍ଷ ରହିଛି । ଏହା ସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଏସଏନଏଲ୍ ଦୀର୍ଘ ୨୨ ବର୍ଷ ଧରି ଓୟାରଲାଇନ୍ ସେବା ପ୍ରଦାନ କରୁଥିବା ବେଳେ ତିନି ବର୍ଷ ପୂର୍ବେ ଜିଓ ଏହାର ଓୟରଲାଇନ୍ ସେବା ଜିଓଫାଇବର୍ ଆରମ୍ଭ କରିଥିଲା । ଟ୍ରାଇ ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୨ ଅଗଷ୍ଟରେ ଜିଓ ଦେଶରେ ସର୍ବାଧିକ ୨.୬୨ ଲକ୍ଷ ନୂଆ ଓୟାରଲାଇନ୍ ଗ୍ରାହକ ଯୋଡ଼ିଛି ।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଜିଓ ୨୦୨୨ ଅଗଷ୍ଟ ମାସରେ ସର୍ବାଧିକ ୮୩,୧୪୮ ନୂଆ ଗ୍ରାହକଙ୍କୁ ଯୋଡ଼ି ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ରାଜ୍ୟରେ ଜିଓର ଓୟାରଲାଇନ୍ ଗ୍ରାହକ ସଂଖ୍ୟାରେ ମଧ୍ୟ ଦ୍ରୁତ ବୃଦ୍ଧି ହୋଇଛି ଏବଂ ଅଗଷ୍ଟ ମାସରେ ଓଡ଼ିଶାରେ ଏହାର ହାଇ ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଜିଓଫାଇବର୍‌ର ମୋଟ ଗ୍ରାହକ ସଂଖ୍ୟା ୧,୬୨,୫୫୬କୁ ବୃଦ୍ଧି ପାଇଛି । ସାରା ରାଜ୍ୟରେ ଏହାର ଦ୍ରୁତ ସମ୍ପ୍ରସାରଣକୁ ଜାରି ରଖି ଜିଓଫାଇବର ଏବେ ଓଡ଼ିଶାର ୩୬ରୁ ଅଧିକ ସହରରେ ଉପଲବ୍ଧ ରହିଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହରକୁ ଏହା ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି । ନୂଆ ଅଂଚଳ ଏବଂ ସହରର ଉପକଣ୍ଠକୁ ସମ୍ପ୍ରସାରିତ ହୋଇ ଏହା ବ୍ୟକ୍ତିବିଶେଷ, କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲ୍‌ଙ୍କ ସମେତ ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଖରେ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ଳାଟଫର୍ମ ପହଂଚାଇ ସେମାନଙ୍କୁ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଭୟ ସର୍ବାଧିକ ସଂଖ୍ୟକ ଗ୍ରାହକ ଓ ସର୍ବାଧିକ ରାଜସ୍ୱ ବଜାର ଅଂଶ ସହ ଓଡ଼ିଶାରେ ଜିଓ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି । ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରାଜ୍ୟରେ ୪୨%ରୁ ଅଧିକ ଗ୍ରାହକ ବଜାର ଅଂଶ ଓ ରାଜ୍ୟର ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ୫୨%ରୁ ଅଧିକ ବଜାର ଅଂଶ ସହ ଜିଓ ଅଗ୍ରଣୀ ରହିଛି । ଜିଓର ସର୍ବବୃହତ ଟ୍ରୁ-୪ଜି ନେଟ୍‌ୱର୍କ, ଟେଲିକମ୍ ସେବା ପହଂଚିନଥିବା ଅଂଚଳକୁ ଦ୍ରୁତ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ସାରା ରାଜ୍ୟରେ ନିରବଚ୍ଛିନ୍ନ ହାଇସ୍ପିଡ୍ ଇଟଂରନେଟ୍ ସଂଯୋଗ ଦ୍ୱାରା ଏହା ଆହୁରି ତ୍ୱରାନ୍ୱିତ ହୋଇଛି । ସର୍ବବୃହତ ୪ଜି ନେଟ୍‌ୱର୍କ ଏବଂ ସର୍ବାଧିକ ସଂଖ୍ୟକ ନେଟ୍‌ୱର୍କ ସାଇଟ୍‌କୁ ନେଇ ଓଡ଼ିଶାରେ ଜିଓ ନିୟୁତାଧିକ ଗ୍ରାହକଙ୍କୁ ଶ୍ରେଷ୍ଠ ଡିଜିଟାଲ୍ ଅନୁଭୂତି ପ୍ରଦାନ କରୁଛି ଏବଂ ରାଜ୍ୟରେ ଖୁବ୍‌ଶୀଘ୍ର ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବା ଲାଗି କଂପାନି ପ୍ରସ୍ତୁତ ହେଉଛି ।
Published by:Soubhagya Mishra
First published: