ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ସ୍ଥିତି ଦୃଢ଼ କଲା ଜିଓ; ମେ’ରେ ଯୋଡ଼ିଲା ୧.୮୫ ଲକ୍ଷ ନୂଆ ଗ୍ରାହକ

ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଯାତ୍ରା ଜାରି ରଖିଛି ରିଲାଆନ୍ସ ଜିଓ। ମେ ୨୦୨୨ ଓଡ଼ିଶାରେ ୧.୮୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିହୋଇଛନ୍ତି ।

ଜିଓ (ପ୍ରତୀକାତ୍ମକ ଛବି)

ଜିଓ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଓ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଯାତ୍ରା ଜାରି ରଖିଛି ରିଲିଆନ୍ସ ଜିଓ। ମେ ୨୦୨୨ ଓଡ଼ିଶାରେ ୧.୮୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିହୋଇଥିବା ନେଇ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ଟେଲିକମ୍ ଗ୍ରାହକଙ୍କ ତଥ୍ୟରୁ ଜଣାପଡ଼ିଛି ।

ଟ୍ରାଇ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ ମେ’ ମାସରେ ରିଲିଆନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଛି । ରାଜ୍ୟରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ଦୃଢ଼ କରି ରିଲାଏନ୍ସ ଜିଓ ଏହି ମାସରେ ୧,୮୫,୪୪୧ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି ଯାହା ଫଳରେ ଓଡ଼ିଶାରେ କମ୍ପାନୀର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୩୬ କୋଟିରେ ପହଁଚିଛି ଓ ରାଜ୍ୟରେ ଏହା ସାମଗ୍ରିକ ଭାବେ ୪୧.୫ ପ୍ରତିଶତ ବଜାର ଅଂଶ ହାସଲ କରିଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଓଡ଼ିଶାରେ ଜିଓର ସକ୍ରିୟ ମୋବାଇଲ୍ ଗ୍ରାହକଙ୍କ ୯୯%ରୁ ଅଧିକ ରହିଛି ଓ ରାଜ୍ୟରେ ସକ୍ରିୟ ମୋବାଇଲ୍ ଗ୍ରାହକ ଦୃଷ୍ଟିରୁ କଂପାନିର ବଜାର ଅଂଶ ପ୍ରାୟ ୪୫% ରହିଛି । ଏହାର ସର୍ବବୃହତ ବାସ୍ତବ ୪ଜି ନେଟୱର୍କ, ଅପହଂଚ ଅଂଚଳରେ ସଂଯୋଗର ଦ୍ରୁତ ସମ୍ପ୍ରସାରଣ ଓ ସୁଲଭ ମୂଲ୍ୟ ସହିତ ସାରା ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଟଂରନେଟ୍ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାରେ ଏୟାରଟେଲ୍ ମେ’ ମାସରେ ୭୧,୮୯୦ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ବିଏସ୍‌ଏନ୍‌ଏଲ୍ ୧୨,୬୬୯ ନୂଆ ଗ୍ରାହକ ଯୋଡ଼ିଛି । ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ମେ’ ମାସରେ ଓଡ଼ିଶାରେ ଭୋଡାଫୋନ୍ ଆଇଡିଆ ୨୦,୩୧୯ ଜଣ ଗ୍ରାହକଙ୍କୁ ହରାଇଛି । ୨୦୨୨ ମେ’ ମାସ ସୁଦ୍ଧା ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୨,୪୯,୬୮୧ ବୃଦ୍ଧି ପାଇ ୩.୨୮ କୋଟିରେ ପହଂଚିଛି ।

ଜାତୀୟ ସ୍ତରରେ ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ସର୍ବାଧିକ ୩୧ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

ପୁନଶ୍ଚ, ରାଜ୍ୟର ଅଗ୍ରଣୀ ଫିକ୍ସଡ୍ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ୬୩୭୬ ନୂଆ ଜିଓଫାଇବର୍ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ଯୋଡ଼ିଛି, ଫଳରେ ମେ’ ମାସ ଶେଷ ସୁଦ୍ଧା ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୧,୪୧,୩୪୬ରେ ପହଂଚିଛି । ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌କୁ ଓଡ଼ିଶାର ପ୍ରମୁଖ ସହର ଓ ନଗରଗୁଡ଼ିକରେ ଦ୍ରୁତ ସମ୍ପ୍ରସାରଣ ଜାରି ରଖାଯାଇଥିବା ଯୋଗୁଁ ଏହା ସମ୍ଭବ
Published by:Soumya Das
First published: