News18 Odia Digital
ନୂଆ ଦିଲ୍ଲୀ: ଟ୍ୱିଟର୍ (Twitter) ସି.ଇ.ଓ. ଜ୍ୟାକ୍ ଡୋର୍ସି (Twitter CEO Jack Dorsey) ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏବେ ଟ୍ୱିଟରର ଭାରତୀୟ ମୂଳର ସି.ଟି.ଓ. ପରାଗ ଅଗ୍ରୱାଲ (Parag Agrawal) ତାଙ୍କ ସ୍ଥାନରେ ନୂଆ ସି.ଇ.ଓ. ହେବେ। CNBCର ରିପୋର୍ଟ ଅନୁଯାୟୀ ଜ୍ୟାକ୍ ଡୋର୍ସି ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ୱିଟର୍ ଓ ସ୍କୋୟାରର ସି.ଇ.ଓ. ଭାବରେ କାର୍ଯ୍ୟ କରୁଥିଲେ ।
ସ୍କୋୟାର୍ ହେଉଛି ଜ୍ୟାକ୍ ଡୋର୍ସିଙ୍କ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ । ଟ୍ୱିଟର କହିଛି ଯେ ଜ୍ୟାକ୍ ଡୋର୍ସି ୨୦୨୨ ଶେଷ ପର୍ଯ୍ୟନ୍ତ କମ୍ପାନୀର ସଦସ୍ୟ ବୋର୍ଡରେ ରହିବେ ।
ଏହା ବି ପଢ଼ନ୍ତୁ | ଏୟାରଟେଲ୍ ଓ ଭୋଡ଼ାଫୋନ ପରେ Jio ବି ନିଜ ପ୍ଲାନଗୁଡ଼ିକର ଦର ବଢ଼ାଇଲା; ଜାଣନ୍ତୁ ନୂଆ ଦରଡୋର୍ସି ଏକ ବିବୃତ୍ତିରେ କହିଛନ୍ତି, ‘‘ମୁଁ ଟ୍ୱିଟର ଛାଡିବାର ସଂକଳ୍ପ ନେଇଛି । ମୁଁ ନିଶ୍ଚିତ ଯେ କମ୍ପାନୀ ନିଜ ପ୍ରତିଷ୍ଠାତାମାନଙ୍କଠାରୁ ଆଗକୁ ଯିବାକୁ ସ୍ଥିତିରେ ଅଛି । ବର୍ତ୍ତମାନ ପରାଗ ଅଗ୍ରୱାଲ ଟ୍ୱିଟର୍ ପାଇଁ ଦାୟୀ ରହିବେ ।’’ ଜ୍ୟାକ୍ ଡୋର୍ସି ନିଜ ଇସ୍ତଫା ଟ୍ୱିଟରରେ ଶେୟାର୍ କରିଛନ୍ତି । କମ୍ପାନୀରୁ ଇସ୍ତଫା ଦେବା ପାଇଁ ସେ ବର୍ତ୍ତମାନକୁ ‘ଉପଯୁକ୍ତ ସମୟ’ ବୋଲି ବର୍ଣ୍ଣନା କରିଛନ୍ତି । ଏଥି ପାଇଁ ସେ ତିନୋଟି କାରଣ ଉଲ୍ଲେଖ କରିଛନ୍ତି ।

ଜ୍ୟାକ୍ ଡୋର୍ସିଙ୍କ ଇସ୍ତଫା ପତ୍ର
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ଯୌତୁକ ମୃତ୍ୟୁ’ ଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲାଡୋର୍ସି ଲେଖିଛନ୍ତି, ‘‘ପ୍ରଥମ କାରଣ ହେଉଛି ପରାଗ କମ୍ପାନୀର ନୂଆ ସି.ଇ.ଓ. ହେବାକୁ ଯାଉଛନ୍ତି । ବୋର୍ଡ଼ ନୂଆ ସି.ଇ.ଓ. ଖୋଜିବା ପାଇଁ ଏକ ଲମ୍ବା ପ୍ରକ୍ରିୟା ଅନୁସରଣ କରିଥିଲା ଓ ସମସ୍ତେ ସର୍ବସମ୍ମତି କ୍ରମେ ପରାଗ ଅଗ୍ରୱାଲଙ୍କୁ ବାଛିଲେ । କମ୍ପାନୀ ବିଷୟରେ ତାଙ୍କ ଉତ୍ତମ ଜୁଝାମଣା ଯୋଗୁଁ ପରାଗ ମୋ’ର ମଧ୍ୟ ପ୍ରିୟ । ପ୍ରତ୍ୟେକ କଠିନ ନିଷ୍ପତ୍ତି ପଛରେ ପରାଗ୍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଓ ସେଇଥି ପାଇଁ କମ୍ପାନୀ ଆଜି ଏତେ ଆଗରେ ଛିଡ଼ା ହୋଇଛି ।’’ ଡୋର୍ସି ମୁକ୍ତ ସ୍ୱରରେ ପରାଗ ଅଗ୍ରୱାଲଙ୍କୁ ପ୍ରଶଂସା କରିଛନ୍ତି ।
ଏହା ବି ପଢ଼ନ୍ତୁ | କରୋନା ସଙ୍କଟ: ଦକ୍ଷିଣ ଆଫ୍ରିକାରେ COVIDର ନୂଆ ଭ୍ୟାରିଆଣ୍ଟ୍ ମିଳିବା ପରେ ଚିନ୍ତା ବଢ଼ିଲାଡୋର୍ସି ଆଉ ଏକ କାରଣ ଦେଇ କହିଛନ୍ତି, ‘‘ବୋର୍ଡର ଚେୟାରମ୍ୟାନ୍ ହେବା ପାଇଁ ବ୍ରେଟ୍ ଟେଲରଙ୍କ ନିଷ୍ପତ୍ତି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ଯେତେବେଳେ ମୁଁ ସି.ଇ.ଓ. ହେଲି, ବ୍ରେଟଙ୍କୁ ବୋର୍ଡ଼ରେ ଯୋଗଦେବାକୁ କୁହାଗଲା । ସେ ସବୁ କ୍ଷେତ୍ରରେ କମ୍ପାନୀ ପାଇଁ ସର୍ବୋତ୍ତମ ହୋଇଛନ୍ତି ।’’
ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ'ଟ୍ୱିଟର ଟିମ୍ ସମ୍ଭାବ୍ୟ ଓ ଉଚ୍ଚାଭିଳାଷରେ ପରିପୂର୍ଣ୍ଣ' ଡୋର୍ସି ତୃତୀୟ କାରଣ ଦେଇ କହିଛନ୍ତି, ‘‘ଆପଣମାନଙ୍କ ଯୋଗୁଁ ଏହି ସବୁ ସମ୍ଭବ ହୋଇଛି । ଆମ ଟିମରେ ବହୁତ ସମ୍ଭାବନା ଓ ଅଭିଳାଷା ଅଛି । ଏହାକୁ ପରାଗଙ୍କ ଉଦାହରଣ ସହିତ ବୁଝିହେବ । ସେ ଇଞ୍ଜିନିୟର୍ ଭାବରେ କମ୍ପାନୀରେ ଯୋଗ ଦେଇଥିଲେ ଓ ବର୍ତ୍ତମାନ ସେ ଆମର ସି.ଇ.ଓ. । ଏହା ମୋତେ ଗର୍ବିତ କରୁଛି । ମୁଁ ଜାଣେ ପରାଗ ନିଜ ଦକ୍ଷତାକୁ ସଠିକ୍ ଉପାୟରେ ବ୍ୟବହାର କରିବେ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭାଗ୍ୟବାନ ଗାଇ! ବାଇକ୍ରେ ବସି ବୁଲୁଛି ଏ ଜାଗାରୁ ସେ ଜାଗାପରାଗ ଅଗ୍ରୱାଲ ବି ଟ୍ୱିଟ୍ କରିଛନ୍ତିଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲ୍ ଜ୍ୟାକ୍ ଡୋର୍ସି ଓ ଟିମକୁ ଧନ୍ୟବାଦ ଜଣାଇଛନ୍ତି । କମ୍ପାନୀର ଭବିଷ୍ୟତ ପାଇଁ ସେ ଆଶା ପ୍ରକଟ କରିଛନ୍ତି । ସେ ଲେଖିଛନ୍ତି, ‘‘ଏହି ସମୟରେ ସାରା ଦୁନିଆ ଆମକୁ ଦେଖୁଛି । ଚାଲନ୍ତୁ ବିଶ୍ୱକୁ ଦେଖାଇବା ଯେ ଟ୍ୱିଟର୍ ସମ୍ଭାବନା ଓ ସାମର୍ଥ୍ୟରେ ପରିପୂର୍ଣ୍ଣ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।