News 18 Odia Digital
ସ୍ମାର୍ଟଫୋନ୍ ହ୍ୟାକ: ସ୍ମାର୍ଟଫୋନରେ (Smartphones) ଅନେକ ଥର ଏହିପରି ପରିବର୍ତ୍ତନ ଦେଖାଯାଏ, ଯେଉଁ କାରଣରୁ ୟୁଜର୍ସ ଅନୁଭବ କରନ୍ତି ଯେ, ମୋବାଇଲରେ ବୋଧେ କୌଣସି ସମସ୍ୟା (Problem) ଅଛି, ହେଲେ ସେଗୁଡିକ ସମାଧାନ ହେବା ପରେ ମଧ୍ୟ ସମାନ ସମସ୍ୟା ପୁଣି ଦେଖାଯାଏ, କିନ୍ତୁ ଆପଣଙ୍କର ଧ୍ୟାନ ପ୍ରକୃତ କାରଣକୁ ଯାଏ ନାହିଁ । ଏହି ପରିବର୍ତ୍ତନ ପଛରେ ଏକ ବଡ କାରଣ ରହିଛି, ଆଉ ତାହା ହେଉଛି ଫୋନ୍ ଟ୍ୟାପ୍ । ଆଜିର ସମୟରେ ଏହା ଏକ ବଡ ସମସ୍ୟା ହୋଇଗଲାଣି ଓ ଏହି କାରଣରୁ ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ସୂଚନାକୁ (Personal information) ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରୁ ନାହାଁନ୍ତି । ଏହି ଖବରରେ, ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ପରିବର୍ତ୍ତନ ଗୁଡିକ ଯାହାକୁ ଆପଣ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ, କାରଣ ଏହି ପରିବର୍ତ୍ତନ ଗୁଡ଼ିକର କାରଣ ହୋଇପାରେ ଫୋନ୍ ହ୍ୟାକ।
ଷ୍ଟୋରେଜ୍ ଫୁଲ (Storage Full) ହୋଇଯିବା କାରଣରୁ ଆପଣଙ୍କର ସ୍ମାର୍ଟ ଫୋନ୍ ହ୍ୟାଙ୍ଗ ହେବା ଆରମ୍ଭ କରେ, କିନ୍ତୁ ଯଦି ଷ୍ଟୋରେଜ୍ କ୍ଲିନ୍ କରିବା ସତ୍ତ୍ବେ ମଧ୍ୟ ଏହି ସମସ୍ୟା ଜାରି ରହେ, ତେବେ ଏଥିରେ ସନ୍ଦେହ ଆସିବାର ଏକ ବଡ଼ କାରଣ ଅଛି । ଏପରି ହେଲେ ହୁଏତ କେହି ଆପଣଙ୍କ ଫୋନ୍ ହ୍ୟାକ୍ କରିଥିବେ । ଯଦି ଆପଣ ଏପରି ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ସ୍ମାର୍ଟଫୋନ୍ ବ୍ୟବହାର ବନ୍ଦ କରି ଏହାକୁ ଯାଞ୍ଚ କରନ୍ତୁ।
ଏହି ଖବର ପଢ଼ନ୍ତୁ -
http://ସୁପ୍ରିମକୋର୍ଟରେ ୩୨ ହେଲା ଜଜଙ୍କ ସଂଖ୍ୟା; ଶପଥ ନେଲେ ୫ ନୂଆ ବିଚାରପତିଯଦିଓ ସ୍ମାର୍ଟଫୋନରେ ଇଣ୍ଟରନେଟର ଖବର ଆପଣଙ୍କ ଆବଶ୍ୟକତା ଅନୁଯାୟୀ ଦରକାର, କିନ୍ତୁ ଯେତେବେଳେ ଆପଣ ଇଣ୍ଟରନେଟ୍ ଆବଶ୍ୟକଠାରୁ ଅଧିକ ବ୍ୟବହାର କରନ୍ତି, ସେତେବେଳେ ଡାଟା ଶୀଘ୍ର ଶେଷ ହୁଏ, ଯଦି ଆପଣ ଟିକିଏ ଭିଡିଓ ଦେଖନ୍ତି ଓ ଟିକିଏ ସୋସିଆଲ୍ ମିଡିଆ ଚଲାନ୍ତି, ତେବେ ଡାଟା ସରେ ନାହିଁ । କିନ୍ତୁ ଯଦି ଆପଣ ସୋସିଆଲ ମିଡ଼ିଆ ଅଧିକ ବ୍ୟବହାର କରୁନାହାନ୍ତି ତଥାପି ଡାଟା ସରିଯାଉଛି, ତେବେ ଏହା ହୋଇପାରେ କି ଆପଣଙ୍କର ସ୍ମାର୍ଟଫୋନ୍ ହ୍ୟାକ ହୋଇଛି, ଏପରି ହେଲେ ତୁରନ୍ତ ଆପଣ ଏହାକୁ ଯାଞ୍ଚ କରିବା ଉଚିତ୍ ।
ଯେତେବେଳେ ସ୍ମାର୍ଟଫୋନ୍ ସ୍କ୍ରିନରେ କୌଣସି ଆପ୍ ଚାଲୁଥାଏ କିମ୍ବା କୌଣସି କାର୍ଯ୍ୟ କ୍ରମାଗତ ଭାବେ ଚାଲୁ ରହିଥିବ । ସେତେବେଳେ ଶୀଘ୍ର ବ୍ୟାଟେରୀ ସରିଯିବାର ସମ୍ଭାବନା ଥାଏ। କିନ୍ତୁ ଯଦି ବ୍ୟବହାର ବେଶି ହେଉନଥିବ ତଥାପି ବ୍ୟାଟେରୀ ସରିଯାଉଛି, ତେବେ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ଓ ଏହାକୁ ଗମ୍ଭୀରତାର ସହ ନେବା ଆବଶ୍ୟକ । କାରଣ କେହି ଆପଣଙ୍କ ସ୍ମାର୍ଟଫୋନ ହ୍ୟାକ କରିବାକୁ ଚେଷ୍ଟା କରୁ ଥାଇପାରନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।