WhatsApp Scam: ଫସିବେ, ସବୁବେଳେ ହ୍ବାଟ୍‌ସ ଆପ୍‌ ରେକର୍ଡ କରୁଛି ସବୁ କଥା !

ହ୍ବାଟ୍‌ସ ଆପ୍‌ ବ୍ୟବହାରକାରୀଙ୍କ ବଢ଼ିଲା ଟେନ୍‌ସନ୍‌, ବେଡ୍‌ରୁମ୍‌ କଥା ବି ରେକର୍ଡ କରୁଛି ହ୍ବାଟ୍‌ସ ଆପ୍‌ !

ହ୍ବାଟ୍‌ସ ଆପ୍‌ ବ୍ୟବହାରକାରୀଙ୍କ ବଢ଼ିଲା ଟେନ୍‌ସନ୍‌, ବେଡ୍‌ରୁମ୍‌ କଥା ବି ରେକର୍ଡ କରୁଛି ହ୍ବାଟ୍‌ସ ଆପ୍‌ !

ହ୍ବାଟ୍‌ସ ଆପ୍‌ ବ୍ୟବହାରକାରୀଙ୍କ ବଢ଼ିଲା ଟେନ୍‌ସନ୍‌, ବେଡ୍‌ରୁମ୍‌ କଥା ବି ରେକର୍ଡ କରୁଛି ହ୍ବାଟ୍‌ସ ଆପ୍‌ !

  • News18 Odia
  • Last Updated :
  • New Delhi, India
  • Share this:
News18 Odia Digital

ହ୍ବାଟ୍‌ସ ଆପ୍‌ ବ୍ୟବହାରକାରୀ ସାବଧାନ । ସବୁ ଶୁଣୁଛି ଆପଣଙ୍କ ଫୋନ୍‌ରେ ଥିବା ହ୍ବାଟସ ଆପ୍‌ ! ଏପରିକି ଆପଣ ଫୋନ ବ୍ୟବହାର କରୁନଥିଲେ ବି ଛାଡ଼ ନାହିଁ । ସବୁବେଳେ ହ୍ବାଟ୍‌ସଆପ୍‌ ରେକର୍ଡ କରୁଛି ଆପଣଙ୍କର ସବୁ କଥା ! ଏପରିକି ଶୋଇଥିଲେ ବି ଆକ୍ଟିଭ ରହୁଛି ମାଇକ୍ରୋଫୋନ୍‌ । ଆପଣ ଫୋନ୍‌ ବ୍ୟବହାର କରୁନଥିଲେ ବି ବ୍ୟାକ୍‌ଗ୍ରାଉଣ୍ଡରେ ରେକର୍ଡ ହେଉଛି ଶବ୍ଦ । ଏ ସଂପର୍କରେ ଟ୍ବିଟରର ଜଣେ ପଦାଧିକାରୀ କରିଛନ୍ତି ବଡ଼ ଖୁଲାସା ।

ହ୍ବାଟ୍‌ସ ଆପ୍‌  ସ୍କାମ ଅଭିଯୋଗ କିଏ କରିଛନ୍ତି ? 

ଟ୍ବିଟରର ଇଂଜିନିୟରିଂ ଡାଇରେକ୍ଟର ଫୋଦ୍‌ ଡାବିରି ଅଭିଯୋଗ କରିଛନ୍ତି, ସେ ଶୋଇଥିବା ବେଳେ ତାଙ୍କ ଅଡିଓ ରେକର୍ଡ ହୋଇଛି । ଏ ନେଇ ସ୍କ୍ରିନ ସଟ୍‌ ଶେୟାର ବି କରିଛନ୍ତି । ଯାହାକୁ ଟ୍ବିଟର୍‌ (twitter) ମାଲିକ ଏଲନ୍‌ ମସ୍କ (Elon Musk) ସହ ଶେୟାର କରିବା ପରେ ଏ ଖବର ଭାଇରାଲ ହୋଇଛି ।  । ଏହା ବ୍ୟକ୍ତିଗତ ଗୋପନୀୟତାର ସାଂଘାତିକ ଉଲ୍ଲଂଘନ ଅଭିଯୋଗ ବୋଲି ସେ କେନ୍ଦ୍ର ଟେଲିକମ୍‌ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଜଣାଇଛନ୍ତି ।



କଣ କହୁଛନ୍ତି କେନ୍ଦ୍ର ସରକାର ଓ ମେଟା ଅଧିକାରୀ ?

ହ୍ବାଟ୍‌ସ ଆପ୍‌ ମାଇକ୍ରୋଫୋନ୍‌ରେ ସବୁ ରେକର୍ଡ ହେଉଥିବା ନେଇ ଚାରିଆଡ଼େ ଚର୍ଚ୍ଚା ପରେ କେନ୍ଦ୍ର IT ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରତିକ୍ରିୟା ଦେଇଛନ୍ତି । ସେ ଟୁଇଟ୍‌ କରି କହିଛନ୍ତି, ଯଦି ଗୋପନୀୟତା ନୀତିର ଉଲ୍ଲଂଘନ ହେଉଛି ଏହା କେବେ ବି ଗ୍ରହଣନୀୟ ନୁହଁ । ସରକାର ଅଭିଯୋଗର ତଦନ୍ତ କରିବେ ବୋଲି ଜଣାପଡ଼ିଛି । ଅନ୍ୟପଟେ ହ୍ବାଟ୍‌ସଆପ୍‌ କର୍ତ୍ତୃପକ୍ଷ କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ହ୍ବାଟ୍‌ସଆପ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା କହିଛି ‘ହୁଏତ ଏହା ଏକ ବଗ୍‌ ହୋଇଥାଇପାରେ’ । ଏ ସମସ୍ୟାର ‘ସମାଧାନ ଲାଗି ଗୁଗୁଲର ସହାୟତା ନିଆଯାଛି’ ।

ହ୍ବାଟ୍‌ସଆପ ବିରୋଧରେ ଆହୁରି ଅଭିଯୋଗ ରହିଛି ?

ହ୍ବାଟ୍‌ସଆପ୍‌କୁ ନେଇ ଆଉ ଏକ ବଡ଼ ଅଭିଯୋଗ଼ ମଧ୍ୟ ଆସିଛି । ତାହା ହେଉଛି, ହ୍ବାଟ୍‌ସଆପ୍‌ରେ ବାରମ୍ବାର ଆସୁଛି ସ୍ପାମ୍‌ କଲ୍‌ । ଖାସ୍‌ କରି ଗତକିଛି ଦିନ ଧରି ବଢ଼ିଛି ସ୍ପାମ୍‌ କଲ୍‌ ସଂଖ୍ୟା । ଅଧିକାଂଶ କଲ୍‌ ଆସୁଛି ଆଫ୍ରିକୀୟ ଦେଶରୁ । ଅଜଣା ବ୍ୟକ୍ତିଙ୍କଠାରୁ ବି ଆସୁଛି ଫେକ୍‌ ମେସେଜ । ଆଉ ତାଠାରୁ ସାଂଘାତିକ କଥା ହେଉଛି, ହ୍ବାଟ୍‌ସଆପ୍‌ରେ ବି ବଢ଼ି ବଢ଼ି ଚାଲିଛି ନ୍ୟୁଡ୍‌ କଲ୍‌ ସଂଖ୍ୟା । ନ୍ୟୁଡ୍‌ କଲ୍‌କୁ ନେଇ ବ୍ଲାକ୍‌ମେଲିଂ ସଂଖ୍ୟା ବି ବଢୁଛି । ଏହାର ସମାଧାନ ପାଇଁ ବି ଆଗକୁ ହ୍ବାଟ୍‌ସଅପ ଟ୍ରୁ କଲର୍‌ (truecaller) ସହିତ ମିଶି କିଛି ନୂଆ ସିଷ୍ଟମ ବାହାର କରିବ ବୋଲି ଚର୍ଚ୍ଚା ହେଉଛି ।   ...

ପଢନ୍ତୁ ଏ ଖବର

ଦରକାର ପଡ଼ିବନି ଫିନାଇଲ; ଗୋଟେ କୋଲା ରସୁଣରେ ଚମକିବ ଟଏଲେଟ!
Published by:nihar panda
First published: