ଏବେ ଯେତେ ସମୟ କ୍ରିକେଟ୍ ଦେଖିଲେ ବି ସରିବନି ଡାଟା ! ନୂଆ ପ୍ଲାନ୍ ଭେଟି ଦେଲା ଜିଓ

ଜିଓ ଗ୍ରାହକଙ୍କ ପାଇଁ କ୍ରିକେଟ ଭେଟି, ଘରେ ବସି ନନ୍-ଷ୍ଟପ ଦେଖନ୍ତୁ କ୍ରିକେଟ ଲାଇଭ, ଯେତେ ଦେଖିଲେ ବି ସରିବନି ଡାଟା ।

ଏବେ ଯେତେ ସମୟ କ୍ରିକେଟ୍ ଦେଖିଲେବି ସରିବନି ଡାଟା ! ନୂଆ ପ୍ଲାନ୍ ଭେଟି ଦେଲା ଜିଓ

ଏବେ ଯେତେ ସମୟ କ୍ରିକେଟ୍ ଦେଖିଲେବି ସରିବନି ଡାଟା ! ନୂଆ ପ୍ଲାନ୍ ଭେଟି ଦେଲା ଜିଓ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ରିଲାଏନ୍ସ ଜିଓ (reliance jio) ନିଜ ଗ୍ରାହକଙ୍କ ପାଇଁ ଗୋଟିଏରୁ ବଳି ଗୋଟିଏ ଭଲ ପ୍ଲାନ୍ ଭେଟି ଦେଇଥାଏ। ବର୍ତ୍ତମାନ କମ୍ପାନୀ ପୁଣି ଏକ ବଡ ଉପହାର ଦେଇଛି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ipl) ଅବସରରେ କମ୍ପାନୀ ଗ୍ରାହକଙ୍କୁ ଖୁସି କରିଛି। ଏହି ଅଫର ସହିତ ଗ୍ରାହକମାନେ ବିନା ଅସୁବିଧାରେ କ୍ରିକେଟ୍ ମ୍ୟାଚ୍ (cricket match) ଉପଭୋଗ କରିପାରିବେ । ଜିଓର ଅଫିସିଆଲ୍ ୱେବସାଇଟରେ ଏହା ଦେଖିବାକୁ ମିଳିଛି ଯେ, କମ୍ପାନୀର ତିନୋଟି ପ୍ଲାନରେ ' ନୂଆ କ୍ରିକେଟ୍ ପ୍ଲାନ୍' (new cricket plan) ବୋଲି ଲେଖାଯାଇଛି ।

ଏହି ଯୋଜନା ଗୁଡିକରେ ୟୁଜରଙ୍କୁ ପ୍ରତିଦିନ ୩ ଜିବି ଡାଟା ମିଳିବ । ପ୍ଲାନ୍ ସହିତ ରିଚାର୍ଜରେ ୧୫୦ ଜିବି ପର୍ଯ୍ୟନ୍ତ କ୍ରିକେଟ୍ (cricket) ଆଡ୍-ଅନ୍ କ୍ରୟ କରିପାରିବେ । କମ୍ପାନୀର ଏହି ପ୍ଲାନର ମୂଲ୍ୟ (price) ହେଉଛି ୨୧୯, ୩୯୯ ଟଙ୍କା ଓ ୯୯୯ ଟଙ୍କା । ଏହି ଅଫର ଅନୁଯାୟୀ ଗ୍ରାହକମାନେ ପ୍ରତିଦିନ ୩ ଜିବି ଡାଟା (data) ପାଇବେ।

କମ୍ପାନୀର ଏହି ଶସ୍ତା ୩ GB ଡାଟା ପ୍ଲାନର ମୂଲ୍ୟ ୨୧୯ ଟଙ୍କା, ଓ ଏହା ୧୪ ଦିନର ବୈଧତା ସହିତ ମିଳିବ । ଏହା ବ୍ୟତୀତ କମ୍ପାନୀର ୩୯୯ ଟଙ୍କା ଯୋଜନାର ବୈଧତା ୨୮ ଦିନ ଅଟେ । ଏଥି ସହିତ ସବୁଠାରୁ ମହଙ୍ଗା ପ୍ଲାନର ମୂଲ୍ୟ ହେଉଛି ୯୯୯ ଟଙ୍କା, ଯାହାର ବୈଧତା ୮୪ ଦିନ।

୯୯୯ ଟଙ୍କା ଏହି ପ୍ଲାନରେ ଦିନକୁ ୩ ଜିବି ଡାଟା ସହିତ ୨୪୧ ଟଙ୍କା ମାଗଣା ଭାଉଚର ମଧ୍ୟ ଦିଆଯାଉଛି । ଏହା ବ୍ୟତୀତ ଜିଓ ୩୯୯ ଟଙ୍କା ପ୍ଲାନରେ ପ୍ରତିଦିନ ୩ ଜିବି ଅଫର (offer) ସହିତ ୬୧ ଟଙ୍କା ମାଗଣା ଭାଉଚର ପ୍ରଦାନ କରୁଛି । ସେହିପରି ୨୧୯ ଟଙ୍କା ପ୍ଲାନରେ ଦିନକୁ ୩ GB ଡାଟା ସହ ୨୫ ଟଙ୍କା ମାଗଣା ଭାଉଚର (voucher) ରହିଛି ।

ଜିଓ କ୍ରିକେଟ୍ ପ୍ୟାକରେ (jio cricket pack) ଏକ ଡାଟା ଆଡ-ଅନ ଅଫର ମଧ୍ୟ ଦେଉଛି । କମ୍ପାନୀର ଡାଟା ଆଡ୍-ଅନର ପ୍ରାରମ୍ଭିକ ମୂଲ୍ୟ ହେଉଛି ୨୨୨ ଟଙ୍କା, ଯେଉଁଥିରେ ୫୦ ଜିବି ଡାଟା ମିଳିବ । ଏହା ବ୍ୟତୀତ ୪୪୪ ଟଙ୍କା ପ୍ଲାନରେ ୧୦୦ ଜିବି ଡାଟା ଓ ୬୬୭ ଟଙ୍କା ପ୍ଲାନରେ ୧୫୦ ଜିବି ଡାଟା ମିଳୁଛି ।

ଏହି ଖବର ପଢ଼ନ୍ତୁ -  ବିଶ୍ୱ ଦେଖିବ ଲଉଡି ଖେଳର କମାଲ୍: ପ୍ରତି ଜିଲ୍ଲାରେ ଲଉଡି ମହୋତ୍ସବ ପାଇଁ ବ୍ଲୁ ପ୍ରିଣ୍ଟ୍
Published by:Soubhagya Mishra
First published: