ଭାରତୀୟ ସେନାରେ ସାମିଲ ହେବ ପ୍ରଳୟ କ୍ଷେପଣାସ୍ତ୍ର; ଚୀନ୍ ସୀମାରେ କରାଯିବ ନିୟୋଜିତ

ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ସୈନ୍ୟବାହିନୀ LACରେ ପ୍ରଳୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭାରତୀୟ ସେନାରେ ସାମିଲ ହେବ ପ୍ରଳୟ କ୍ଷେପଣାସ୍ତ୍ର; ଚୀନ୍ ସୀମାରେ କରାଯିବ ନିୟୋଜିତ

ଭାରତୀୟ ସେନାରେ ସାମିଲ ହେବ ପ୍ରଳୟ କ୍ଷେପଣାସ୍ତ୍ର; ଚୀନ୍ ସୀମାରେ କରାଯିବ ନିୟୋଜିତ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ପ୍ରଥମ ଥର ପାଇଁ ଭାରତୀୟ ସେନା ଟ୍ୟାକ୍ଟୀକାଲ ଅପରେସନ ପାଇଁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି । ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ସୈନ୍ୟବାହିନୀ LACରେ ପ୍ରଳୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭାରତୀୟ ସେନାର ଏହି ନିଷ୍ପତ୍ତି ଚୀନ୍ ସେନାରେ ଭୟ ସୃଷ୍ଟି କରିବ। ପ୍ରଳୟ କ୍ଷେପଣାସ୍ତ୍ର ୧୫୦ ରୁ ୫୦୦୦ କିଲୋମିଟର ମଧ୍ୟରେ ଚୀନ୍ ସେନାର ଯେକୌଣସି ଲକ୍ଷ୍ୟକୁ ଭେଦ କରି ନଷ୍ଟ କରିପାରିବ । ଭାରତର ତିନି ସୈନ୍ୟ ବାହିନୀ ବର୍ତ୍ତମାନ ଏକ ରକେଟ୍ ଫୋର୍ସ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି । ଖୁବ୍ ଶୀଘ୍ର ପ୍ରଳୟ କ୍ଷେପଣାସ୍ତ୍ର ନିୟୋଜନ କରାଯିବ। ଉଚ୍ଚ ପଦସ୍ଥ ପ୍ରତିରକ୍ଷା ଅଧିକାରୀ ଏନେଇ ଇଣ୍ଡିଆ ଟୁଡେକୁ ସୂଚନା ଦେଇଛନ୍ତି ।

ନିକଟରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର କହିଥିଲେ ଯେ, ସ୍ୱର୍ଗତ ଜେନେରାଲ ବିପିନ ରାୱତ ଏକ ରକେଟ ଫୋର୍ସ ନିର୍ମାଣରେ କାମ କରୁଥିଲେ । ଯାହା ଫଳରେ ସୀମାରେ ଶତ୍ରୁକୁ ମୁକାବିଲା କରାଯାଇପାରିବ । ପ୍ରଳୟ କ୍ଷେପଣାସ୍ତ୍ରରେ ଏକ ଷ୍ଟ୍ରଙ୍ଗ ପ୍ରୋପେଲାଣ୍ଟ ରକେଟ୍ ମୋଟର ଅଛି । ଏହା ସହିତ ନୂତନ ଟେକ୍ନୋଲୋଜି ମଧ୍ୟ । ଏହି କ୍ଷେପଣାସ୍ତ୍ରର ଗାଇଡ୍ ସିଷ୍ଟମରେ ଅତ୍ୟାଧୁନିକ ନାଭିଗେସନ୍ ଏବଂ ଇଣ୍ଟିଗ୍ରେଟେଡ୍ ଆଭିଏନିକ୍ସ ଅଛି । ପ୍ରଳୟ ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରି ପାରୁଥିବା କ୍ୱାସୀ କ୍ଷେପଣାସ୍ତ୍ର ।

ଏପରିକି ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ମଧ୍ୟ ପ୍ରଳୟ କ୍ଷେପଣାସ୍ତ୍ରର ଆକ୍ରମଣର ସାମ୍ନା କରି ପାରିବ ନାହିଁ । ଏହା ନିଜସ୍ୱ ପଥ ପରିବର୍ତ୍ତନ କରିବାକୁ ମଧ୍ୟ ସକ୍ଷମ ଅଟେ । କିନ୍ତୁ କେବଳ ବାୟୁରେ କିଛି ପରିସର ପର୍ଯ୍ୟନ୍ତ । ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି ଯେ ପ୍ରଳୟ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ହେଲେ ଭାରତୀୟ ସେନା ବହୁ ଶକ୍ତିଶାଳୀ ହେବ । ଉଚ୍ଚରୁ ଚାଇନାର ଟାର୍ଗେଟ ଉପରେ ଆକ୍ରମଣ କରିବା ସହଜ ହେବ ।

ପ୍ରଥମ ଥର ପାଇଁ ଭାରତୀୟ ସେନା ଟ୍ୟାକ୍ଟୀକାଲ ଅପରେସନ ପାଇଁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି । ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ସୈନ୍ୟବାହିନୀ LACରେ ପ୍ରଳୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭାରତୀୟ ସେନାର ଏହି ନିଷ୍ପତ୍ତି ଚୀନ୍ ସେନାରେ ଭୟ ସୃଷ୍ଟି କରିବ। ପ୍ରଳୟ କ୍ଷେପଣାସ୍ତ୍ର ୧୫୦ ରୁ ୫୦୦୦ କିଲୋମିଟର ମଧ୍ୟରେ ଚୀନ୍ ସେନାର ଯେକୌଣସି ଲକ୍ଷ୍ୟକୁ ଭେଦ କରି ନଷ୍ଟ କରିପାରିବ । ଭାରତର ତିନି ସୈନ୍ୟ ବାହିନୀ ବର୍ତ୍ତମାନ ଏକ ରକେଟ୍ ଫୋର୍ସ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି । ଖୁବ୍ ଶୀଘ୍ର ପ୍ରଳୟ କ୍ଷେପଣାସ୍ତ୍ର ନିୟୋଜନ କରାଯିବ। ଉଚ୍ଚ ପଦସ୍ଥ ପ୍ରତିରକ୍ଷା ଅଧିକାରୀ ଏନେଇ ଇଣ୍ଡିଆ ଟୁଡେକୁ ସୂଚନା ଦେଇଛନ୍ତି ।

ନିକଟରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର କହିଥିଲେ ଯେ, ସ୍ୱର୍ଗତ ଜେନେରାଲ ବିପିନ ରାୱତ ଏକ ରକେଟ ଫୋର୍ସ ନିର୍ମାଣରେ କାମ କରୁଥିଲେ । ଯାହା ଫଳରେ ସୀମାରେ ଶତ୍ରୁକୁ ମୁକାବିଲା କରାଯାଇପାରିବ । ପ୍ରଳୟ କ୍ଷେପଣାସ୍ତ୍ରରେ ଏକ ଷ୍ଟ୍ରଙ୍ଗ ପ୍ରୋପେଲାଣ୍ଟ ରକେଟ୍ ମୋଟର ଅଛି । ଏହା ସହିତ ନୂତନ ଟେକ୍ନୋଲୋଜି ମଧ୍ୟ । ଏହି କ୍ଷେପଣାସ୍ତ୍ରର ଗାଇଡ୍ ସିଷ୍ଟମରେ ଅତ୍ୟାଧୁନିକ ନାଭିଗେସନ୍ ଏବଂ ଇଣ୍ଟିଗ୍ରେଟେଡ୍ ଆଭିଏନିକ୍ସ ଅଛି । ପ୍ରଳୟ ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରି ପାରୁଥିବା କ୍ୱାସୀ କ୍ଷେପଣାସ୍ତ୍ର ।

ଏପରିକି ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ମଧ୍ୟ ପ୍ରଳୟ କ୍ଷେପଣାସ୍ତ୍ରର ଆକ୍ରମଣର ସାମ୍ନା କରି ପାରିବ ନାହିଁ । ଏହା ନିଜସ୍ୱ ପଥ ପରିବର୍ତ୍ତନ କରିବାକୁ ମଧ୍ୟ ସକ୍ଷମ ଅଟେ । କିନ୍ତୁ କେବଳ ବାୟୁରେ କିଛି ପରିସର ପର୍ଯ୍ୟନ୍ତ । ପ୍ରତିରକ୍ଷା ସୂତ୍ରରୁ ଜଣାପଡିଛି ଯେ ପ୍ରଳୟ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ହେଲେ ଭାରତୀୟ ସେନା ବହୁ ଶକ୍ତିଶାଳୀ ହେବ । ଉଚ୍ଚରୁ ଚାଇନାର ଟାର୍ଗେଟ ଉପରେ ଆକ୍ରମଣ କରିବା ସହଜ ହେବ ।
Published by:Soubhagya Mishra
First published: