News 18 Odia Digital
ନୂଆଦିଲ୍ଲୀ: ନିର୍ଗମନକୁ ହ୍ରାସ କରିବା ତଥା ତୈଳ ଆମଦାନୀ ତଥା ବାୟୁ ପ୍ରଦୂଷଣର ପ୍ରତିକୂଳ ପ୍ରଭାବକୁ ମୁକାବିଲା କରିବା ପାଇଁ ବିଶ୍ୱ ପ୍ରତି ଭାରତର ପ୍ରତିବଦ୍ଧତାକୁ ପାଳନ କରିବା ନିମନ୍ତେ ସରକାର ଦେଶକୁ ଇଲେକ୍ଟ୍ରିକ ଯାନ (EV)କୁ ପରିବର୍ତ୍ତନ କରିବାକୁ ଦୃଷ୍ଟି ନିବଦ୍ଧ କରିଥିବା ଯୋଗୁଁ ଭାରତ ଗମନାଗମନ କ୍ଷେତ୍ରରେ ଏକ ବିପ୍ଳବର ଦ୍ୱାର ଦେଶରେ ପହଞ୍ଚିଛି । 2015 ରେ ପ୍ୟାରିସ୍ ଚୁକ୍ତିର ଏକ ଅଂଶ ଭାବରେ, 2030 ସୁଦ୍ଧା ଭାରତ ମୋଟ ଘରୋଇ ଉତ୍ପାଦ ପାଇଁ ଏହାର ନିର୍ଗମନ ତୀବ୍ରତାକୁ ହ୍ରାସ କରି ତାହାକୁ (ୟୁନିଟ୍ GDP ପ୍ରତି GHG ନିର୍ଗମନ) 2005 ସ୍ତର ତୁଳନାରେ 33% - 35% କମ୍ କରିବାକୁ ପ୍ରତିଶ୍ରୁତି ଦେଇଛି। EVକୁ ଗ୍ରହଣ କରିବା ଏହି କାହାଣୀର ଏକ ବଡ଼ ଅଂଶ।
2021 ରୁ 2030 ମଧ୍ୟରେ କମ୍ପାଉଣ୍ଡେଡ ବାର୍ଷିକ ଅଭିବୃଦ୍ଧି ହାର (CAGR) 49% ହେବ ବୋଲି ଆଶା କରାଯିବା ସହ ଭାରତୀୟ EV ବଜାର ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ଅଛି ଏବଂ 2030 ସୁଦ୍ଧା ବାର୍ଷିକ ବିକ୍ରି 17 ମିଲିୟନ୍ ୟୁନିଟ୍ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଉଚ୍ଚାଭିଳାଷୀ ହୋଇଥିଲେ ମଧ୍ୟ ଏହି ଲକ୍ଷ୍ୟଗୁଡିକ ଯେତେ ଦେଖାଯାଏ ସେତେ ଅସମ୍ଭବ ନୁହେଁ: ହ୍ରାସ ହେଉଥିବା ବ୍ୟାଟେରୀ ମୂଲ୍ୟ ଏବଂ ଅନୁକୂଳ ଅର୍ଥନୀତି, ଗ୍ରାହକଙ୍କ ପାଇଁ EVଗୁଡ଼ିକୁ ଏକ ଆକର୍ଷଣୀୟ ବିକଳ୍ପ କରିଥାଏ। EVଗୁଡ଼ିକୁ ରକ୍ଷଣାବେକ୍ଷଣ କରିବା ମଧ୍ୟ ସହଜ - 50% ଶସ୍ତା, କାରଣ ସେଗୁଡ଼ିକ ଭିତରେ ଡିଜେଲ କିମ୍ବା ପେଟ୍ରୋଲ ଯାନ ପରି ଅପରିଷ୍କାର ଆଭ୍ୟନ୍ତରୀଣ ଅଂଶ ନାହିଁ। ବାସ୍ତବରେ, ପାଞ୍ଚ ବର୍ଷର ମୋଟ ମାଲିକାନା ମୂଲ୍ୟ (TCO), ଅନ୍ୟ ଯାନଠାରୁ ଅଧିକ ଭଲ ନହେଲେ ମଧ୍ୟ ତୁଳନାତ୍ମକ ଅଟେ।
ଅଧିକନ୍ତୁ, ରେଞ୍ଜ୍ ଉତ୍କଣ୍ଠା, ଯାହା ଏକଦା ଏକ ପ୍ରମୁଖ ଚିନ୍ତା ଥିଲା, ଭାରତରେ ଚାର୍ଜିଂ ଷ୍ଟେସନ୍ ସଂଖ୍ୟା ବହୁତ ବୃଦ୍ଧି ହୋଇଥିବା ଯୋଗୁଁ ତାହା ବହୁତ ଶୀଘ୍ର ଅତୀତର ଏକ ସମସ୍ୟା ହେବାକୁ ଯାଉଛି। ସରକାର ଏଥିପାଇଁ ଏକ ତୀବ୍ର ଗତି ସ୍ଥିର କରିଛନ୍ତି: ସମୁଦାୟ ଚାର୍ଜିଂ ଷ୍ଟେସନ ସଂଖ୍ୟା FY22ରେ ବର୍ଷ-ପରେ-ବର୍ଷ 285% ବୃଦ୍ଧି ପାଇଛି ଏବଂ FY26 ସୁଦ୍ଧା 4 ଲକ୍ଷ ଚାର୍ଜିଂ ଷ୍ଟେସନରେ ପହଞ୍ଚିବାକୁ ସ୍ଥିର ହୋଇଛି। ଗ୍ରହଣଯୋଗ୍ୟତା ବଢ଼ିବା ସହିତ ଏହା ଏକ ନୀତିଗତ ଚକ୍ରକୁ ଗତି ଦେବ ବୋଲି ଆଶା କରାଯାଏ ଯାହା ଅଧିକ EV ଭିତ୍ତିଭୂମି ସୃଷ୍ଟି କରିବ, ଯାହା ଅଧିକ EV ଗ୍ରହଣକୁ ସହଜ କରିବ, ଯାହା ଆହୁରି ଅଧିକ ଭିତ୍ତିଭୂମି ସୃଷ୍ଟି କରିବ!
ଜୁଲାଇ 31, 2021 ସୁଦ୍ଧା, ଭାରତରେ 380ଟି EV ନିର୍ମାତା ଥିଲେ ଏବଂ ଲ୍ୟାଣ୍ଡସ୍କେପରେ EVଗୁଡ଼ିକୁ ଅଧିକ ଗ୍ରହଣ କରାଯିବା ସହିତ ଏହି ସଂଖ୍ୟା କେବଳ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସରକାର FAME ଯୋଜନାର ଫେଜ-IIକୁ ମଧ୍ୟ ଅନୁମୋଦନ ଦେଇଛନ୍ତି, ଯେଉଁଥିପାଇଁ ବଜେଟରେ ଟ.10,000 କୋଟି, ଏପ୍ରିଲ 2019ରୁ ଆରମ୍ଭ କରି 3 ବର୍ଷର ଅବଧି ମଧ୍ୟରେ ବ୍ୟୟ କରାଯିବ ବୋଲି ସ୍ଥିର ହୋଇଛି। ଏଠାରେ ରୁଚିକର ବିଷୟ ହେଉଛି, ପାଣ୍ଠିର 86% ଅଂଶ 7000 ଇ-ବସ୍, 5 ଲକ୍ଷ ଇ-3 ଚକିଆ ଯାନ, 55000 ଇ-4 ଚକିଆ ପାସେଞ୍ଜର କାର୍ (ଷ୍ଟ୍ରଙ୍ଗ ହାଇବ୍ରିଡ୍ ସମେତ) ଏବଂ 10 ଲକ୍ଷ ଇ-2 ଚକିଆ ଯାନକୁ ସମର୍ଥନ କରି ଚାହିଦା ବୃଦ୍ଧିକୁ ଉତ୍ସାହିତ କରିବା ପାଇଁ ଚାହିଦା ପ୍ରୋତ୍ସାହନ ଦେବା ନିମନ୍ତେ ଆବଣ୍ଟନ କରାଯାଇଛି।
ଯାନବାହାନର ମାଲିକାନା ବ୍ୟତୀତ, ଭାରତରେ ଇ-ମୋବିଲିଟି ବ୍ୟବସାୟଗୁଡ଼ିକ ଗ୍ରାହକଙ୍କୁ ମୂଲ୍ୟବାନ ସେବା ଯୋଗାଇବା ପାଇଁ EV ବ୍ୟବହାର କରୁଥିବା ବ୍ୟବସାୟ ମଡେଲ ଉପରେ ଧ୍ୟାନ ଦେଇପାରେ। ଇଲେକ୍ଟ୍ରିକ ସ୍କୁଟର ଏବଂ ବାଇକ୍ ପରି ମାଇକ୍ରୋ ମୋବିଲିଟି ସେବାଗୁଡ଼ିକ ବର୍ତ୍ତମାନ ସହରାଞ୍ଚଳରେ ସ୍ୱଳ୍ପ ଦୂରତାର ଯାତ୍ରା ପାଇଁ ପରିବହନର ଏକ ଲୋକପ୍ରିୟ ଉପାୟ ହୋଇଛି। ପେଟ୍ରୋଲ ଯାନ ଅପେକ୍ଷା ଏଗୁଡ଼ିକ କେବଳ ଅଧିକ ସଷ୍ଟେନେବୁଲ ନୁହେଁ, ଇନ୍ଧନ ଏବଂ ରକ୍ଷଣାବେକ୍ଷଣ ମୂଲ୍ୟକୁ ଦେଖିଲେ ମଧ୍ୟ ଏହା ଅଧିକ ଶସ୍ତା ଅଟେ।
ଅନ୍ୟ ଯେଉଁ କ୍ଷେତ୍ରରେ EVଗୁଡ଼ିକ ଏକ ଦୃଷ୍ଟାନ୍ତମୂଳକ ପାର୍ଥକ୍ୟ ଆଣିପାରେ, ତାହା ହେଉଛି ରାଇଡ୍ ହେଲିଂ ଉଦ୍ୟୋଗ। କାର୍ବନ ନିର୍ଗମନ ହ୍ରାସ କରିବା ଏବଂ ଇନ୍ଧନ ମୂଲ୍ୟ ହ୍ରାସ କରିବା ପାଇଁ ଇଲେକ୍ଟ୍ରିକ୍ କ୍ୟାବର ନିୟୋଜନ ହେଉଛି ଏକ ଯୁକ୍ତିଯୁକ୍ତ ପଦକ୍ଷେପ। କାର୍-ସେୟାରିଂ ସେବାଗୁଡିକ ମଧ୍ୟ EVଗୁଡ଼ିକର ବ୍ୟବହାରରୁ ଲାଭବାନ ହୋଇପାରେ, କାରଣ ସେଗୁଡ଼ିକ ଅଧିକ ପରିବେଶ ଅନୁକୂଳ ପରିବହନ ମୋଡ୍ ପ୍ରଦାନ କରୁଥିବାବେଳେ ମାଲିକାନା ମୂଲ୍ୟ ମଧ୍ୟ ହ୍ରାସ କରେ। କାର୍ ସବସ୍କ୍ରିପସନ୍ ସେବା, ଯାହା ଗ୍ରାହକମାନଙ୍କୁ ମାସିକ ଆଧାରରେ ଯାନବାହାନର ଏକ ଫ୍ଲିଟକୁ ଆକ୍ସେସ କରିବାର ଅନୁମତି ଦେଇଥାଏ, ତାହା ଏକ ସଷ୍ଟେନେବୁଲ ଏବଂ ଶସ୍ତା ବିକଳ୍ପ ପ୍ରଦାନ କରିବାକୁ EVଗୁଡ଼ିକର ଲାଭ ମଧ୍ୟ ନେଇପାରେ। ଶେଷରେ, ଭାରତ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଇ-ରୋମିଂ ସେବାଗୁଡ଼ିକ ଏକ ଅସୁବିଧା-ମୁକ୍ତ ପରିବହନ ମୋଡ ପ୍ରଦାନ କରେ, ଯାହା ସେମାନଙ୍କୁ ଏକ ପରିବେଶ ଅନୁକୂଳ ଉପାୟରେ ଦେଶକୁ ବୁଲି ଦେଖିବାକୁ ଦେଇଥାଏ।
EV ପ୍ରତି ଆଗ୍ରହ ବଢ଼ିଥିବାବେଳେ, ଆକର୍ଷଣୀୟ ପ୍ରୋତ୍ସାହନଗୁଡ଼ିକ ମାଧ୍ୟମରେ GOI ଗ୍ରାହକଙ୍କ ପାଇଁ EV କିଣିବା ଅଧିକ ସହଜ କରୁଛି। ଏଗୁଡିକ ଅନେକ ପ୍ରକାରର ହୋଇଥାଏ: କ୍ରୟ ପ୍ରୋତ୍ସାହନଗୁଡ଼ିକ ପ୍ରାୟତଃ EVଗୁଡ଼ିକର ମୂଲ୍ୟରେ ସିଧାସଳଖ ରିହାତିକୁ ଅନ୍ତର୍ଭୁକ୍ତ କରିଥାଏ, ଯେତେବେଳେ କି କୁପନଗୁଡ଼ିକ ଏପରି ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥାଏ ଯାହା ପରେ ଫେରସ୍ତ କରାଯାଇପାରିବ। ସୁଧ ସବଭେନସନଗୁଡ଼ିକ ସୁଧ ହାରରେ ରିହାତି ଆକାରରେ ମିଳେ, ଯାହା ଋଣକୁ ଶସ୍ତା କରିଥାଏ। ପଞ୍ଜୀକରଣ ଶୁଳ୍କ ଛାଡ ଏବଂ ସେପରି ସଡକ ଟିକସ ଛାଡ ଅନ୍ୟ ଏକ ଖର୍ଚ୍ଚ ଆଇଟମକୁ ସମ୍ପୁର୍ଣ୍ଣ ଭାବରେ ଉଚ୍ଛେଦ କରିଥାଏ।
GOI କେବଳ ଆୟକର ସୁବିଧା ପ୍ରଦାନ କରେ ନାହିଁ, ସ୍କ୍ରାପ୍ ପ୍ରୋତ୍ସାହନ ମଧ୍ୟ ଦିଏ! ପେଟ୍ରୋଲ ଏବଂ ଡିଜେଲ ଯାନର ମାଲିକମାନଙ୍କୁ ଦିଆଯାଉଥିବା ଏହି ପ୍ରୋତ୍ସାହନ, ସେମାନଙ୍କର ପୁରୁଣା, ଜୈବ ଇନ୍ଧନ ବ୍ୟବହାର କରୁଥିବା ଯାନକୁ ଏକ ସ୍ୱଚ୍ଛ EV ପାଇଁ ପରିତ୍ୟକ୍ତ କରିବା ସହଜ କରିଥାଏ ଯାହା ପରିବେଶ ପାଇଁ ଉତ୍ତମ ଏବଂ ଖର୍ଚ୍ଚ ଦୃଷ୍ଟିରୁ ବହୁତ ଅନୁକୂଳ। ବାସ୍ତବରେ, ଆଜି ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ଥିବା ଏହି ସମସ୍ତ ସୁଧମୁକ୍ତ ଋଣ ଓ ସବସିଡି ଏବଂ ସ୍ୱତନ୍ତ୍ର ପ୍ରୋତ୍ସାହନ ସହିତ ଭାରତରେ ଏକ EV କିଣିବା ପାଇଁ ଏହାଠାରୁ ଭଲ ସମୟ କେବେ ଆସିନାହିଁ।
ତଥାପି, ଯେ କୌଣସି ନୂତନ ଜିନିଷକୁ ଗ୍ରହଣ କରିବା ପାଇଁ, ଗ୍ରାହକଙ୍କ ବିଶ୍ୱାସ ହେଉଛି ମୁଖ୍ୟ କଥା। ଗ୍ରାହକଙ୍କ ବିଶ୍ୱାସକୁ ବଢ଼ାଇବା ପାଇଁ, ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ୍ସ (BIS), ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି (CEA) ଏବଂ ଅଟୋମୋଟିଭ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ (ARAI) ମାଧ୍ୟମରେ NITI ଆୟୋଗ ମାନକଗୁଡ଼ିକର ଏକ ଢାଞ୍ଚା ତିଆରି କରିଛି। BIS ମାନକ ପାରସ୍ପରିକ କାର୍ଯ୍ୟଦକ୍ଷତାକୁ ସୁନିଶ୍ଚିତ କରେ ଏବଂ EV ଓ ତାହାର ଯନ୍ତ୍ରାଂଶଗୁଡ଼ିକ ପାଇଁ ବାଣିଜ୍ୟିକ ପ୍ରତିବନ୍ଧକକୁ କମ୍ କରିଥାଏ, ଯେତେବେଳେ କି CEA ମାନକ ବିଦ୍ୟୁତ୍ ଗ୍ରୀଡର ସୁରକ୍ଷାକୁ ସୁନିଶ୍ଚିତ କରେ। ଅନ୍ୟପକ୍ଷରେ, ଯାନ ଏବଂ ଏହାର ଯନ୍ତ୍ରାଂଶଗୁଡ଼ିକ ପାଇଁ ARAI ମାନକଗୁଡ଼ିକର ବିକାଶ କରେ।
ଏହା ସହିତ, EV ପାଇଁ ଚାର୍ଜିଂ ଭିତ୍ତିଭୂମି ନିମନ୍ତେ ଶକ୍ତି ମନ୍ତ୍ରଣାଳୟ ସଂଶୋଧିତ ଏକୀକୃତ ନିର୍ଦ୍ଦେଶାବଳୀ ଏବଂ ମାନକ ଜାରି କରିଛି। ଏହି ନିର୍ଦ୍ଦେଶାବଳୀଗୁଡିକ ଚାର୍ଜିଂ ଭିତ୍ତିଭୂମିର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରେ: ଘର ମାଲିକମାନେ ଘରେ ଏବଂ ଅଫିସରେ କିପରି ସେମାନଙ୍କର EVଗୁଡ଼ିକୁ ଚାର୍ଜ କରିପାରିବେ, ସଂଯୋଗ ପାଇଁ କିପରି ଆବେଦନ କରିବେ, ଏଠାରୁ ଆରମ୍ଭ କରି ସର୍ବସାଧାରଣ EV ଚାର୍ଜିଂ ଷ୍ଟେସନ୍ ବିଦ୍ୟୁତ ଯୋଗାଣ ପାଇଁ ଶୁଳ୍କ ପର୍ଯ୍ୟନ୍ତ। ଅଧିକନ୍ତୁ, ଏହି ନିର୍ଦ୍ଦେଶାବଳୀଗୁଡିକ ଏହି ଷ୍ଟେସନଗୁଡିକର ଅବସ୍ଥାନ ସାନ୍ଧ୍ରତା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଏ: 3 କିମି X 3 କିମି ଗ୍ରୀଡ୍ ପ୍ରତି ଅତି କମରେ ଗୋଟିଏ EV ଚାର୍ଜିଂ ଷ୍ଟେସନ୍ ଏବଂ ରାଜପଥ / ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତି 25 କିଲୋମିଟରରେ ଗୋଟିଏ EV ଚାର୍ଜିଂ ଷ୍ଟେସନ୍।
ଏହି ପ୍ରକାରର କାର୍ଯ୍ୟକ୍ରମଗୁଡିକ ସଫଳ ହେବା ପାଇଁ ଏବଂ EV ବିପ୍ଳବ ବୃଦ୍ଧି ପାଇବା ପାଇଁ, ଗୁଣବତ୍ତାର ଏକ ଦୃଢ଼ ମେରୁଦଣ୍ଡ ଆବଶ୍ୟକ। ଭାରତରେ, ଏହା କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ (QCI)) ସହିତ ସମକକ୍ଷ ଅଟେ, ଯାହା 1997 ମସିହାରୁ ନ୍ୟାସନାଲ ଆକ୍ରେଡିସନ୍ ବୋର୍ଡ ଫର୍ ସାର୍ଟିଫିକେସନ୍ ବଡିଜ (NABCB) ଅଧୀନରେ ଦିଆଯାଉଥିବା ସ୍ୱୀକୃତି ମାଧ୍ୟମରେ ଭାରତର ବ୍ୟବହାର ପାଇଁ ପ୍ରସ୍ତୁତ ଉତ୍ପାଦଗୁଡ଼ିକରେ ଗୁଣବତ୍ତା ଏବଂ ଅଖଣ୍ଡତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି।
EV ଇଣ୍ଡଷ୍ଟ୍ରିର ବିସ୍ତାର ହେବା ସହିତ, କୁଶଳ ଶ୍ରମଶକ୍ତି ପାଇଁ ମଧ୍ୟ ଚାହିଦା ବଢ଼ିବ ଏବଂ QCI ନ୍ୟାସନାଲ ଆକ୍ରେଡିସନ୍ ବୋର୍ଡ ଫର ଏଜୁକେସନ୍ ଆଣ୍ଡ ଟ୍ରେନିଂ (NABET), ଟ୍ରେନିଂ ଏବଂ କାପାସିଟି ବିଲଡିଂ ଡିଭିଜନ (TCB) ଏବଂ ଏକ ଅନଲାଇନ୍ ଶିକ୍ଷା ପୋର୍ଟାଲ୍ ଇକ୍ୱେଷ୍ଟ ପରି ତାଲିମ ଏବଂ ପ୍ରମାଣୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ପରବର୍ତ୍ତୀ ପିଢ଼ୀକୁ ପ୍ରସ୍ତୁତ କରୁଛି।
ଭାରତୀୟ ଅର୍ଥନୀତି ଆଗକୁ ବଢ଼ୁଛି, କିନ୍ତୁ ଏହି ଅଭିବୃଦ୍ଧି ସହିତ ନିର୍ଗମନ ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି ହେଉଛି। ଦୁର୍ଭାଗ୍ୟବଶତଃ ଭାରତ ଅସମାନ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମଧ୍ୟ ସମ୍ମୁଖୀନ ହେଉଛି, ଅର୍ଥାତ୍ ଅନ୍ୟ ବିକଶିତ ରାଷ୍ଟ୍ରମାନଙ୍କ ତୁଳନାରେ ଆମେ ଆମର ଅର୍ଥନୈତିକ ଲକ୍ଷ୍ୟ ହାସଲ କରିବା ପାଇଁ ପରିବେଶକୁ ବିଚାରକୁ ନେବା ଛାଡି ପାରିବୁ ନାହିଁ। ଉଭୟକୁ ସନ୍ତୁଳନ କରିବାର ଆବଶ୍ୟକତା ଅଛି।
ସ୍ୱାଧୀନ EV ଉତ୍ପାଦନ ଏବଂ ଗ୍ରହଣ ଉଭୟ ଅର୍ଥନୈତିକ ଏବଂ ପରିବେଶ ଲକ୍ଷ୍ୟ ପୂରଣ ପାଇଁ ଚାବିକାଠି ଅଟେ ଏବଂ ସରକାରଙ୍କ ପ୍ରୋତ୍ସାହନମୂଳକ ମାର୍ଗ, ଗୁଣବତ୍ତା, ନିରାପତ୍ତା ଏବଂ ଅଖଣ୍ଡତା ପାଇଁ QCI ମାନକ ସହିତ ଭାରତୀୟ EV ଇକୋସିଷ୍ଟମକୁ ସକାରାତ୍ମକ ପରିବର୍ତ୍ତନ ପାଇଁ ଏକ ଦୃଢ଼ ଶକ୍ତିରେ ପରିଣତ କରେ। ଏହା ବାସ୍ତବରେ କାର୍ଯ୍ୟତଃ ଗୁଣବତ୍ତାରୁ ଆତ୍ମନିର୍ଭରତା ଅଟେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।