ଶେଷ ହେଲା ୫ଜି ସ୍ପେକ୍ଟ୍ରମ ନିଲାମ ; ରିଲାଏନସ ଜିଓ ଏବଂ ଏୟାରଟେଲ୍ ମଧ୍ୟରେ କଡ଼ା ଟକ୍କର
News 18 Odia Digital
ନୂଆଦିଲ୍ଲୀ; ଶେଷ ହେଲା ୫ଜି ସ୍ପେକ୍ଟ୍ରମ ନିଲାମ । ୭ ଦିନ ଧରି ଚାଲିଥିବା ଏହି ନିଲାମରେ ରିଲାଏନସ ଜିଓ, ଏୟାରଟେଲ ସମେତ ଭୋଡ଼ାଫୋନ ଓ ଆଇଡିଆ ମଧ୍ୟ ଯୋଗ ଦେଇଥିଲେ । ଏଥିସହ ଆଦାନୀ ଡାଟା ନେଟୱାର୍କ ମଧ୍ୟ ନିଲାମ କାର୍ଯ୍ୟକ୍ରମରେ ସାମିଲ ଥିଲେ । ୫ ତାରିଖ ପୂର୍ବରୁ ମାତ୍ର ଗୋଟିଏ ସର୍କଲକୁ ଛାଡି ପ୍ରାୟ ବାକିସବୁ ନିଲାମ ହୋଇସାରିଥିଲା । ନିଲାମ ଖୁବ ପ୍ରତିଦ୍ୱନ୍ଦିତାମୂଳକ ହେବା ସହ ଏୟାରଟେଲ୍ ଓ ରିଲାଏନସ ଜିଓ ମଧ୍ୟରେ କଡା ଟକ୍କର ଚାଲିଥିଲା ।
୨୦ ବର୍ଷ ପାଇଁ ସମୁଦାୟ ୭୨ ଗିଗାହଜ ସ୍ପେକ୍ଟ୍ରମ ନିଲାମ ହୋଇଥିବାବେଳେ ସରକାରଙ୍କୁ ନିଲାମରୁ ୧,୫୦,୧୭୩ କୋଟି ଟଙ୍କା ମିଳିବ । ପନ୍ଦର ଦିନ ମଧ୍ୟରେ ଟେଲିକମ କମ୍ପାନୀ ଗୁଡ଼ିକ ମଧ୍ୟରେ ସ୍ପେକ୍ଟ୍ରମ ବଣ୍ଟନ କାର୍ଯ୍ୟ ସମାପ୍ତ ହେବ । ଚଳିତ ମାସରେ କିଛି କମ୍ପାନୀ ୫ଜି ସେବା ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।