News18 Odia Digital
Vida V1 Available on Flipkart: ଦୁଇ ଚକିଆ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପର ଦମଦାର ଫିଚର ସହିତ ସଜ୍ଜିତ ଇଲେକ୍ଟ୍ରିକ୍ ସ୍କୁଟର Vida V1 ବର୍ତ୍ତମାନ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ତାଲିକାଭୁକ୍ତ ହୋଇଛି।
ବର୍ତ୍ତମାନ ଗ୍ରାହକମାନେ ସପିଂ ସାଇଟରୁ ମଧ୍ୟ ଏହି ଇଲେକ୍ଟ୍ରିକ୍ ସ୍କୁଟର କିଣିପାରିବେ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଫ୍ଲିପକାର୍ଟ ଏହି ସ୍କୁଟରରେ କିଛି ଅତିରିକ୍ତ ରିହାତି ମଧ୍ୟ ପ୍ରଦାନ କରୁଛି।
Vida V1 ମୂଲ୍ୟହିରୋ VIda V1 ପ୍ଲସ୍ 3.44 kWhh ବ୍ୟାଟେରୀ ପ୍ୟାକ୍ ସହିତ ଆସିଥିବାବେଳେ V1 Pro ଏକ ବଡ଼ 3.94 kWh ୟୁନିଟ୍ ସହିତ ଆସିଛି। ଏହି ସ୍କୁଟର ଗୁଡ଼ିକ ଯଥାକ୍ରମେ ୧୪୩ କିଲୋମିଟର ଏବଂ ୧୬୫ କିଲୋମିଟର ପରିସର ପ୍ରଦାନ କରିବାକୁ ଦାବି କରୁଛି।
ଏହି ଉଭୟ ଇଲେକ୍ଟ୍ରିକ୍ ସ୍କୁଟରଗୁଡିକ ୬ କିଲୋୱାଟ (8 bhp) ଇଲେକ୍ଟ୍ରିକ୍ ମୋଟର ପାଇଥାଏ ଯାହାକି ୮୦ କିଲୋମିଟରର ସର୍ବୋଚ୍ଚ ଗତି ପ୍ରଦାନ କରୁଛି। Vida V1 ପ୍ଲସର ମୂଲ୍ୟ ୧.୪୫ ଲକ୍ଷ ଟଙ୍କା ଥିବାବେଳେ V1 ପ୍ରୋ ମୂଲ୍ୟ ୧.୫୯ ଲକ୍ଷ, ଏକ୍ସ-ସୋ’ରୁମ।
ପଢ଼ନ୍ତୁ ଏହି ଖବର: ୫୦୦ ଟଙ୍କାରେ ରାତାରାତି ବଦଳିଗଲା ଭାଗ୍ୟ; ରିକ୍ସା ବାଲାରୁ ହେଲେ କୋଟିପତିଅଫର୍ଗ୍ରାହକ ଯେଉଁମାନେ ହିରୋ Vida V1 ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପାଇଁ SBI କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ଼ ବ୍ୟବହାର କରନ୍ତି, ସେମାନେ ଅତିରିକ୍ତ ୧୦ ପ୍ରତିଶତ ତତକ୍ଷଣାତ୍ ରିହାତି ପାଇବେ। ଏହାର ଡିଜିଟାଲ ବିକ୍ରୟ ବୃଦ୍ଧି ପାଇଁ କମ୍ପାନୀ ଏହାର ଇ-କମର୍ସ ୱେବସାଇଟରେ ଇଲେକ୍ଟ୍ରିକ୍ ସ୍କୁଟର ରଖିବାକୁ ନିଷ୍ପତ୍ତି ନେଇଛି।
ପଢ଼ନ୍ତୁ ଏହି ଖବର: ସରକାର ଦେଲେ ଖୁସି ଖବର: ମିଳିଲା ଆଶ୍ବସ୍ତି; ମାତ୍ର ୧୦% ଟ୍ୟାକ୍ସ ଭରିବେ ଏହି ଲୋକହିରୋ Vida V1 ଏହି ସ୍କୁଟରଗୁଡିକ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛିହିରୋ Vida V1 ବଜାରରେ TVS iQube, Bajaj Chetak, Ola S1 Pro ଏବଂ Ather 450X ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।