News 18 Odia Digital
ନୂଆଦିଲ୍ଲୀ: ଗୁଗୁଲ ନିକଟରେ ନିଶ୍ଚିତ କରିଛି ଯେ, ମେ ୧୦ରେ ନିଜର ବାର୍ଷିକ I / O ବିକାଶକାରୀ ସମ୍ମିଳନୀ ଆୟୋଜନ କରିବ । ଗୁଗୁଲ୍ (google) ନିଜର ଲାଟେଷ୍ଟ୍ ବଜେଟ୍ ପିକ୍ସେଲ୍ ସହିତ ଆଗାମୀ ସଫ୍ଟୱେର୍ (software) ଓ ହାର୍ଡୱେର୍ ମଧ୍ୟ ଦେଇପାରେ । ଚଳିତ ବର୍ଷ ମଧ୍ୟ ଗୁଗୁଲକୁ ନେଇ ଅନେକ ଆଶା କରାଯାଉଛି । କୁହାଯାଉଛି ଯେ ଗୁଗୁଲ ନିଜର I/O ୨୦୨୩ ରେ ପିକ୍ସେଲ 7aର ଘୋଷଣା କରିପାରେ।
ବର୍ତ୍ତମାନ google pixel 7a ବିଷୟରେ କୌଣସି ସୂଚନା ଦେଇନାହିଁ । କିନ୍ତୁ ଏହା ବିଷୟରେ ଆସୁଥିବା ଗୁଜବରୁ ଏହାର ଅନେକ ଫିଚରକୁ ନେଇ ଖୁଲାସା ହୋଇସାରିଲାଣି । ଗ୍ୟାଜେଟସଡାଟାର ଟିପଷ୍ଟର ଦେବୟାନ୍ ରୟ ଟ୍ୱିଟରରେ ଆଗାମୀ ପିକ୍ସେଲ 7a ବିଷୟରେ ସୂଚନା ସେୟାର କରିଛନ୍ତି । ଏଭଳି ସ୍ଥିତିରେ ଆଇଫୋନ୍ (i phone) ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇପାରେ । ଗୁଗୁଲ୍ ପିକ୍ସେଲ୍ ହେଉଛି ଏକମାତ୍ର ଫୋନ୍ ଯିଏ ଆଇଫୋନକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି ।
ଚିପକୁ ନେଇ କୌଣସି ପରିବର୍ତ୍ତନ ହେବ ନାହିଁ !ଟିପଷ୍ଟର କହିଛନ୍ତି ଯେ, ପିକ୍ସେଲ 7a ରେ ଟେନସର G2 SoC ବ୍ୟବହାର କରାଯିବ । ଏହା ସେହି ଚିପ, ଯାହା ପିକ୍ସେଲ ୭ ପ୍ରୋରେ ବ୍ୟବହୃତ କରାଯାଉଛି । ଆସନ୍ତୁ ଆପଣଙ୍କୁ କହିବା ଯେ ଗତ ବର୍ଷର ପିକ୍ସେଲ 6a ରେ ମଧ୍ୟ ଫ୍ଲାଗସିପ୍ ପିକ୍ସେଲ ୬ ସିରିଜରେ ଦିଆଯାଇଥିବା ଟେନସର୍ ଚିପସେଟ୍ ଚୟନ କରାଯାଇଥିଲା ।
ଏହା ବ୍ୟତୀତ, ପିକ୍ସେଲ 7a ର ଚିପକୁ LPDDR5 RAM ଓ UFS 3.1 ଷ୍ଟୋରେଜ୍ ଷ୍ଟାଣ୍ଡାର୍ଡ ସହିତ ଯୋଡ଼ା ଯିବ । ଫାଷ୍ଟ ମେମୋରୀ (fast memory) ଷ୍ଟାଣ୍ଡାର୍ଡ ସହିତ ଯୋଡ଼ା ଯାଇଥିବା ଚିପସେଟ ପିକ୍ସେଲ 7aକୁ ଫ୍ଲାଗସିପ୍-ଗ୍ରେଡ୍ ପ୍ରଫମାନ୍ସ ପ୍ରଦାନ କରିବାରେ ସାହାଯ୍ୟ କରିବ ।
ଏହା ବ୍ୟତୀତ, ପିକ୍ସେଲ 7a ରେ 90Hz ରିଫ୍ରେସ ରେଟ୍ ସହିତ 6.1-ଇଞ୍ଚ FHD + OLED ଡିସପ୍ଲେ ରହିବ, ଯାହା ପିକ୍ସେଲ 7 ର ସ୍କ୍ରିନ ନିକଟତର ଓ ପିକ୍ସେଲ 6a ରେ ଗତ ବର୍ଷର 60Hz ପ୍ୟାନେଲର ଅପଗ୍ରେଡ୍ ।
ଯଦି ଟିପଷ୍ଟରକୁ ବିଶ୍ବାସ କରାଯାଏ, ଗୁଗୁଲ ମଧ୍ୟ ପିକ୍ସେଲ 7a ରେ ମୁଖ୍ୟ କ୍ୟାମେରା (camera) ଅପଡେଟ୍ କରୁଛି, ଯେଉଁଥିରେ ୬୪ ମେଗାପିକ୍ସେଲ (64mp) ସୋନି IMX787 ସେନସର ବ୍ୟବହାର କରାଯିବ । ଏହାର ପ୍ରାଇମେରି କ୍ୟାମେରା (primary camera) ୧୨ ମେଗାପିକ୍ସେଲ ଅଲଟ୍ରାୱାଇଡ୍ ସୁଟର (ultrawide shooter) ସହିତ ପ୍ରଦାନ କରାଯିବ ।
ଅନ୍ୟ ଏକ ନୂତନ ଫିଚର ପିକ୍ସେଲ 7a ରେ ଆସିବ ବୋଲି ଆଶା କରାଯାଉଛି । ଏହି ଫିଚର ଚାର୍ଜିଂକୁ ନେଇ ଆସିବ । ଲିକ୍ ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ଯେ ଏହା 5W ୱେୟାରଲେସ୍ ଚାର୍ଜିଂ (wireless charging) ସପୋର୍ଟ ସହିତ ଆସିପାରେ । କୁହାଯାଉଛି ଯେ ପିକ୍ସେଲ 7a ଆଉଟ୍ ଅଫ୍ ଦି ବକ୍ସ ଷ୍ଟକ୍ ଆଣ୍ଡ୍ରଏଡ୍ 13 ଚଲାଇବ ।
ଏହି ଖବର ପଢ଼ନ୍ତୁ-
ରାଜଧାନୀରେ ହୃଦୟ ବିଦାରକ ଘଟଣା: ୬ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।