ଆଜି ପୃଥିବୀ ପାଖରେ ଗତି କରିବ ବିଶାଳ ଉଲକା ପିଣ୍ଡ! ଟେନସନ୍‌ରେ NASA

Giant asteroid set to crash into Earth orbit: ପୁଣି ଏକ ବିଶାଳ ଉଲକା ପିଣ୍ଡ ପୃଥିବୀର ପାର୍ଶ୍ୱ ଦେଇ ଗତି କରିବାକୁ ଯାଉଛି। କଣ ରହିଛି ଏହାର ପ୍ରଭାବ? ଆସନ୍ତୁ ଜାଣିବା...

ଆଜି ପୃଥିବୀ ପାଖରେ ଗତି କରିବ ବିଶାଳ ଉଲକା ପିଣ୍ଡ!

ଆଜି ପୃଥିବୀ ପାଖରେ ଗତି କରିବ ବିଶାଳ ଉଲକା ପିଣ୍ଡ!

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Giant asteroid set to crash into Earth orbit: ମହାକାଶ (Space) ଦୁନିଆ ସବୁବେଳେ ରହସ୍ୟ ଘେରରେ ପରିପୂର୍ଣ୍ଣ ହୋଇ ରହିଛି। ବେଳେବେଳେ ମହାକାଶରୁ କିଛି ଉଲକା ପିଣ୍ଡ (Orbit) ପୃଥିବୀ ଆଡକୁ ଆସିବା ଦ୍ୱାରା ଅନେକ ବିପଦ ସାମ୍ନାକୁ ଆସିଥାଏ ଏବଂ ବେଳେବେଳେ କିଛି ନୂଆ ତାର ବୈଜ୍ଞାନିକମାନଙ୍କ ଦୃଷ୍ଟିକୁ ଆସିଥାଏ।

ଜ୍ୟୋତିର୍ବିଜ୍ଞାନୀମାନେ ଏକ ଚେତାବନୀ ଦେଇ କହିଛନ୍ତି ଯେ, ଏକ ବିଶାଳ ଉଲକା ପିଣ୍ଡ ପୃଥିବୀ ପୃଷ୍ଟ ଆଡକୁ ଗତି କରୁଛି। ଏବଂ ଆଜି (ବୁଧବାର) ରାତିରେ ଏହା ପୃଥିବୀର ଅତି ନିକଟବର୍ତ୍ତୀ ହେବାକୁ ଯାଉଛି।

ବୈଜ୍ଞାନିକମାନେ ଏହି ଉଲକା ପିଣ୍ଡର ଆକାର ବିଷୟରେ କହିଛନ୍ତି ଯେ, ୨୪୦ଟି ଇମୁ ପକ୍ଷୀକୁ ଗୋଟିଏ ଉପରେ ଅନ୍ୟ ଗୋଟିଏକୁ ରଖିଲେ ଯେତିକି ଉଚ୍ଚତା ହେବ ଉଲକା ପିଣ୍ଡଟିର ଆକାର ସେତିକି ବଡ଼ ହେବ। ଏହାର ବ୍ୟାସ ୪୨ ମିଟର ହୋଇଥିବାବେଳେ ଉଚ୍ଚତା ଏକ ବହୁମୁଖୀ କୋଠାଘର ପରି ହେବ। ଏହାକୁ ନେଇ ନାସାର (NASA) ଚିନ୍ତା ବଢ଼ିବାରେ ଲାଗିଛି, କାରଣ ଏହା ପୃଥିବୀର ନିକଟବର୍ତ୍ତୀ ଥିବା ଉଲକା ପିଣ୍ଡ ଗୁଡିକର ତାଲିକା ଭିତରେ ଅନ୍ତର୍ଭୁକ୍ତ।

୨୦୧୨ରେ ବୈଜ୍ଞାନିକମାନେ ଏହି ଉଲକା ପିଣ୍ଡକୁ ପ୍ରଥମ ଥର ପାଇଁ ଦେଖିଥିଲେ। ଏହା ପୂନଃର୍ବାର ୨୦୧୭ରେ ପୃଥିବୀର ନିକଟକୁ ଆସିଥିଲା। ତେବେ ଆଜି ରାତି ୧୧.୩୩ରେ ଏହା ପୁଣି ଥରେ ପୃଥିବୀର ଅତି ନିକଟବର୍ତ୍ତୀ ହେବ ବୋଲି ଆଶା କରାଯାଉଛି।

ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ୨୦୨୨ YK4 ନାମକ ଏହି ଉଲକା ପିଣ୍ଡ ପୃଥିବୀର କକ୍ଷପଥଠାରୁ ମାତ୍ର ୪,୪୯୫,୪୧୬.୦୧୫ କିଲୋମିଟର ଦୂରତା ଦେଇ ଗତି କରିବ। ଏହି ଉଲକା ପିଣ୍ଡଟି ଆଜିର ଘଟଣା ପରେ ମେ, ୨୦୨୯ରେ ପୁଣିଥରେ ବୈଜ୍ଞାନିକମାନଙ୍କ ଚିନ୍ତା ବଢାଇବାକୁ ଯାଉଛି।

ଜାନୁଆରୀ ୨୦୩୪ରେ ଏବଂ ପୁନର୍ବାର ୨୩ ବର୍ଷ ପରେ ମେ ୨୦୫୭ରେ ଏହା ପୃଥିବୀର ଅତି ନିକଟବର୍ତ୍ତୀ ହେବ ବୋଲି ଆକଳନ କରାଯାଇଛି। ତେବେ ଏହା ଶେଷ ଥର ପାଇଁ ସେପ୍ଟେମ୍ବର ୨୦୭୯ରେ ପୃଥିବୀର ନିକଟବର୍ତ୍ତୀ ହେବା ପରେ ମହାକାଶରେ ଅଦୃଶ୍ୟ ହୋଇଯିବା ନେଇ ସୂଚନା ରହିଛି।

ମାର୍ଚ୍ଚ ୨୫ରେ ମଧ୍ୟ ୨୦୨୩ DZ2 ନାମକ ଏକ ବଡ଼ ଉଲକା ପିଣ୍ଡ ପୃଥିବୀ ପୃଷ୍ଟ ଠାରୁ ୧୦୭,୫୦୦ କିଲୋମିଟର ଦୂରତା ଦେଇ ଗତି କରିଥିଲା। ଯଦି ଏହା ପୃଥିବୀର କୌଣସି ସ୍ଥାନରେ ଧକ୍କା ହୋଇଥାନ୍ତା, ତେବେ ଏହାର ପ୍ରଭାବ ନାଗାସାକି ଉପରେ ପଡ଼ିଥିବା ପରମାଣୁ ବୋମା ପରି ହୋଇଥାନ୍ତା।

ପଢ଼ନ୍ତୁ ଏହି ଖବର:  ମେକ୍ସିକୋର ଆଶ୍ରୟ ସ୍ଥଳୀରେ ଭୟଙ୍କର ଅଗ୍ନିକାଣ୍ଡ: ୪୦ ପ୍ରବାସୀ ଜୀବନ୍ତ ଦଗ୍ଧ; ଅନେକ ଆହତ

ସୂଚନା ଅନୁଯାୟୀ ଉଲକା ପିଣ୍ଡ ହେଉଛି ଏକ ଛୋଟ ଗ୍ରହ, ଯାହା କୌଣସି ଗ୍ରହର ସୃଷ୍ଟି ସମୟରେ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଯାଏ ଓ ସୂର୍ଯ୍ୟ ଚାରିପଟେ ଘୂରି ବୁଲିବା ଆରମ୍ଭ କରେ। ସେଥିମଧ୍ୟରୁ କିଛି ଖଣ୍ଡ ପୃଥିବୀ ନିକଟକୁ ଆସିଯାଇଥାଏ। ଅନେକ ଉଲକା ପିଣ୍ଡ ପୃଥିବୀ ପୃଷ୍ଟକୁ ଆସିବା ପୂର୍ବରୁ ଜଳି ଯାଇଥାଏ ଏବଂ ଅନେକ ଥର ଏହା ମଧ୍ୟ ପୃଥିବୀ ସହିତ ମୁହାଁମୁହିଁ ହୋଇସାରିଛନ୍ତି।
Published by:Lipina Das
First published: