News18 Odia Digital
Flipkart BIG BACHAT DHAMAAL SALE: ଇ-କର୍ମସ କମ୍ପାନୀ ଫ୍ଲିପକାର୍ଟ (Flipkart) ପୁଣି ଥରେ ଏକ ବଡ଼ ବିକ୍ରୟ ଘୋଷଣା କରିଛି । ଚଳିତ ମାସ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ବଡ ବଚ୍ଚାତ୍ ଧମାଲ୍ (BIG BACHAT DHAMAAL SALE) ବିକ୍ରୟ କରାଯିବ ବୋଲି ଘୋଷଣା କରାଯାଇଛି। ଫ୍ଲିପକାର୍ଟ କହିଛି ଯେ ଏହି ବିକ୍ରିରେ ଏକ ହଜାରରୁ ଅଧିକ ବ୍ରାଣ୍ଡ ଓ ଏକ ଲକ୍ଷରୁ ଅଧିକ ଜିନିଷ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଏହି ବିକ୍ରିରେ ସ୍ମାର୍ଟ ଫୋନରେ ସର୍ବୋତ୍ତମ ଅଫର ମିଳିବ । ଖୁବ ଶୀଘ୍ର ସବିଶେଷ ତଥ୍ୟ ପ୍ରକାଶ ପାଇବ ବୋଲି ଫ୍ଲିପକାର୍ଟ ଘୋଷଣା କରିଛି। ରିଅଲମି ( Realme ), ଆଇଫୋନ୍ ( iPhone ), ପୋକୋ ( Poco ) ଓ ସାମସଙ୍ଗ ( Samsung) ଫୋନରେ ବହୁତ ରିହାତି ମିଳିବ । ଫ୍ଲିପକାର୍ଟ ପ୍ରକାଶ କରିଛି ଯେ ରେଫ୍ରିଜରେଟର ଉପରେ ୫୫ ପ୍ରତିଶତ ଓ ୱାଶିଂ ମେସିନ୍ରେ ୬୦ ପ୍ରତିଶତ ରିହାତି ମିଳିବ।
ଟପ୍ ସେଲିଂ ଗ୍ରାହକମାନେ ପ୍ରାରମ୍ଭିକ ମୂଲ୍ୟ ୧୨୯୯ ଟଙ୍କାରେ ବହୁତ କିଛି ଜିନିଷ ମିଳୁଛି (BIG BACHAT DHAMAAL SALE) । ଏବଂ ଫ୍ୟାଶନ୍ ଆଇଟମ୍ ଉପରେ ମଧ୍ୟ ବଡ଼ ରିହାତି ଉପଲବ୍ଧ ରହିଛି । ସାର୍ଟ ଏବଂ ଟି-ସାର୍ଟ ଉପରେ ୫୦-୬୦ ପ୍ରତିଶତ ରିହାତି ରହିଛି । ବ୍ୟାଗ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ମିଳୁଛି ।
ପଢନ୍ତୁ ଏହି ଖବର:
Vande Bharat Express: ପୁରୀରୁ ହାୱଡା ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ; ଆସନ୍ତାକାଲି ଶୁଭରାମ୍ଭ କରିବେ ପ୍ରଧାନମନ୍ତ୍ରୀପଢନ୍ତୁ ଏହି ଖବର :
Employees salary: ଆପଣ ଜାଣିଛନ୍ତି କି କେଉଁ ଦେଶରେ ମିଳୁଛି ସର୍ବାଧିକ ଦରମା ? ଜାଣନ୍ତୁ...ଜୋତା ଏବଂ ଚପଲ ଉପରେ ୬୦ରୁ ୮୦ ପ୍ରତିଶତ ରିହାତି ରହିଛି (BIG BACHAT DHAMAAL SALE) । ମହିଳାଙ୍କ ପାଇଁ ଟପ୍ ଏବଂ ଜିନ୍ସ ଉପରେ ୬୦ରୁ ୯୦ ପ୍ରତିଶତ ରିହାତି ରହିଛି । ଏଥିସହ ଏହି ବିକ୍ରିରେ ବାଇକ୍, ସ୍କୁଟର ଏବଂ ଇଲେଟକ୍ଟ୍ରିକ୍ ଯାନଗୁଡିକ ପ୍ରାରମ୍ଭିକ ମୂଲ୍ୟରେ ୫୨,୯୯୯ ଟଙ୍କାରେ ଆପଣ କିଣିପାରିବେ ।
ପଢନ୍ତୁ ଏହି ଖବର:
Phone under Rs.3,000: କମ୍ ଟଙ୍କାରେ ସବୁଠୁ ଭଲ ଫୋନ୍...୩ ହଜାର ଟଙ୍କାରେ ୪ଜି ଫୋନ୍ !ପଢନ୍ତୁ ଏହି ଖବର:
Smart TV Offer: ଫ୍ଲିପକାର୍ଟରେ ବମ୍ପର ଅଫର...୪୫୦୦ ଟଙ୍କାରେ ୪୩ ଇଞ୍ଚର ସ୍ମାର୍ଟ ଟିଭି !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।