News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବାଧାନରେ ଅଲ୍ ଇଣ୍ଡିଆ କାଉନସିଲ ଫର୍ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ - AICTE) ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ପାଇଁ ଆଉ ଏକ ପଦକ୍ଷେପ ନେଇଛି । ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବାଦ କରିବା ନେଇ ଏଆଇସିଟିଇ ଓ ଓଡ଼ିଆ ଭାଷା ବିଶେଷଜ୍ଞମାନଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଯାଇଛି ।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (artificial intelligence AI) ଲାଙ୍ଗୁଏଜ୍ ଟ୍ରାନ୍ସଲେସନ ଟୁଲ୍ ବ୍ୟବହାର କରି ଇଞ୍ଜିନିୟରିଂ ତଥା ଡ଼ିପ୍ଲୋମା ପାଠ୍ୟକ୍ରମକୁ କିପରି ଶୀଘ୍ର ଓଡ଼ିଆରେ ଅନୁବାଦ କରାଯିବ ସେ ନେଇ ଏହି ବୈଠକରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଆଇସିଟିଇର ତ୍ୱରିତ ପଦକ୍ଷେପକୁ ଏକ ଟ୍ୱିଟ୍ ଯୋଗେ ପ୍ରଶଂସା କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଦିଲ୍ଲୀରେ କୋର୍ଟ ଭିତରେ ଗୁଳି ଚଳାଇଲେ ଗ୍ୟାଙ୍ଗଷ୍ଟର୍; ୩ ଗ୍ୟାଙ୍ଗଷ୍ଟର୍ ମଲେ; ଆସିଲା VIDEO‘‘ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ବୈଷୟିକ ଶିକ୍ଷାରେ ଭାଷାରୁ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଏଆଇସିଟିଇ ଦ୍ୱାରା ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ । ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବ । ବିଶେଷ ଭାବରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରିବ,’’ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ସମେତ ଦେଶର ୧୧ଟି ଆଞ୍ଚଳିକ ଭାଷାରେ ବି.ଟେକ୍ ପାଠ୍ୟକ୍ରମକୁ ପଢ଼ାଇବା ପାଇଁ ଅଲ୍ ଇଣ୍ଡିଆ କାଉନସିଲ ଫର୍ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି । ଏହି ଆଞ୍ଚଳିକ ଭାଷା ଗୁଡ଼ିକ ହେଉଛନ୍ତି ହିନ୍ଦୀ, ଓଡ଼ିଆ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ, ଗୁଜରାଟି, ମଲାୟାଳମ, ବେଙ୍ଗଲୀ, ଆସାମୀ ଓ ପଞ୍ଜାବୀ ।
ଏହା ବି ପଢ଼ନ୍ତୁ | EPFO: ସୁପ୍ରିମ୍ କୋର୍ଟଙ୍କ ଗୋଟିଏ ରାୟରେ ୩୦୦% ବଢ଼ିଯିବ ପେନସନ୍; ଜାଣନ୍ତୁ କେଉଁ ହିସାବରେଏଆଇସିଟିଇକୁ ବ୍ୟବହାର କରି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଆ ଭାଷା ଏବଂ ଗବେଷଣା କେନ୍ଦ୍ରର ସହଯୋଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟୁଲ୍ ବ୍ୟବହାର କରି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଥିବା ଇଂରାଜି ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବ । ବିଶ୍ୱ ମାନର ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳିକୁ ଇଂରାଜୀ ଏବଂ ଓଡ଼ିଆ ଭାଷା ସହ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପୁସ୍ତକ ପ୍ରକାଶନ କରାଯିବ ।
ଏହା ବି ପଢ଼ନ୍ତୁ | UPSC ସିଭିଲ ସର୍ଭିସେଜ୍ ଫଳ ବାହାରିଲା; ଟପ୍ପର କହିଲେ: ‘ମୋତେ ଲାଗୁଥିଲା ମୁଁ ଭୁଲ୍ ଲିଷ୍ଟ ଦେଖୁଛି!ବର୍ତ୍ତମାନ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଇଞ୍ଜିନିୟର ହେବା ସ୍ୱପ୍ନରେ ଭାଷା ପ୍ରତିବନ୍ଧକ ସାଜିବ ନାହିଁ । ଗଣିତ, ଇଞ୍ଜିନିୟରିଂ ଏବଂ ବୈଜ୍ଞାନିକ ଶବ୍ଦାବଳିକୁ ଓଡ଼ିଆ ଭାଷାରେ ଅନୁବାଦ କରାଯିବ । ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପାଇଁ ଏହି ପଦକ୍ଷେପ ଏକ ଗୌରବର ବିଷୟ ବୋଲି ମନୋ କରାଯାଉଛି । ଇଞ୍ଜିନିୟରିଂ ପାଠକୁ ଓଡ଼ିଆ ଭାଷାରେ ପଢ଼ାଗଲେ ଗରିବ, ଦଳିତ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ ବୋଲି ଆଶା କରାଯାଉଛି ।
ଏହା ବି ପଢ଼ନ୍ତୁ | ରେଖା ଓ ଜୀନତ ଅମନଙ୍କ ଯୋଗୁଁ ଅମିତାଭ୍ ବଚ୍ଚନ ଓ ଶତୃଘ୍ନ ସିହ୍ନାଙ୍କ ମଧ୍ୟରେ କଳହ ଚାଲିଥିଲା କି?ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସୁହାଇଲା ଭଳି ଶ୍ରେଣୀଗୃହରେ ପ୍ରତ୍ୟେକ ବିଷୟରେ ଶିକ୍ଷା ଦାନ, ଭିଡ଼ିଓ ଏବଂ ବିଷୟର ଥିବା ସ୍ଲାଇଡ଼କୁ ଅନୁବାଦ କରାଯିବ । ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ସ୍ତରର ଗବେଷଣା, ନବସୃଜନ ଉପରେ ଆଧାରିତ ଇଂରାଜିରେ ପ୍ରକାଶିତ ବୈଜ୍ଞାନିକ ଜର୍ଣ୍ଣାଲକୁ ଓଡ଼ିଆରେ ପ୍ରଦାନ କରିବା ପାଇଁ ବି ପ୍ରୋତ୍ସାହିତ କରାଯାଉଛି । ପ୍ରତ୍ୟେକ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ରୋଜଗାର ସୁଯୋଗ ଦେବା ଭାରତ ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼ଶିକ୍ଷା କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ଓଡ଼ିଶାର ଅଧିକାଂଶ ଜିଲ୍ଲା ପଛୁଆ ଜିଲ୍ଲା ଭାବରେ ପରିଗଣିତ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସର୍ବୋତ୍ତମ କରିବ ବୋଲି କହିଛନ୍ତି ପ୍ରଧାନ । ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଙ୍ଘର (ଓପେକା) ସଭାପତି ବିନୋଦ ଦାସ ଏଆଇସିଟିଇର ନିଷ୍ପତିକୁ ସ୍ୱାଗତ କରିବା ସହ କହିଛନ୍ତି ଯେ ଇଞ୍ଜିନିୟରିଂ କଲେଜରେ ଅଧିକାଂଶ ଛାତ୍ରଛାତ୍ରୀ ଓଡ଼ିଆ ସ୍କୁଲରୁ ଆସନ୍ତି ଏବଂ ଏହି ପଦକ୍ଷେପ ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାରେ ସହାୟକ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।