ଅଭିନେତାଙ୍କଠୁ ନେଇ ରାଜନେତା ଓ ଖେଳାଳିଙ୍କର ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

Twitter Blue Tick Celebrity: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଗୁରୁବାର ଦିନ ସମସ୍ତ ପୁରୁଣା ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଛି।

ଅଭିନେତାଙ୍କଠୁ ନେଇ ରାଜନେତା ଓ ଖେଳାଳିଙ୍କର ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

ଅଭିନେତାଙ୍କଠୁ ନେଇ ରାଜନେତା ଓ ଖେଳାଳିଙ୍କର ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Twitter Blue Tick Celebrity: ସାମ୍ନାକୁ ଆସିଲା ବଡ଼ ଖବର। ଟ୍ବିଟର (Twitter) ଉପରେ ରାଗିଲେ ଅନେକ ଲୋକ। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର (Twitter) ଗୁରୁବାର ଦିନ ସମସ୍ତ ପୁରୁଣା ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ବ୍ଲୁ ଟିକ୍ (Blue Tick) ହଟାଇ ଦେଇଛି। ଯେଉଁ ୟୁଜର୍ସ ଟ୍ୱିଟର ପେଡ ସର୍ଭିସ ପାଇଁ ଦେୟ ଦେଇନାହାଁନ୍ତି ସେମାନେ ବର୍ତ୍ତମାନ ବିନା ବ୍ଲୁ ଟିକରେ ଟ୍ବିଟର ବ୍ୟବହାର କରିବେ।

ସେହିପରି ଅନେକ ସେଲିବ୍ରିଟିଙ୍କର (Bollwyood Celebrity) ମଧ୍ୟ ହଟିଯାଇଛି ଟ୍ବିଟରରୁ ବ୍ଲୁ ଟିକ୍ (Blue Tick)। ଏହି କ୍ରମରେ ସାମିଲ ଅଛନ୍ତି ଶାହରୁଖ ଖାନ, (Shahruk Khan) ଅମିତାଭ ବଚ୍ଚନ, (Amitabh Bachchan) ଆଲିଆ ଭଟ୍ଟ,(Alia Bhatt) ସଲମାନ ଖାନ (Salman Khan)।

ସେହିପରି କ୍ରିକେଟ ଜଗତରୁ ବିରାଟ କୋହଲି (Virat Kohli) ଏବଂ ରୋହିତ ଶର୍ମାଙ୍କ (Rohit Sharma) ମଧ୍ୟ ହଟିଯାଇଥି ବ୍ଲୁ ଟିକ୍। ଅନ୍ୟପଟେ ସିଏମ ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଅନେକ ବି-ଟାଉନ ସେଲିବ୍ରିଟିଙ୍କ ଆକାଉଣ୍ଟର ବ୍ଲୁ ଟିକକୁ ହଟାଇ ଦିଆଯାଇଛି।

ପ୍ରକାଶ ଥାଉକି ଏଲୋନ ମସ୍କ (Elon Musk) ଟ୍ବିଟର କମ୍ପାନୀ ହାସଲ କରିବା ପରଠୁ ସେ ଅନେକ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଏହା ଅଧୀନରେ, ଯେକୌଣସି ବ୍ୟବସାୟିକ ସଂସ୍ଥା କିମ୍ବା ବ୍ୟକ୍ତି ନିର୍ଦ୍ଧିଷ୍ଟ ଫି ପ୍ରଦାନ କରି ସେମାନଙ୍କର ଟ୍ୱିଟର ହ୍ୟାଣ୍ଡେଲ ଯାଞ୍ଚ କରିପାରିବେ।

ସେହିପରି ମାର୍ଚ୍ଚରେ ଟ୍ୱିଟର ଏହାର ଅଫିସିଆଲ୍ ହ୍ୟାଣ୍ଡେଲରୁ ପୋଷ୍ଟ କରି କହିଥିଲା, ‘‘ଏପ୍ରିଲ୍ ୧ରେ, ଆମେ ଆମର ପୁରୁଣା ଯାଞ୍ଚ ହୋଇଥିବା କାର୍ଯ୍ୟକ୍ରମକୁ ବନ୍ଦ କରିବ ଏବଂ ଯାଞ୍ଚ ହୋଇଥିବା ଟିକ୍ ମାର୍କ ହଟାଇବା ଆରମ୍ଭ କରିବୁ।’’ ଟ୍ୱିଟର ପ୍ରଥମେ ୨୦୦୯ରେ ବ୍ଲୁ ଟିକ ମାର୍କ ସିଷ୍ଟମ ପ୍ରବର୍ତ୍ତନ କରିଥିଲା। ​

ପ୍ରଥମେ ଏହି ବ୍ଲୁ ଟିକ ଉଦ୍ଦେଶ୍ୟ ଥିଲା ଯେ ୟୁଜର୍ସଙ୍କୁ ଚିହ୍ନିବାରେ ସାହାଯ୍ୟ କରିବା। ଯେପରି ଯେଉଁମାନେ ସେଲିବ୍ରିଟି, ରାଜନେତା, କମ୍ପାନୀ ଏବଂ ବ୍ରାଣ୍ଡ, ନ୍ୟୁଜ ସଙ୍ଗଠନ ଏବଂ ଅନ୍ୟାନ୍ୟ ‘ଜନସାଧାରଣଙ୍କ ଆଗ୍ରହ’ ପ୍ରକୃତ ଆକାଉଣ୍ଟ ଗୁଡିକ ରହିଛି ତାହାକୁ ଚିହ୍ନଟ କରିବା।

ପଢ଼ନ୍ତୁ ଏହି ଖବର:  SBI ଗ୍ରାହକଙ୍କୁ ଦେଉଛି ଦମଦାର FD ଅଫର୍; ମିଳୁଛି ଅଧିକ ରିଟର୍ଣ୍ଣ

ହେଲେ ନୂଆ ନିୟମ ଅନୁଯାୟୀ, ଯେ କେହି ବି ବ୍ଲୁ ଟିକ ମାର୍କ ପାଇପାରିବେ, ସେମାନଙ୍କୁ କେବଳ ଟ୍ୱିଟର ବ୍ଲୁ ସେବାକୁ ସବସ୍କ୍ରାଇବ କରିବା ଏବଂ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିବ। ଏହିପରି, ବର୍ତ୍ତମାନ ପାରୋଡି ଆକାଉଣ୍ଟଗୁଡିକ ମଧ୍ୟ ଯାଞ୍ଚ ହୋଇଥିବା ବ୍ଲୁ ଟିକ ମାର୍କରେ ପରିଣତ ହୋଇଛି।
Published by:Lipina Das
First published: